ETV Bharat / state

ସରକାରୀ ଯୋଜନାରୁ ବହୁ ଦୂରରେ ଡୁରା ସମ୍ପ୍ରଦାୟ, ବଣ ମଣିଷ ଭଳି ବଞ୍ଚୁଛନ୍ତି ଜନଜାତି - ବୌଦ୍ଧ ଜନଜାତି

ପ୍ରାଚୀନ ସମୟରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ଲୋକକଳା ମଧ୍ୟରେ ମୁଣ୍ଡ ତୁପା, ଘୁଡୁକା, କେନ୍ଦରା, ଘୋଡାନାଚ, ବହୁଡେଗା ପ୍ରମୁଖ । ହେଲେ ସରକାରୀ ସହାୟତରୁ ବହୁ ଦୂରରେ ଏହି କଳାକାର । ଯାହାମଧ୍ୟରୁ ଅନ୍ୟତମ ବୌଦ୍ଧର ଡୁରା ଆଦିବାସୀ ସମ୍ପ୍ରଦାୟ । ଏହି ଜନଜାତିର ମୁଣ୍ଡତୁପା କଳାକାର ବର୍ତ୍ତମାନ ଜଙ୍ଗଲରେ ବଣ ମଣିଷ ଭଳି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଅଧିକ ପଢନ୍ତୁ...

ୀା
ସରକାରୀ ଯୋଜନାରୁ ଦୂରରେ ଡୁରା ସମ୍ପ୍ରଦାୟ, ବଣ ମଣିଷ ଭଳି ବଞ୍ଚୁଛନ୍ତି ଜନଜାତି
author img

By

Published : Jun 30, 2021, 6:22 AM IST

ବୌଦ୍ଧ: ପ୍ରାଚୀନ ସମୟରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ଲୋକକଳା ବର୍ତ୍ତମାନ ବିଲୁପ୍ତ ପ୍ରାୟ । ଏହି କଳାକୁ ବଞ୍ଚାଇ ରଖିଥିବା କଳାକାର ମଧ୍ୟ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ଯାହାମଧ୍ୟରେ ବୌଦ୍ଧ ଜିଲ୍ଲାର କେତେକ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଡୁରା ଜନଜାତି ଅନ୍ୟତମ ।

ସରକାରୀ ଯୋଜନାରୁ ବହୁ ଦୂରରେ ଡୁରା ସମ୍ପ୍ରଦାୟ, ବଣ ମଣିଷ ଭଳି ବଞ୍ଚୁଛନ୍ତି ଜନଜାତି

ଏହି ସମ୍ପ୍ରଦାୟ ରାଜତନ୍ତ୍ର ଶାସନ କାଳରେ ଲୋକଙ୍କୁ ମୁଣ୍ଡ ତୁପା, ଘୁଡୁକା, କେନ୍ଦରା, ଘୋଡାନାଚ, ବହୁଡେଗା ଭଳି ମନୋରଞ୍ଜନଧର୍ମୀ ଲୋକ ନାଚ ତଥା ଖେଳ ପ୍ରଦର୍ଶନ କରୁଥିଲେ । ହେଲେ ସମ୍ପ୍ରତ୍ତି ଆଧୁନିକତାର ଚାକଚକ୍ୟ ତଥା ଡିଜିଟାଲ ଯୁଗରେ ଏହି କଳା ସମାଜଠାରୁ ଅନତି ଦୂରରେ । ଏବେ କେବେ କେଉଁଠି, ଘୁଡୁକା ବଜାଇ ମଙ୍ଗଳା ମେଢ କରି ମାଗି ଯାଚି ଚଳୁଛନ୍ତି ଏହି ଜନଜାତି । କାରଣ ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ ।

ବୌଦ୍ଧ ଜିଲ୍ଲାର ବ୍ରାହ୍ମଣୀ ପାଲି ପଞ୍ଚାୟତର ଏକ ଜଙ୍ଗଲ ଅଞ୍ଚଳରେ ଡୁରା ସମ୍ପ୍ରଦାୟର କେତେକ ପରିବାର ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ଘର କହିଲେ ନୁଆଁଣିଆ ଝାଟିମାଟି ତାଳପତ୍ର ଛାଉଣୀ । ଖାଦ୍ୟ ଅଭାବରୁ ଅଖାଦ୍ୟ ଖାଇବାକୁ ଏମାନେ ବାଧ୍ୟ ହେଉଛନ୍ତି । ତୁରନ୍ତ ଏଭଳି ଅସହାୟ ତଥା ପ୍ରାଚୀନ କଳାକୁ ବଞ୍ଚାଇ ରଖିଥିବା କଳାକାରଙ୍କୁ ଚିହ୍ନଟ କରାଯାଇ ସରକାରୀ ସହାୟତା ଯୋଗାଇ ଦେଲେ ଏମାନେ ସମାଜର ମୁଖ୍ୟ ଧାରାରେ ସାମିଲ ହୋଇ ପାରିବେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.