ETV Bharat / state

ବୌଦ୍ଧରେ ସାତଶହ ଟପିଲା ସଂକ୍ରମିତଙ୍କ ସଂଖ୍ୟା

author img

By

Published : Sep 5, 2020, 7:27 AM IST

ସାତ ଶହ ପାର ହେଲା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ମଧ୍ୟରେ ଅନେକ ବିଭାଗର କୋରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ସତଶହ ଟପିଲା ବୌଦ୍ଧରେ ସଂକ୍ରମିତଙ୍କ ସଂଖ୍ୟା
ସତଶହ ଟପିଲା ବୌଦ୍ଧରେ ସଂକ୍ରମିତଙ୍କ ସଂଖ୍ୟା

ବୌଦ୍ଧ:ଧିରେ ଧିରେ ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ନୂତନ ୪୪ ଆକ୍ରାନ୍ତଙ୍କ ସହିତ ଜିଲ୍ଲାରେ ସାତ ଶହ ପାର ହୋଇଛି ମୋଟ ସଂକ୍ରମିତଙ୍କ ସଂଖ୍ୟା ।

ସତଶହ ଟପିଲା ବୌଦ୍ଧରେ ସଂକ୍ରମିତଙ୍କ ସଂଖ୍ୟା

ସମୁଦାୟ ୭୨୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଅନେକ ବିଭାଗରେ କାର୍ଯ୍ୟରତ କୋରୋନା ଯୋଦ୍ଧା ଏଥିରେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ସମୟରେ ଅଗ୍ନିଶମ ବିଭାଗର 6ଜଣ, ବୌଦ୍ଧ ଥାନାର ଜଣେ କରୋନା ଯୋଦ୍ଧାଙ୍କ ସହିତ କଣ୍ଟାମାଳ ସିଡିପିଓ ଓ ଜିଲ୍ଲାର ଏକମାତ୍ର ପୌରପରିଷଦର ନିର୍ବାହୀ ଅଧିକାରୀ ଆକ୍ରାନ୍ତ ହୋଇଛନ୍ତି । ଏଥି ସହିତ କଲେକ୍ଟରେଟ ଓ ଅନ୍ୟାନ୍ୟ ସରକାରୀ ବିଭାଗର କେତେକ କର୍ମଚାରୀ ଆକ୍ରାନ୍ତ ଥିବା ଜଣାପଡିଛି। ତେବେ ସମସ୍ତ ଆକ୍ରାନ୍ତ ସୁସ୍ଥ ଥିବା ସୂଚନା ମିଳିଛି । ଲକ୍ଷଣଥିବା ଆକ୍ରାନ୍ତଙ୍କୁ କୋଭିଡ କେୟାରରେ ଚିକିତ୍ସା କରାଯାଉଥିବା ବେଳେ ଅଧିକାଂଶ ହୋମ ଆଇସୋଲେସନରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.