ETV Bharat / state

ଫଟୋ ପୋଷ୍ଟର ରାଜନୀତିରେ ମାତିଛନ୍ତି କେନ୍ଦ୍ର-ରାଜ୍ୟ - ବୌଦ୍ଧ କଂଗ୍ରେସ ବିକ୍ଷୋଭ

କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ଫଟୋ ଓ ପୋଷ୍ଟର ରାଜନୀତିରେ ମାତିଛନ୍ତି । ସେପଟେ ରାଜ୍ୟରେ ଦିନକୁ ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରଦାମ ବୃଦ୍ଧି ପାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଯାହାକୁ ଭିତ୍ତି କରି ବୌଦ୍ଧ କଂଗ୍ରେସ ପକ୍ଷରୁ ବିଭିନ୍ନ ବ୍ଲକ ଅଫିସ ଆଗରେ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ...

ଫଟୋ ପୋଷ୍ଟର ରାଜନୀତିରେ ମାତିଛନ୍ତି କେନ୍ଦ୍ର-ରାଜ୍ୟ

author img

By

Published : Jul 8, 2021, 7:01 AM IST

ବୌଦ୍ଧ: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରଦାମ । ଖାଉଟି ସାମଗ୍ରୀ ଦରରେ ଅହେତୁକ ବୃଦ୍ଧି ଯୋଗୁଁ ଅତିଷ୍ଠ ହେଉଛନ୍ତି ସାଧାରଣ ଲୋକେ । ଏହାକୁ ପ୍ରତିବାଦ କରି ବୁଧବାର ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ତିନୋଟି ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଫଟୋ ପୋଷ୍ଟର ରାଜନୀତିରେ ମାତିଛନ୍ତି କେନ୍ଦ୍ର-ରାଜ୍ୟ

ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ ଅଫିସ ଆଗରେ କଂଗ୍ରେସ ନେତା ଓ କର୍ମୀମାନେ ଧାରଣା ଦେଇଛନ୍ତି । ଦରଦାମ ବୃଦ୍ଧି ପାଇଁ ସିଧାସଳଖ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ଜିଲ୍ଲା କଂଗ୍ରେସ । ଉଭୟ ଦଳ ଫଟୋ ଓ ପୋଷ୍ଟର ରାଜନୀତିରେ ମାତିଥିବା କଂଗ୍ରେସ ଅଭିଯୋଗ କରିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.