ETV Bharat / state

କୋମାରେ ବୌଦ୍ଧ ଜିଲ୍ଲା ରକ୍ତ ଭଣ୍ଡାର, ହନ୍ତସନ୍ତ ରୋଗୀ

ରକ୍ତଭଣ୍ଡାରକୁ ରକ୍ତହୀନତା । ଏପରି ପରିସ୍ଥିତି ଦେଖାଦେଇଛି ବୌଦ୍ଧ ଜିଲ୍ଲାର ରକ୍ତ ଭଣ୍ଡାରରେ ।

author img

By

Published : May 29, 2019, 1:36 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ରକ୍ତ ଭଣ୍ଡାରରେ ମିଳୁନି ରକ୍ତ । ଜିଲ୍ଲାରେ ଥିବା ରକ୍ତହୀନତା ରୋଗର ଶିକାର ରୋଗୀ ମାନେ ଏଥିପାଇଁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ଏହି ଅସୁବିଧା କୌଣସି ଗୋଟିଏ ଜିଲ୍ଲାର ନୁହେଁ ବିଭିନ୍ନ ଜିଲ୍ଲାର ରକ୍ତ ଭଣ୍ଡାରରେ ଏପରି ଅସୁବିଧା ଲାଗି ରହୁଥିଲେ ବି ଏଥିପ୍ରତି କାହାର ଭ୍ରୃକ୍ଷେପ ନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲାରେ ଦୁଇ ଶହ ପଚାଶ ପ୍ୟାକେଟ କ୍ଷମତା ବିଶିଷ୍ଟ ଦୁଇଟି ଫ୍ରିଜର ରହିଛି । ସେଥିରୁ ଗୋଟିଏ ଖରାପ ଥିବା ବେଳେ କାର୍ଯ୍ୟକରୁଥିବା ଫ୍ରିଜରରେ ଅଛି ସର୍ବମୋଟ ଦଶଟି ରକ୍ତ ପ୍ୟାକେଟ । ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ତାହାହିଁ ସତ କଥା । ଏହା ହେଉଛି ବୌଦ୍ଧ ଜିଲ୍ଲାର ଏକ ମାତ୍ର ରକ୍ତ ଭଣ୍ଡାରର ଅସଲ ଚିତ୍ର ।

ବର୍ତ୍ତମାନ ବୌଦ୍ଧ ରକ୍ତ ଭଣ୍ଡାରରେ ଦେଖାଦେଇଛି ଅନେକ ଅସୁବିଧା । ରକ୍ତ ଭଣ୍ଡାର କୋଠାକୁ ନେଇ ଅନେକ ସମସ୍ୟା ଲାଗିରହିଥିବା ବେଳେ ଏଠାରେ ରକ୍ତର ଅଭାବ ରୋଗୀଙ୍କୁ ଅସୁବିଧାରେ ପକାଉଛି ।ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଅତି ଜରୁରୀ ସମୟରେ ରକ୍ତ ନମିଳିବା ହେତୁ ବିପଦ ତଥା ଆଶଙ୍କାରେ ରହୁଛନ୍ତି ।

ଏପଟେ ପ୍ରତ୍ୟେକ ରକ୍ତ ଗ୍ରୃପରୁ ଅତିକମରେ ପାଞ୍ଚଟି ଲେଖାଏଁ ରକ୍ତ ରହିବାର ନିୟମ ରହିଥିଲେ ମଧ୍ୟ ରକ୍ତ ଦାନର ଅଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ରକ୍ତ ଭଣ୍ଡାର ଅଧିକାରୀ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଦୁଇ ଶହ ପଚାଶ ପ୍ୟାକେଟ କ୍ଷମତା ବିଶିଷ୍ଟ ରହିଛି ଦୁଇଟି ଫ୍ରିଜର ।ସେଥିରୁ ଗୋଟିଏ ଖରାପ ଥିବା ବେଳେ କାର୍ଯ୍ୟକରୁଥିବା ଫ୍ରିଜର ରେ ଅଛି ସର୍ବମୋଟ ଦଶଟି ରକ୍ତ ପ୍ୟାକେଟ ।ଶୁଣିବାକୁ ଅଡୁଆ ଲାଗୁଥିଲେ ବି ତାହାହିଁ ସତ କଥା । ଏହା ହେଉଛି ବୌଦ୍ଧ ଜିଲ୍ଲାର ଏକ ମାତ୍ର ରକ୍ତ ଭଣ୍ଡାରର ଅସଲ ଚିତ୍ର ।

Body:ବର୍ତ୍ତମାନ ବୌଦ୍ଧ ରକ୍ତ ଭଣ୍ଡାରରେ ଦେଖାଦେଇଛି ଅନେକ ଅସୁବିଧା । ରକ୍ତ ଭଣ୍ଡାର କୋଠାକୁ ନେଇ ଅନେକ ସମସ୍ୟା ଲାଗିରହିଥିବା ବେଳେ ଏଠାରେ ରକ୍ତ ର ଅଭାବ ଲୋକଙ୍କୁ ଅସୁବିଧା ରେ ପକାଉଛି ।ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଅତି ଜରୁରୀ ସମୟରେ ରକ୍ତ ନମିଳିବା ହେତୁ ବିପଦ ତଥା ଆଶଙ୍କାରେ ରହୁଛନ୍ତି ।ଏପଟେ ପ୍ରତ୍ୟେକ ରକ୍ତ ଗ୍ରୃପରୁ ଅତିକମରେ ପାଞ୍ଚଟି ଲେଖାଏଁ ରକ୍ତ ରହିବାର ନିୟମ ରହିଥିଲେ ମଧ୍ୟ ରକ୍ତ ଦାନର ଅଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ରକ୍ତ ଭଣ୍ଡାର ଅଧିକାରୀ କହିଛନ୍ତି ।

Conclusion:ବାଇଟ-୧-ମଞ୍ଜୁଲତା ମଲ୍ଲିକ, କାଚପାଜୁ
ବାଇଟ-୨-ସୁରେନ୍ଦ୍ର ପ୍ରସାଦ ମିଶ୍ର, ବୌଦ୍ଧ
ବାଇଟ-୩-ଚତୁର୍ଭୁଜ ବାରିକ, ଭାରପ୍ରାପ୍ତ ରକ୍ତ ଭଣ୍ଡାର ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.