ETV Bharat / state

ନାବାଳିକା ବିବାହ ଉଦ୍ୟମ ପଣ୍ଡ, ସପ୍ତାହରେ 3ଟି ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ - child marriage

ବୌଦ୍ଧ ଜିଲ୍ଲା ପ୍ରଶାସନର ସଫଳତା । ଗୋଟିଏ ସପ୍ତାହ ମଧ୍ୟରେ 3ଟି ବାଲ୍ୟ ବିବାହକୁ ରୋକିବାରେ ସଫଳ ହୋଇଛି ପ୍ରଶାସନ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

boudha Administrative stop child marriage in boudha
ନାବାଳିକା ବିବାହ ଉଦ୍ୟମ ପଣ୍ଡ, ସପ୍ତାହରେ 3ଟି ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ
author img

By

Published : Mar 13, 2020, 8:57 PM IST

ବୌଦ୍ଧ: ସପ୍ତାହକ ମଧ୍ୟରେ ତିନି ତିନୋଟି ବାଲ୍ୟବିବାହକୁ ରୋକିବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ । ପ୍ରତ୍ୟେକ ଦିନ ଏଭଳି ଅନେକ ବାଲ୍ୟବିବାହ ସଚେତନତା ଅଭାବରୁ ଅନୁଷ୍ଠିତ ହେଉଥିଲେ ମଧ୍ୟ ଏହା ଲୋକଲୋଚନକୁ ଆସି ପାରୁନାହିଁ । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବାଲ୍ୟବିବାହ ଘଟଣା ସମ୍ମୁଖକୁ ଆସିବାରେ ଲାଗିଛି । ଗତ କିଛି ଦିନ ତଳେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସଚେତନତା ବୈଠକରେ ଏନେଇ କଡା ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ । ଉକ୍ତ ବୈଠକରେ କଣ୍ଟାମାଳ ବ୍ଲକରେ ଜିଲ୍ଲାର ସର୍ବାଧିକ ବାଲ୍ୟବିବାହ ଘଟଣା ସମ୍ପର୍କରେ ଉଦବେଗ ପ୍ରକାଶ ପାଇଥିଲା । ଏବେ କିନ୍ତୁ ବୌଦ୍ଧ ବ୍ଲକରେ କେବଳ ଗୋଟିଏ ସପ୍ତାହ ମଧ୍ୟରେ ତିନୋଟି ବାଲ୍ୟ ବିବାହ ଘଟଣା ସମସ୍ତଙ୍କୁ ଚିନ୍ତିତ କରିଛି ।

ନାବାଳିକା ବିବାହ ଉଦ୍ୟମ ପଣ୍ଡ, ସପ୍ତାହରେ 3ଟି ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ

ଜିଲ୍ଲାର ବାଉଁଶୁଣୀ, କସୁରବନ୍ଧ ପଞ୍ଚାୟତର ସାନଡୁଙ୍ଗୁରୀପାଲି ଓ ବଘିଆପଡା ପଞ୍ଚାୟତର କନକପୁର ଗ୍ରାମରେ ବାଲ୍ୟବିବାହ ରୋକିବାରେ ସଫଳ ହୋଇଛି ପ୍ରଶାସନ । ତେବେ ଏହି ବିବାହ ବନ୍ଦ ହୋଇଯିବା କାରଣରୁ ଉତ୍ତେଜନା ସୃଷ୍ଟି ହୋଇଥିବା ମଧ୍ୟ ସୂଚନା ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ଅଭାବରୁ ବୃଦ୍ଧି ପାଉଥିବା ବାଲ୍ୟବିବାହକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.