ବୌଦ୍ଧ: ଦୀର୍ଘ ଦେଢମାସ ପରେ ଲକଡାଉନରୁ ମୁକୁଳିଲେ ମଧ୍ୟ ପ୍ରଦେଶର ଚବିଶ ଜଣ ନିର୍ମାଣ ଶ୍ରମିକ । ଗତ ମାର୍ଚ୍ଚ 29 ତାରିଖରେ ଆଠମଲ୍ଲିକ ଅଞ୍ଚଳରୁ ଚାଲିଚାଲି ମଧ୍ୟ ପ୍ରଦେଶ ମୁହାଁ ହୋଇଥିବା 24 ଶ୍ରମିକଙ୍କୁ ବୌଦ୍ଧ ମହାନଦୀ ବ୍ରିଜ ଛକ ନିକଟରେ ପ୍ରଶାସନ ଉଦ୍ଧାର କରାଯାଇଥିଲା । ପରେ ସେମାନଙ୍କୁ ପୌର ପରିଷଦ ଅଧିନରେ ଥିବା ରାତ୍ରି ଆଶ୍ରୟ ସ୍ଥଳୀରେ ରଖାଯାଇଥିଲା ।
ଇତି ମଧ୍ୟରେ ଲକଡାଉନର ଦେଢମାସ ବିତିଯାଇଥିବାରୁ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ବୁଧବାର ଏକ ବସ ଯୋଗେ ମଧ୍ୟପ୍ରଦେଶ ପଠାଯାଇଛି । ଶ୍ରମିକମାନେ ମଧ୍ୟ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ