ETV Bharat / state

ଜିଲ୍ଲା ପରିଷଦ ବୈଠକ ସରିଲା, ଅନୁଦାନ ଓ ବିକାଶ ମୁଖ୍ୟ ପ୍ରସଙ୍ଗ ଅନ୍ୟପଟେ ଦୁର୍ନୀତିକୁ ନେଇ ତେଜିଲା ସ୍ବର

author img

By

Published : May 10, 2023, 10:09 PM IST

ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ପରିଷଦର ବୈଠକ ଶେଷ । ଅନ୍ୟପଟରେ ଦୁର୍ନୀତିକୁ ନେଇ ବ୍ଲକର କୋଡିଏରୁ ଉର୍ଦ୍ଧ୍ବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ମେଳି । ଅଧିକ ପଢ଼ନ୍ତୁ

ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ପରିଷଦର ବୈଠକ ଶେଷ

ବୌଦ୍ଧ: ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ପରିଷଦର ଅନ୍ତିମ ବୈଠକ ଶେଷ ହୋଇଛି । ପରିଷଦର ଉନ୍ନୟନ ବୈଠକ ସହିତ ଏକକାଳୀନ ଦିଶା ଓ ଯୋଜନା କମିଟିର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଗୋଟିଏ ପଟରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟପଟରେ ବ୍ଲକର କୋଡିଏରୁ ଉର୍ଦ୍ଧ୍ବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ମେଳି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ଲକର ବିଭିନ୍ନ ପଞ୍ଚାୟତରେ ସରକାରୀ ଅନୁଦାନରେ ବ୍ୟାପକ ଦୁରୁପଯୋଗ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସଙ୍କ ସମେତ ସମସ୍ତ ଜୋନର ସଭ୍ୟ ତଥା ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ସରକାରୀ ଯୋଜନାର ସଫଳ ରୂପାୟନ ତଥା ବିକାଶ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ତେବେ ଅନେକ ବିଭାଗରେ ବ୍ୟାପକ ଅନିୟମିତତା ତଥା ଦୁର୍ନୀତି ଯୋଗୁଁ ସରକାରଙ୍କ ବିକାଶମୂଳକ ଯୋଜନା ହିତାଧିକାରୀଙ୍କ ନିକଟରେ ଠିକ୍‌ରେ ପହଞ୍ଚି ପାରୁନଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସାମାଜିକ ସୁରକ୍ଷା, ଜଙ୍ଗଲ, ପାନୀୟଜଳ, ଜଳସେଚନ, ବିଦ୍ୟୁତ, କୃଷି, ବୁଣାକାର, ମିଶନ ଶକ୍ତି, ଆଦିବାସୀ ଉନ୍ନୟନ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।

ଜିଲ୍ଲାରେ ହଳଦୀ, ଅଦା, କପା ଚାଷର ଏକ ବିରାଟ ସମ୍ଭାବନା ରହିଥିବାରୁ ଏ ସମ୍ପର୍କରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏହାଛଡା ଆମ୍ବ ଚାଷ ସହିତ ଉଦ୍ୟାନ ପନିପରିବା ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଜିଲ୍ଲାର ଅଧିବାସୀଙ୍କ ଜୀବନଜୀବିକା ସହିତ ଜଡ଼ିତ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତ ବିଭାଗର ଭୂମିକା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

ବୈଠକରେ ଜିଲ୍ଲାର ବିକାଶ ସମ୍ପର୍କରେ ଆଲୋଚନା କରାଯାଉଥିବା ବେଳେ ଅନ୍ୟ ପଟରେ ଜିଲ୍ଲାର କଣ୍ଟାମାଳ ବ୍ଲକ ବ୍ୟାପକ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି । ବିଶେଷ ଭାବରେ କଣ୍ଟାମାଳ ବ୍ଲକରେ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା କରାଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଥିବା ସରପଞ୍ଚମାନେ ଅଭିଯୋଗ କରିଛନ୍ତି ।

ସୋମବାର କଣ୍ଟାମାଳ ବ୍ଲକର କୋଡିଏରୁ ଊର୍ଦ୍ଧ୍ବ ସରପଞ୍ଚ ଓ ସମିତି ସଭ୍ୟ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ଏସମ୍ପର୍କରେ ଅଭିଯୋଗ କରିଥିଲେ । ବିଶେଷ ଭାବରେ କଣ୍ଟାମାଳ ବ୍ଲକ୍‌ରେ ଏସ୍‌ଏଫ୍‌ସି ଗ୍ରାଣ୍ଟିନେଡ୍‌ ଗାଇଡଲାଇନର ଉଲଙ୍ଘନ କରାଯାଇଥିବା ନେଇ ପଞ୍ଚାୟତର ଜନ ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେପଟେ ଏଭଳି ଅଭିଯୋଗର ପ୍ରତିଉତ୍ତରରେ କଣ୍ଟାମାଳ ବିଧାୟକ ମହୀଧର ରଣା ନିର୍ବାଚନ ଋତୁ ଆସିଲେ ଏଭଳି ମେଳି ତାଙ୍କ ବିରୋଧରେ ହୁଏ ବୋଲି କହିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.