ETV Bharat / state

ପଞ୍ଚାୟତରେ ନାହିଁ ମୌଳିକ ସୁବିଧା, ଯିଏ କାମ କରିବ ତାକୁ ଦେବୁ ଭୋଟ: ଭୋଟର - ବୌଦ୍ଧ ଭୋଟରଙ୍କ ପ୍ରତିକ୍ରିୟା

ପଞ୍ଚାୟତ ନିର୍ବାଚନ ନେଇ ସରଗରମ ଗାଁ ରାଜନୀତି । ଏଥର କିନ୍ତୁ ଯିଏ ଜନତାଙ୍କ ପାଇଁ କାମ କରିବ ତାଙ୍କୁ ଭୋଟ ଦେବେ ବୋଲି ମନସ୍ଥ କରିଛନ୍ତି ଭୋଟର । ଅଧିକ ପଢନ୍ତୁ

ପଞ୍ଚାୟତରେ ନାହିଁ ମୌଳିକ ସୁବିଧା, ଯିଏ କାମ କରିବ ତାକୁ ଦେବୁ ଭୋଟ: ଭୋଟର

author img

By

Published : Feb 9, 2022, 7:14 PM IST

ବୌଦ୍ଧ: ପଞ୍ଚାୟତ ନିର୍ବାଚନ ନେଇ ସରଗରମ ଗାଁ ରାଜନୀତି । ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ୯ ନମ୍ବର ଜୋନରେ ମଧ୍ୟ ଜୋରସୋର ପ୍ରଚାର ଚାଲିଛି । କିନ୍ତୁ ଏଥର ଯିଏ ଜନତାଙ୍କ ପାଇଁ କାମ କରିବ ତାଙ୍କୁ ଭୋଟ ଦେବେ ବୋଲି ମନସ୍ଥ କରିଛନ୍ତି ଭୋଟର । ପ୍ରଚାର କରି କିମ୍ବା ମିଥ୍ୟା ନିର୍ବାଚନୀ ପ୍ରତିଶୃତିରେ ଆଉ ଭୋଟ ଦିଆଯିବନି ବୋଲି କହିଛନ୍ତି ଭୋଟର ।

ପଞ୍ଚାୟତରେ ନାହିଁ ମୌଳିକ ସୁବିଧା, ଯିଏ କାମ କରିବ ତାକୁ ଦେବୁ ଭୋଟ: ଭୋଟର
ତେବେ ୯ଟି ଜୋନକୁ ନେଇ ଗଠିତ ବୌଦ୍ଧ ଜିଲ୍ଲା ପରିଷଦ । ଜିଲ୍ଲାର ଶେଷ ଜୋନ ଭାବରେ ପରିଚିତ ଉପାନ୍ତ ଅଞ୍ଚଳର ୮ ଟି ପଞ୍ଚାୟତକୁ ନେଇ ୯ ନମ୍ବର ଜୋନରେ ବର୍ତ୍ତମାନ ପ୍ରଚାର ଅଭିଯାନ ଯୋରଦାର ଚାଲିଛି । ଏଠାରେ ଶାସକ ବିଜେପି ସହିତ ସିଧାସଳଖ ବିଜେପି, କଂଗ୍ରେସ, ସିପିଆଇ ଓ ସ୍ବାଧୀନ ପ୍ରାର୍ଥୀଙ୍କ ଲଢେଇ ହେବ ବୋଲି ସମ୍ଭାବନା ରହିଛି । ଗତ ଜିଲ୍ଲା ପରିଷଦ ନିର୍ବାଚନରେ ଏଠାରୁ ସିପିଆଇ ପ୍ରାର୍ଥୀ ନିର୍ବାଚିତ ହୋଇ ଥିବାବେଳେ ଚଳିତ ନିର୍ବାଚନରେ ସିଧାସଳଖ ବିଜେଡି ଓ ବିଜେପି ମଧ୍ୟରେ ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି ।

ତେବେ ଏହି ୯ ନମ୍ବର ଜୋନର କୁଶଙ୍ଗ, ମହାଲିକପଡା, ଛତରଙ୍ଗ, ତଳଗାଁ, ଆଢେଣୀଗଡ ଭଳି ପଞ୍ଚାୟତର ଅନେକ ଉପାନ୍ତ ଅଞ୍ଚଳକୁ ଯୋଗାଯୋଗ ଓ ସରକାରଙ୍କ ବିଭିନ୍ନ ଯୋଜନାର କିଭଳି ରୂପାୟନ ହୋଇଛି ତାହା ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଭୋଟର ମତାମତ ଦେଇଛନ୍ତି । ବିକାଶକୁ ନେଇ ଭୋଟର ଉପଯୁକ୍ତ ପ୍ରାର୍ଥୀକୁ ଭୋଟ ଦେଇ ଚୟନ କରିବେ ବୋଲି ରୋକଠୋକ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.