ETV Bharat / state

ଆଦିବାସୀ ମହିଳାଙ୍କ କୋରୋନା ଚିନ୍ତା, ନିଆରା ଢଙ୍ଗରେ କରୁଛନ୍ତି ସଚେତନ - ବୌଦ୍ଧରେ କୋରୋନା ସଚେତନତା

କୋରୋନା ରୋଗ ସମ୍ପର୍କରେ ଜିଲ୍ଲାର ଏହି ଆଦିବାସୀ ମହିଳା ଜଣକ ଜାଣି ନଥିଲେ ବି ଏହା ଯେ ଏକ ମହାମାରି ରୋଗ ତାହା ସେ ବେଶ ଭଲ ଭାବେ ବୁଝି ପାରିଛନ୍ତି । ତେଣୁ ସେ ଏକା ଏକା ବୌଦ୍ଧ ନିକଟସ୍ଥ ଇଛାପୁର ଗାଁ ଛକରେ ଛିଡା ହୋଇ ହାତ ଯୋଡି ସମସ୍ତଙ୍କୁ ସଚେତନ କରୁଛନ୍ତି ।

boudh latest news, awareness on corona in boudh, corona virus news, corona awareness, tribal woman awares people on corona, ଆଦିବାସୀ ମହିଳାଙ୍କ କୋରୋନା ସଚେତନତା ବାର୍ତ୍ତା, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧରେ କୋରୋନା ସଚେତନତା, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ସଚେତନତା
ଆଦିବାସୀ ମହିଳାଙ୍କ କୋରୋନା ଚିନ୍ତା, ନିଆରା ଢଙ୍ଗରେ କରୁଛନ୍ତି ସଚେତନ
author img

By

Published : Mar 29, 2020, 10:08 PM IST

ବୌଦ୍ଧ: ଆଦିବାସୀ ମହିଳାଙ୍କ ଲକଡାଉନ ଓ କୋରୋନା ସଂକ୍ରମଣକୁ ନେଇ ନିଆରା ସଚେତନତା ବାର୍ତ୍ତା । ସେପଟେ ଝିଙ୍କେରପାଲି ଗାଁରେ ଅଭିନବ ଶୈଳୀରେ କିଛି ଯୁବକ ବହିରାଗତଙ୍କୁ ପିଢା ଉପରେ ଅତିଥିଙ୍କ ଭଳି ଗୋଡ ହାତ ଧୋଇ ସତ୍କାର କରୁଛନ୍ତି । ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି କୋରୋନା ନେଇ ଏପରି କିଛି ନିଆରା ସଚେତନତା ।

ଆଦିବାସୀ ମହିଳାଙ୍କ କୋରୋନା ଚିନ୍ତା, ନିଆରା ଢଙ୍ଗରେ କରୁଛନ୍ତି ସଚେତନ

କୋରୋନା ରୋଗ ସମ୍ପର୍କରେ ଜିଲ୍ଲାର ଏହି ଆଦିବାସୀ ମହିଳା ଜଣକ ଜାଣି ନଥିଲେ ବି ଏହା ଯେ ଏକ ମହାମାରି ରୋଗ ତାହା ସେ ବେଶ ଭଲ ଭାବେ ବୁଝି ପାରିଛନ୍ତି । ତେଣୁ ସେ ଏକା ଏକା ବୌଦ୍ଧ ନିକଟସ୍ଥ ଇଛାପୁର ଗାଁ ଛକରେ ଛିଡା ହୋଇ ହାତ ଯୋଡି ସମସ୍ତଙ୍କୁ ସ୍ବଛ ରହିବା ସହ ଘରୁ ନବାହାରିବାକୁ ସବୁଦିନ ଡାକ ଦେଉଛନ୍ତି । ସେପଟେ କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଅନ୍ତର୍ଗତ ଝିଙ୍କେରପାଲି ଗାଁର କିଛି ଯୁବକ ଅଭିନବ ଉଦ୍ୟମ କରି ଲୋକଙ୍କୁ ସଚେତନ କରୁଛନ୍ତି ।

ବାହାରୁ ଆସୁଥିବା ଲୋକଙ୍କୁ ଅତିଥିଙ୍କ ଭଳି ପିଢା ଉପରେ ପ୍ରଥମେ ଗୋଡ ହାତ ଧୋଇ ଆବଶ୍ୟକସ୍ଥଳେ ନୂଆ ରୁମାଲ ମୁହଁରେ ବାନ୍ଧି ଗାଁରେ ପ୍ରବେଶ ଅନୁମତି ଦେଉଛନ୍ତି । ଏପରିକି ଅଞ୍ଚଳକୁ ଆସୁଥିବା ଦାଦନଙ୍କ ପଞ୍ଜୀକରଣ ପଞ୍ଚାୟତରେ ପ୍ରଥମରୁ କରାଇ ନେବାକୁ ଅନୁରୋଧ କରୁଛନ୍ତି । ଗ୍ରାମବାସୀଙ୍କ ଏଭଳି ପ୍ରୟାସ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.