ETV Bharat / state

ଭାଗ୍ୟରେ ନାହିଁ ‘ସୌଭାଗ୍ୟ’, ଅନ୍ଧାରରେ କଟୁଛି ଜୀବନ

ଆଜି ବି କେତେକ ଅଞ୍ଚଳରେ ବିଦ୍ୟୁତ ସେବା ପହଞ୍ଚି ପାରିନାହିଁ । ଏପରିକି ସେ ‘ସୌଭାଗ୍ୟ’ ବି ଲୋକଙ୍କ ଭାଗ୍ୟରେ ନାହିଁ । ଫଳରେ ବୌଦ୍ଧର ଟାଇଞ୍ଜନ ଗ୍ରାମବାସୀ ଜିଲ୍ଲପାଳଙ୍କୁ ଭେଟି ନିଜ ଦୁଃଖକଷ୍ଟ ଜଣାଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 22, 2020, 12:42 PM IST

Boudh taizan people meet collector
ଭାଗ୍ୟରେ ନାହିଁ ‘ସୌଭାଗ୍ୟ’, ଅନ୍ଧାରରେ କଟୁଛି ଜୀବନ

ବୌଦ୍ଧ: ‘ସୌଭାଗ୍ୟ’ରେ ସାମିଲ ହେବା ପାଇଁ ଭାଗ୍ୟ ନାହିଁ । ଫଳରେ ଅନ୍ଧାରୁଆ ଜୀବନ କାଟୁଛନ୍ତି ବୌଦ୍ଧର ଟାଇଞ୍ଜନ ଗ୍ରାମବାସୀ । ଏନେଇ ବାରମ୍ବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାର ଅଭିଯୋଗ ହୋଇଛି । ଏହି ଯୋଜନା ମାଧ୍ୟମରେ ପ୍ରତି ଘରକୁ ବିଦ୍ୟୁତ ସେବା । ହେଲେ ଦୁର୍ଭାଗ୍ୟ ଯେ, ଆଜି ବି ଟାଇଞ୍ଚନ ଭଳି ଗାଁରେ ବିଜୁଳି ଆଲୁଅ ପହଞ୍ଚି ପାରିନାହିଁ ।

ଭାଗ୍ୟରେ ନାହିଁ ‘ସୌଭାଗ୍ୟ’, ଅନ୍ଧାରରେ କଟୁଛି ଜୀବନ

ବୌଦ୍ଧ ଇଲେକ୍ଟ୍ରିକାଲ ଡିଭିଜନର ମନମୁଣ୍ଡା ଇଲେକ୍ଟ୍ରି ସବଡିଭିଜନ ଅଧିନରେ ଆସୁଥିବା ଏହି ଗାଁରେ ଆଜି ବି ଲୋକେ ପର୍ଯ୍ୟନ୍ତ ଲଣ୍ଠନ ଓ ଡିବି ଆଲୁଆରେ ଜୀବନ ଅତିବାହିତ କରୁଛନ୍ତି । ତେଣୁ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟପଟେ, ଯେଉଁମାନଙ୍କ ନିକଟରେ ଯୋଜନା ପହଞ୍ଚିଛି, ସେମାନେ ବିଜୁଳି ଆଲୋକ ଦେଖିବାର ‘ସୌଭାଗ୍ୟ’ ପାଇନାହାଁନ୍ତି । ତେଣୁ ଏ ଅଭିଯୋଗ ନେଇ ଟାଇଞ୍ଜନ ଗାଁର ହିତାଧିକାରୀ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ସୌଭାଗ୍ୟ ଯୋଜନାରେ ସାମିଲ ହେବା ପାଇଁ ଭାଗ୍ୟ ନାହିଁ ।ଏ ସମ୍ପର୍କରେ ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଗୁହାରୀ ଜଣାଇଛନ୍ତି ।
ବୌଦ୍ଧ ଜିଲ୍ଲା ତାଳସରଡା ପଞ୍ଚାୟତ ଅନ୍ତର୍ଗତ ଟାଇଞ୍ଜନ ଗ୍ରାମର ପ୍ରାୟ ତିରିଶଟି ପରିବାର କୁ ସୌନ୍ଦର୍ଯ୍ୟ ଯୋଜନା ରେ ସାମିଲ କରାଯାଇ ନଥିବା ଅଭିଯୋଗ ହୋଇଛି ।ଆଉ ଯେଉଁ ସ୍ଥାନକୁ ସୌଭାଗ୍ୟ ପହଞ୍ଚିଛି ସେମାନେ ବିଜୁଳି ଆଲୋକ ଦେଖିବାର ସୌଭାଗ୍ୟ ପାଇନାହାନ୍ତି ।ଏଭଳି କିଛି ଅଭିଯୋଗ ନେଇ ଟାଇଞ୍ଜନ ଗ୍ରାମର ହିତାଧିକାରୀ ମାନେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କ ନିକଟରେ ଗୁହାରୀ କରିଛନ୍ତି ।ବୌଦ୍ଧ ଇଲେକ୍ଟ୍ରିକାଲଡିଭିଜନ ର ମନମୁଣ୍ଡା ଇଲେଟ୍ରି ସବଡିଭିଜନ ଅଧିନରେ ଆସୁଥିବା ଏହି ଗ୍ରାମରେ ଆଜି ପର୍ଯ୍ୟନ୍ତ ଡିବିରି ଓ ଲଣ୍ଠନ ଆଲୁଅରେ ଜୀବନ ଅତିବାହିତ କରୁଅଛନ୍ତି ।ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Body:ସୌନ୍ଦର୍ଯ୍ୟ ଯୋଜନାରେ ସାମିଲ ହେବାର ସୌଭାଗ୍ୟ ନାହିଁ ।

Conclusion:ବାଇଟ-୧-ଉମା ସାହୁ,ଟାଇଞ୍ଜନ
ବାଇଟ-୨-ଅଭିମନ୍ୟୁ ସାହୁ,ଅଞ୍ଚଳବାସୀ
ବାଇଟ-୩-ସଞ୍ଜୁ ଭୋଇ,ଟାଇଞ୍ଜନ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.