ETV Bharat / state

ପୂର୍ବ ବିବାଦକୁ ନେଇ ବୌଦ୍ଧ-ସମ୍ବଲପୁର ଘରୋଇ ବସ ଚଳାଚଳ ବନ୍ଦ - BOUDH NEWS

ପୂର୍ବ ବିବାଦକୁ ନେଇ ବୌଦ୍ଧ-ସମ୍ବଲପୁର ଘରୋଇ ବସ ଚଳାଚଳ ବନ୍ଦ ହୋଇଥିବାରୁ ହନ୍ତସନ୍ତ ଯାତ୍ରୀ । ଉଭୟ ସଂଘର ବିବାଦ ସମାଧାନ କରିବାରେ ବିଫଳ ଜିଲ୍ଲା ପ୍ରଶାସନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Oct 20, 2019, 3:21 PM IST

ବୌଦ୍ଧ: ଘରୋଇ ବସ ମାଲିକ ସଂଘର ବିବାଦରେ ହନ୍ତସନ୍ତ ଯାତ୍ରୀ । ଉଭୟ ସଂଘର ବିବାଦ ସମାଧାନ କରିବାରେ ବିଫଳ ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାର ଘରୋଇ ବସ ମଧ୍ୟରେ ବିବାଦ କାରଣରୁ ଦୀର୍ଘ ଦିନ ଧରି ବସ ଚଳାଚଳ ବନ୍ଦ ରହିଛି । ଯଦ୍ବାରା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରାୟ 2 ବର୍ଷ ତଳେ ଏକ ବସର ଯାତାୟତ ସମୟକୁ ନେଇ ଉଭୟ ସଂଘ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ । ସମୟକ୍ରମେ ଏହି ବିବାଦ ବଢିବା କାରଣରୁ ଉଭୟ ଜିଲ୍ଲାରୁ ସିଧାସଳଖ ଆସୁଥିବା ସମସ୍ତ ଘରୋଇ ବସ ବନ୍ଦ ହୋଇଯାଇଛି । ବୌଦ୍ଧରୁ ସମ୍ବଲପୁର ଆସୁଥିବା 5ଟି ସିଧାସଳଖ ବସ ବନ୍ଦ ହୋଇଥିବାରୁ ଯାତ୍ରୀ ଓ ମାଲ ପରିବହନ ବାଧାପ୍ରାପ୍ତ ହୋଇଛି ।

ବସ ଚଳାଚଳ ସେବା ବନ୍ଦ ହେବା କାରଣରୁ ଖାଲି ଯାତ୍ରୀ ନୁହେଁ ବୌଦ୍ଧରୁ ବୁର୍ଲା ଶଆୁଥିବା ରୋଗୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏସମ୍ପର୍କରେ ଉଭୟ ଜିଲ୍ଲାର ଜିଲ୍ଲା ପ୍ରଶାସନ, ପୋଲିସ ଓ ଆରଟିଓଙ୍କୁ ଜଣାଯାଇଥିଲେ ମଧ୍ୟ ଅଦ୍ୟାବଧି ସମାଧାନର କୌଣସି ବାଟ ବାହାରିନାହିଁ । ସେପଟେ ଉଭୟ ଜିଲ୍ଲାର ଘରୋଇ ବସ ମାଲିକମାନେ ଏଥିପାଇଁ ବହୁ କ୍ଷତି ସହୁଛନ୍ତି । ତୁରନ୍ତ ଏହି ବିବାଦର ସମାଧାନ କରାଯିବାକୁ ଯାତ୍ରୀମାନେ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଦୁଇ ଜିଲ୍ଲାର ଘରୋଇ ବସ ମାଲିକ ସଂଘର ବିବାଦ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଯାତ୍ରୀ ।ଏନେଇ ଦୁଇ ଜିଲ୍ଲାର ପ୍ରଶାସନ ମଧ୍ୟ ବିବାଦ ସମାଧାନ କରିବାରେ ବିଫଳ ହୋଇଥିବା ଜଣାପଡିଛି ।
ବୌଦ୍ଧ ଓ ସମ୍ବଲପୁର ଜିଲ୍ଲା ମଧ୍ୟରେ ଘରୋଇ ବସ ଦୀର୍ଘ ଦିନ ହେଲା ବନ୍ଦ ଥିବାରୁ ସାଧାରଣ ଯାତ୍ରୀ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଦୀର୍ଘ ପ୍ରାୟ ଦୁଇ ବର୍ଷ ତଳେ ଏକ ବସକୁ ସମୟ ଦିଆଯିବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଯୋଗୁଁ ଉଭୟ ଜିଲ୍ଲାର ସିଧାସଳଖ ଆସୁଥିବା ସମସ୍ତ ଘରୋଇ ବସ ବନ୍ଦ ହୋଇଯାଇଛି ।ପ୍ରାୟ ପାଞ୍ଚଟି ସିଧାସଳଖ ବୌଦ୍ଧ ସମ୍ବଲପୁର ବସ ବନ୍ଦ ହୋଇଥିବାରୁ ଯାତ୍ରୀ ଓ ମାଲ ପରିବହନ ବାଧାପ୍ରାପ୍ତ ହେବା ସହ ବୌଦ୍ଧ ରୁ ବୁର୍ଲା କୁ ଯାଉଥିବା ରୋଗୀ ମାନେ ମଧ୍ୟ ଅନେକ ସମସ୍ୟା ର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।ଏସମ୍ପର୍କରେ ଉଭୟ ଜିଲ୍ଲାର ଜିଲ୍ଲା ପ୍ରଶାସନ,ପୋଲିସ ଓ ଆରଟିଓ ଙ୍କୁ ଜଣାଯାଇଥିଲେ ମଧ୍ୟ ଅଦ୍ୟାବଧି ସମାଧାନ ର କୌଣସି ବାଟ ଫିଟି ନାହିଁ ।ଏପଟେ ଉଭୟ ଜିଲ୍ଲାର ଘରୋଇ ବସ ମାଲିକ ମାନେ ବହୁ କ୍ଷତି ସହୁଛନ୍ତି ।ତୁରନ୍ତ ଏହି ବିବାଦର ସମାଧାନ କରାଯିବାକୁ ଯାତ୍ରୀ ମାନେ ଦାବି କରିଛନ୍ତି ।

Body:ବିବାଦ ଯୋଗୁଁ ବୌଦ୍ଧ ସମ୍ବଲପୁର ଘରୋଇ ବସ ଚଳାଚଳ ବନ୍ଦ ।

Conclusion:ବାଇଟ-୧-ବାବୁଲା ମଲ୍ଲିକ, ଯାତ୍ରୀ
ବାଇଟ-୨-ରାଜକିଶୋର ପଟ୍ଟନାୟକ, ଘରୋଇ ବସ ମାଲିକ ସଂଘ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.