ETV Bharat / state

ନିରାଡମ୍ବର ଭାବରେ ଜାତୀୟ ପ୍ରେସ ଦିବସ ପାଳିଲା ବୌଦ୍ଧ ପ୍ରେସ କ୍ଲବ - ଜାତୀୟ ପ୍ରେସ ଦିବସ

ଜାତୀୟ ପ୍ରେସ ଦିବସ ଅବସରରେ ଦୁର୍ନୀତି ଓ ସାମ୍ବାଦିକଙ୍କ ସୁରକ୍ଷା କୁନେଇ ଗଭୀର ଉଦବେଗ ପ୍ରକାଶ । ସେପଟେ ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରରେ କୌଣସି କାର୍ଯ୍ୟକ୍ରମ କରାନଯିବାରୁ ବରିଷ୍ଠ ସାମ୍ବାଦିକ କ୍ଷୋଭ ପ୍ରକାଶ କଲେ । ଅଧିକ ପଢନ୍ତୁ...

ନିରାଡମ୍ବର ଭାବରେ ଜାତୀୟ ପ୍ରେସ ଦିବସ ପାଳିଲା ବୌଦ୍ଧ ପ୍ରେସ କ୍ଲବ

author img

By

Published : Nov 17, 2020, 3:18 AM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ଜାତୀୟ ପ୍ରେସ ଦିବସକୁ ନିରାଡମ୍ବର ଭାବରେ ପାଳନ କରାଯାଇଛି । ବୌଦ୍ଧଠାରେ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକର ଆୟୋଜନ କରାଯାଇଥିଲା । କୋରୋନାରେ ମୃତ୍ୟୁ ବରଣ କରିଥିବା ତଥା ବିଭିନ୍ନ ସମୟରେ ଆକ୍ରୋଶର ଶୀକାର ହୋଇ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ସହ ବୌଦ୍ଧ ଜିଲ୍ଲାରେ ଦୁର୍ନୀତି ଓ ସାମ୍ବାଦିକଙ୍କ ସୁରକ୍ଷା ନେଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା ।

ନିରାଡମ୍ବର ଭାବରେ ଜାତୀୟ ପ୍ରେସ ଦିବସ ପାଳିଲା ବୌଦ୍ଧ ପ୍ରେସ କ୍ଲବ

ଚଳିତ ବର୍ଷ କୋରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନଥିବାରୁ ମଧ୍ୟ କ୍ଷୋଭ ପ୍ରକାଶ ପାଇଥିଲା । କୋରୋନା ସମୟରେ ଜିଲ୍ଲାର ଅନେକ ସାମ୍ବାଦିକ ନିଜ କର୍ତ୍ତବ୍ୟ ପାଳନ କରିଥିବା ବେଳେ ଜିଲ୍ଲା ସଦର ମହକୁମାରେ ନିରାଡମ୍ବର ଭାବେ ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମ କରିବାରଥିବାର ଆବଶ୍ୟକ ଥିଲା ବୋଲି ବରିଷ୍ଠ ସାମ୍ବାଦିକମାନେ ମତ ପ୍ରକାଶ କରିଥିଲେ ।

ଅନ୍ୟପକ୍ଷେ ଜିଲ୍ଲାରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ସାମ୍ବାଦିକ ପରିଚୟ ଦେଇ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବାରୁ କାର୍ଯ୍ୟରତ ସାମ୍ବାଦିକଙ୍କ ସମ୍ମାନରେ ଆଞ୍ଚ ଆସୁଥିବା ନେଇ ମଧ୍ୟ କ୍ଷୋଭ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.