ETV Bharat / state

ଗଞ୍ଜେଇ ଚୋରା ଚାଲାଣ ଉପରେ ବୌଦ୍ଧ ପୋଲିସର ତୀକ୍ଷ୍ଣ ନଜର - ବୌଦ୍ଧରେ ଗଞ୍ଜେଇ ଚୋରା ଚାଲାଣ

କନ୍ଧମାଳରେ ଗଞ୍ଜେଇ ରାକେଟ ପର୍ଦ୍ଦାଫାସ ପରେ ଏହାର ଇଫେକ୍ଟ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି । ଗଞ୍ଜେଇ ଚୋରା ଚାଲାଣକୁ ଧରିବାକୁ ବୌଦ୍ଧ ପୋଲିସ ଏକ ଜୋରଦସ୍ତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ...

ଗଞ୍ଜେଇ ଚୋରା ଚାଲାଣ ଉପରେ ବୌଦ୍ଧ ପୋଲିସର ତୀକ୍ଷ୍ଣ ନଜର

author img

By

Published : Sep 23, 2020, 7:40 AM IST

Updated : Sep 23, 2020, 2:16 PM IST

ବୌଦ୍ଧ:ଗଞ୍ଜେଇ ଚୋରା ଚାଲାଣକୁ ଧରିବାକୁ ବୌଦ୍ଧ ପୋଲିସ ଏକ ଜୋରଦସ୍ତ ବ୍ଲୁପ୍ରିଣ୍ଟ । ଲଗାତାର ଗତ ଦୁଇ ଦିନ ମଧ୍ୟରେ ଦେଢ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସହ 2 ଜଣକୁ ଗିରଫ କରାଯାଇଛି । କନ୍ଧମାଳରେ ଗଞ୍ଜେଇ ରାକେଟ ପର୍ଦ୍ଦାଫାସ ପରେ ଏହାର ଇଫେକ୍ଟ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ।

ଗଞ୍ଜେଇ ଚୋରା ଚାଲାଣ ଉପରେ ବୌଦ୍ଧ ପୋଲିସର ତୀକ୍ଷ୍ଣ ନଜର

ଜିଲ୍ଲାରେ ଗଞ୍ଜେଇ ବେପାର ରୋକିବାକୁ ବୌଦ୍ଧ ପୋଲିସ ଏବେ ତୀକ୍ଷ୍ଣ ନଜର ରଖିଛି । ସମସ୍ତ ଦିଗରେ ଜାଲ ବିଛାଇ ରଖିଛି । କଣ୍ଟାମାଳ ଥାନା ଅନ୍ତର୍ଗତ ଏକ ବିରାଟ ଅଞ୍ଚଳ ପୋଲିସ ସ୍କାନରରେ ରଖିଥିବା ଜଣାପଡିଛି । ଗତ ଦୁଇ ଦିନ ମଧ୍ୟରେ ବାଉଁଶୁଣୀ ଥାନା ଓ ବୌଦ୍ଧ ଥାନା ପକ୍ଷରୁ ଦେଢ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ବେଆଇନ ଗଞ୍ଜେଇ ଜବତ ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ସେହିପରି ବୌଦ୍ଧ ଜିଲ୍ଲା ଉପାନ୍ତର ଜଙ୍ଗଲ ଅଞ୍ଚଳରେ ହୋଇଥିବା ବେଆଇନ ଗଞ୍ଜେଇ ସହ ପଡୋଶୀ ଜିଲ୍ଲାର ଗଞ୍ଜେଇ ଚାଲାଣ ପାଇଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ରାସ୍ତା ଉପରେ ଚାଲାଣକାରୀ ନିର୍ଭର ଥିବାରୁ ପୋଲିସ ଏହା ଉପରେ କଡା ନଜର ରଖିଛି । ସେପଟେ ବୌଦ୍ଧ ଅବକାରୀ ବିଭାଗ ଗତ ଲକଡାଉନ ସମୟରେ ପ୍ରାୟ ଏକ କ୍ବିଣ୍ଟାଲ ଚାଳିଶ କେଜି ବେଆଇନ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Last Updated : Sep 23, 2020, 2:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.