ETV Bharat / state

ତରଳିଲାଣି ତଳି, କାମରେ ଆସୁନି ଝରଣା ପାଣି - irrigation project

ପାଣି ଅଭାବରୁ ରାଜ୍ୟରେ ଚାଷ କାର୍ଯ୍ୟ ଠପ ହେବାକୁ ବସିଲାଣି । ତଥାପି ଚେତୁ ନାହାନ୍ତି ସରକାର, ବର୍ଷା ଜଳକୁ ସଞ୍ଚୟ କରିବା ପରିବର୍ତ୍ତେ ନଷ୍ଟ ହେବାକୁ ଦିଆଯାଉଛି । ଆଉ ମୁଣ୍ଡରେ ହାତଦେଇ ବସିଛନ୍ତି ଟିକରପଡା ପଞ୍ଚାୟତ ବାସୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jul 28, 2019, 11:30 PM IST

ବୌଦ୍ଧ: ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଏବେ ଚାଷ କାର୍ଯ୍ୟ ଏକଦମ ଠପ ହୋଇପଡିଛି । ବିଶେଷ କରି ପଶ୍ଚିମାଞ୍ଚଳରେ ସ୍ଥିତି ସାଂଘାତିକ ହୋଇପଡିଛି । ପାଣି ଅଭାବରୁ ତଳି ଏବେ ପ୍ରଚଣ୍ଡ ଖରାରେ ତରଳି ଗଲାଣି । ତେବେ ଅନେକ ସ୍ଥାନରେ ବର୍ଷା ଜଳ ବ୍ୟବହାର ନହୋଇ ନଷ୍ଟ ହେଉଛି, ଯାହା ଏହି ଜଳ ସଂକଟ ସମୟରେ କାର୍ଯ୍ୟରେ ଆସି ପାରନ୍ତା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ରାଜ୍ୟର ଏମିତି ଏକ ଜିଲ୍ଲା ହେଉଛି ବୌଦ୍ଧ ଯେଉଁ ଜିଲ୍ଲାର ଲୋକେ କୃଷି ଉପରେ ନିର୍ଭର କରନ୍ତି । ଖାଲି ଧାନ ଚାଷ ନୁହେଁ ବିଭିନ୍ନ ପନିପରିବା ସହ ଡାଲି ଜାତୀୟ ଫସଲ ମଧ୍ୟ ଉତ୍ପାଦନ କରନ୍ତି ଏହି ଜିଲ୍ଲାର ଚାଷୀ ମାନେ । ତେବେ ସବୁଠାରୁ ଦୁଃଖର କଥା ହେଉଛି ଜିଲ୍ଲାର ଉପାନ୍ତ ଅଞ୍ଚଳର ଏକ ପଞ୍ଚାୟତ ହେଉଛି ଟିକରପଡା ଯେଉଁ ପଞ୍ଚାୟତ ଅଧିନସ୍ଥ ଜାମୁଖୋଲ ନିକଟରେ ଭାବନଇ ଝରଣା ବହିଯାଇଛି ।

କିନ୍ତୁ ଏହି ଝରଣା ପାଣି କୌଣସି କାର୍ଯ୍ୟରେ ଆସୁନାହିଁ । କାରଣ ଝରଣା ପାଣି ରକ୍ଷଣା ବେକ୍ଷଣ ପାଇଁ କୌଣସି ପ୍ରକଳ୍ପ ହୋଇପାରି ନାହିଁ । ତେବେ ଏନେଇ ଆଖ ପାଖ ଗ୍ରାମର ଶହଶହ ଲୋକ ବିଭାଗୀୟ ଅଧିକାରୀ ଓ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ଯେମିତି ନିରବଦ୍ରଷ୍ଟା ସାଜିଛି । ଯଦି ଏହି ଝରଣାକୁ ନେଇ ଏକ ଆନିକଟ କରାଯାଏ ତେବେ ପ୍ରାୟ ପାଞ୍ଚଶହ ହେକ୍ଟରକୁ ଜଳ ସେଚନ ହୋଇପାରିବ ।

ପାଣି ପାଇଁ ଏବେ ଜିଲ୍ଲାରେ ଚାଷ କାର୍ଯ୍ୟ ଠପ ହୋଇଯାଇଥିବା ବେଳେ ଉକ୍ତ ଝରଣା ପାଣି କୌଣସି କାମରେ ଆସୁନାହିଁ । ଯାହା ଚାଷୀ ମାନଙ୍କ ପାଇଁ ଶକ୍ତ ଧକ୍କା ସଦୃଶ । ତେବେ ତୁରନ୍ତ ଏକ ଆନିକଟ ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳ ବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଝରଣାର ପାଣି ଅକାରଣରେ ବୋହି ଯାଉଛି, କିନ୍ତୁ ଚାଷ କାର୍ଯ୍ୟ ରେ ଲାଗି ପାରୁନି ।ଏକ ଛୋଟ ଆନିକଟ ପାଇଁ ବାରମ୍ବାର ଅଞ୍ଚଳବାସୀ ଗୁହାରୀ କଲେ ମଧ୍ୟ ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।ବୌଦ୍ଧ ଜିଲ୍ଲାର ଏକ ଉପାନ୍ତ ପଞ୍ଚାୟତ ଟିକରପଡା ।ଏହି ପଞ୍ଚାୟତ ଅଧିନରେ ଥିବା ଜାମୁଖୋଲ ନିକଟରେ ଭାବନଇ ନାମରେ ଏକ ଝରଣା ବଞହିଯାଇଛି ।ଏଠାରେ ମାତ୍ର ଚାରି ଶହରୁ ପାଞ୍ଚ ଶହ ଫୁଟର ଆନିକଟ ନିର୍ମାଣ କରାଗଲେ ଜାମୁଖୋଲ, କୁଠୁଲିମୁଣ୍ଡା,ବିରିଗଡ ମୌଜାର ପାଞ୍ଚ ଶହ ହେକ୍ଟର ରୁ ଉର୍ଦ୍ଧ୍ବ ଜମିକୁ ଜଳସେଚନ ହୋଇପାରନ୍ତା ।ଏନେଇ ପୂର୍ବରୁ ଅନେକ ଥର ଅଞ୍ଚଳବାସୀ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ।ଏସମ୍ପର୍କରେ ବିଭାଗୀୟ ଅଧିକାରୀ ମଧ୍ୟ ଏକମତ ହୋଇ ଏଠାରେ ପ୍ରକଳ୍ପ ନିର୍ମାଣ ସପକ୍ଷରେ ଯୁକ୍ତି ରଖିଛନ୍ତି ।

Body:ଜାମୁଖୋଲ ନିକଟସ୍ଥ ଭାବନଇରେ ଆନିକଟ ନିର୍ମାଣ ପାଇଁ ଦାବୀ ।

Conclusion:ବାଇଟ-୧-ଗୌର ମଲ୍ଲିକ, ପୂର୍ବତନ ସରପଞ୍ଚ
ବାଇଟ-୨-ଗୁରୁପ୍ରସାଦ ପୃଷ୍ଟି,ନିର୍ବାହୀ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.