ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବୌଦ୍ଧ ଜିଲ୍ଲାବାସୀ - ହସ୍ପିଟାଲ ପ୍ରତିଷ୍ଠା କରିବା

ଜିଲ୍ଲାର ସ୍ବାସ୍ଥ୍ୟସେବା ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବୌଦ୍ଧର ବିଭିନ୍ନ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 23, 2019, 3:06 PM IST

ଭୁବନେଶ୍ବର: ରାଜ୍ୟରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ବ ନେବାପରେ ଶାସନ ବ୍ୟବସ୍ଥାକୁ ଆହୁରି ସରଳ ଓ କ୍ରିୟାଶୀଳ କରିବା ପାଇଁ ଆରମ୍ଭ କରିଛନ୍ତି ‘5ଟି’ ଏବଂ ‘ମୋ ସରକାର’ । ଏହା ମାଧ୍ୟମରେ ଶାସନ ବ୍ୟବସ୍ଥା ଓ ଅବ୍ୟବସ୍ଥାକୁ ସଜାଡୁଛନ୍ତି ରାଜ୍ୟ ସରକାର । ପ୍ରାଥମିକତା ଭାବେ ଏବେ ହସ୍ପିଟାଲକୁ ଗୁରୁତ୍ବ ଦେଇଛନ୍ତି । ସେଥିପାଇଁ 5ଟି ସଚିବ ଓ ତାଙ୍କ ଟିମ ବିଭିନ୍ନ ଜିଲ୍ଲା ଗସ୍ତ କରି ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଉଛନ୍ତି।

5ଟି ସଚିବଙ୍କ ବୌଦ୍ଧ ଗସ୍ତ ବେଳେ ଯାହା ପ୍ରତିଶ୍ରୃତି ଦିଆଯାଇଥିଲା ସେ ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହି ଘୋଷଣା ପରେ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରି ଆଜି ଶତାଧିକ ଜନତା, ବୁଦ୍ଧିଜୀବି, ଓକିଲ ସଂଘ, ବଣିକ ସଂଘ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାସହ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ଅବସରରେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ ଯେ, 5ଟି ସଚିବଙ୍କ ବୌଦ୍ଧ ଜିଲ୍ଲା ଗସ୍ତବେଳେ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାକୁ ଆହୁରି ତ୍ବରାନ୍ବିତ କରିବା ଲକ୍ଷ୍ୟରେ ଏକ ହସ୍ପିଟାଲ ପ୍ରତିଷ୍ଠା କରିବା, ହରଭଙ୍ଗା ବ୍ଲକରେ କିଡନୀ ରୋଗର ଅନୁଧ୍ୟାନ ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ, ଜିଲ୍ଲା ହସ୍ପିଟାଲକୁ ଗୋଟିଏ ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡି ଦିଆଯିବା ନେଇ ନିଷ୍ପତ୍ତି ନେଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା।ବୌଦ୍ଧ ଜିଲ୍ଲାବାସୀ ଉନ୍ନତ ସ୍ୱାସ୍ଥ୍ୟ ସେବା ନେଇ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କଲେ।

Body:ବୌଦ୍ଧ ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ନବୀନଙ୍କ ପଦକ୍ଷେପ ପରେ ସମ୍ବର୍ଦ୍ଧନା ।ବୌଦ୍ଧ ଜିଲ୍ଲାରେ ନୂଆକରି ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଜିଲ୍ଲାର ବୁଦ୍ଧିଜୀବୀ ଏବଂ ବିଭିନ୍ନ ସଂଗଠନ ,ଖାସ କରି ବୌଦ୍ଧ ଜିଲ୍ଲାବାସୀଙ୍କ ମନରେ ଏକ ପ୍ରକାର ଉତ୍ସାହ ଦେଖା ଦେଇଛି।ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ପାଇଁ ବୁଧବାର ଜିଲ୍ଲାର ଶତାଧିକ ବିଜେଡି କର୍ମୀ,ବୌଦ୍ଧ ଜିଲା ଓକିଲ ସଂଘ, ବଣିକ ସଂଘ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ବୌଦ୍ଧ ଜିଲ୍ଲାର ଦୀର୍ଘଦିନର ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଦାବିକୁ ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ବୌଦ୍ଧ ବାସୀ।ତେଣୁ ଆଜି ଜିଲ୍ଲାର ଶତାଧିକ ବୁଦ୍ଧିଜୀବୀ, ବିଜେଡି କର୍ମୀ, ବିଭିନ୍ନ ସଂଘର କର୍ମକର୍ତ୍ତା ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବୋଲି ବିଧାୟକ ପ୍ରଦୀପ ଅମାତ କହିଛନ୍ତି।

ସୂଚନା ଥାଉ ରାଜ୍ୟରେ 5t କାର୍ଯ୍ୟକ୍ରମ ଲାଗୁହେଲା ପରେ ବିଭିନ୍ନ ଜିଲ୍ଲା ବୁଲି ସେଠି କେମିତି ସ୍ୱାସ୍ଥ୍ୟ ସେବା ଚାଲିଛି ,ଲୋକମାନଙ୍କ ସମସ୍ୟା କଣ ଅଛି ତାହା ତଦାରଖ କରୁଛନ୍ତି 5t ସଚିବ ବି କେ ପାଣ୍ଡିଆନ।ବୌଦ୍ଧ ଜିଲ୍ଲା ଗସ୍ତବେଳେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏକ ହସ୍ପିଟାଲ ପ୍ରତିଷ୍ଠା କରିବା,ହରଭଙ୍ଗା ବ୍ଲକରେ କିଡନୀ ରୋଗର ଅନୁଧ୍ୟାନ ପାଇଁ ଏକ ସ୍ୱତନ୍ତ୍ର ଟିମ,ଜିଲ୍ଲା ହସ୍ପିଟାଲକୁ ଗୋଟିଏ ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡି ଦିଆଯିବା ନେଇ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର ଏବଂ ଘୋଷଣା ମଧ୍ୟ କରିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.