ETV Bharat / state

ଝିଅର ପାଠପଢା ପାଇଁ ଦାଦନ ପାଲଟି ଗଲେ ବାପା, କାମ କରିବାକୁ ଯାଇ ନିଖୋଜ - ଦାଦାନ ଖଟିବାକୁ ଯାଇ ନିଖୋଜ

କଲେଜରେ ଝିଅକୁ ପାଠ ପଢାଇବାକୁ ଅର୍ଥ ସଂଗ୍ରହ ପାଇଁ ଦାଦନ ଖଟିବାକୁ ଗଲେ ବାପା । ଦାଦାନ ଖଟିବାକୁ ଯାଇ ନିଖୋଜ ହୋଇଯିବା ପରେ ଚିନ୍ତାରେ ପରିବାର । ଅଧିକ ପଢନ୍ତୁ

boudh man missing in tamilnadu
boudh man missing in tamilnadu
author img

By

Published : May 30, 2023, 10:10 AM IST

ଝିଅର ପାଠପଢା ପାଇଁ ଦାଦନ ପାଲଟି ଗଲେ ବାପା

ବୌଦ୍ଧ: ଝିଅ ପାଠ ପଢିବ ବଡ ମଣିଷ ହେବ । ଚାକିରି କଲେ ମୋ ଦୁଃଖ ଦୂର ହେବ। କିନ୍ତୁ ଝିଅକୁ ପାଠ ପଢାଇବା ପାଇଁ ପାଖରେ ନଥିଲା ଟଙ୍କା । ଶେଷରେ ବାହାର ରାଜ୍ୟକୁ ଯାଇ ସାଜିଲେ ଦାଦନ। କିନ୍ତୁ ଟଙ୍କା ଉପର୍ଜାନ ପାଇଁ ବାହାର ରାଜ୍ୟକୁ ଦାଦନ ଘଟିବାକୁ ଯାଇଥିବା ବୌଦ୍ଧ ଜିଲ୍ଲା କୁରୁକୁପା ଗ୍ରାମର କ୍ଷେତ୍ର ମୋହନ ଝାଙ୍କର ଏବେ ନିଖୋଜ ହୋଇୟାଇଛନ୍ତି । ଏପଟେ ଚାରି ଝିଅ ଓ ଗୋଟିଏ ପୁଅକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ସ୍ତ୍ରୀ କୌଶଲ୍ୟା । ଏପରି ଦୁଃଖଦ କାହାଣୀ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ନଜରକୁ ଆସିଥିଲା ।

ସୂଚନା ମୁତାବକ କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତ ଅନ୍ତର୍ଗତ କୁରୁକୁପା ଗ୍ରାମର ଅଧିବାସୀ କ୍ଷେତ୍ର ମୋହନ ଝାଙ୍କର । କ୍ଷେତ୍ରଙ୍କ ଚାରି ଝିଅ ଓ ଗୋଟିଏ ପୁଅ ଥିବା ବେଳେ ବଡ଼ ଝିଅ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍‌ କରିଛନ୍ତି । ତେଣୁ ମେଧାବୀ ଝିଅର ଉଚ୍ଚ ଶିକ୍ଷା ପାଇଁ ଅର୍ଥର ଆବଶ୍ୟକତାକୁ ଉପଲବ୍ଧି କରି କ୍ଷେତ୍ର ବାହାର ରାଜ୍ୟକୁ ଯିବାକୁ ମନସ୍ଥ କଲେ । ଶେଷରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ସେ ତାମିଲନାଡୁକୁ ଦାଦନ ଖଟିବାକୁ ଚାଲିଗଲେ । ବର୍ତ୍ତମାନ ଆଉ କ୍ଷେତ୍ରଙ୍କ କୌଣସି ପତ୍ତା ମିଳୁନାହିଁ । ପରିବାରର ଏକମାତ୍ର ରୋଜଗାରକ୍ଷମ କ୍ଷେତ୍ର କେଉଁ ଆଡେ ନିଖୋଜ ହୋଇଯିବା ପରେ ବର୍ତ୍ତମାନ ପତ୍ନୀ କୌଶଲ୍ୟା ପାଞ୍ଚଟି ପୁଅଝିଅ କୁନେଇ ଅତ୍ୟନ୍ତ ଅସହାୟ ହୋଇ ପଡିଛନ୍ତି । ପରିବାର ପ୍ରତିପୋଷଣ କେମିତି କରିବେ ସେନେଇ ଚିନ୍ତାରେ କୌଶଲ୍ୟା। ଖୁଣ୍ଟିଗୋରାରେ ହେଉଥିବା ବୌଦ୍ଧ ଜିଲ୍ଲାପାଳ ଙ୍କ ଜନଶୁଣାଣୀରେ ନିଜ ପିଲାମାନଙ୍କୁ ସାଙ୍ଗରେ ନେଇ ପହଞ୍ଚିବା ପରେ ନିଦ ଦୁଃଖର କାହାଣୀ କହିଥିଲେ କୌଶଲ୍ୟା ।

ଏହି ଅସହାୟ ପରିବାରର ଦୁଃଖଦ କାହାଣୀ ଶୁଣିବା ପରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ତୁରନ୍ତ ଉକ୍ତ ପରିବାରକୁ ଏକ ନୂତନ ରାସନ କାର୍ଡ, ଦଶ ହଜାର ଟଙ୍କା ଓ ବଡ ଝିଅର ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥା କରିଥିଲେ । ସେହିପରି ପୋଲିସ ଏସ୍‌ପି ମଧ୍ୟ କିଭଳି ନିଖୋଜ ହୋଇଥିବା କ୍ଷେତ୍ରଙ୍କୁ ଠାବ କରାଯାଇ ପାରିବ ସେନେଇ ପରିବାରକୁ ଆଶ୍ବସନା ଦେଇଥିଲେ । ଜିଲ୍ଲା ପ୍ରଶାସନର ସହଯୋଗ ପରେ କୌଶଲ୍ୟା ଆଶ୍ବସ୍ତି ପ୍ରକାଶ କରିବା ସହିତ ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଗୋଟିଏ ପଟରେ କଣ୍ଟାମାଳ ବ୍ଲକରେ ଦାଦନ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଦଲାଲମାନେ ସରକାରଙ୍କ ପ୍ରଦତ୍ତ ଶ୍ରମିକଙ୍କ ସହାୟତା ରାଶି ଲୁଟ୍‌ କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏଭଳି ଏକ ଘଟଣାକୁ ନେଇ ମନମୁଣ୍ଡା ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି । ସେପଟେ ସୋମବାର ଜିଲ୍ଲାପାଳଙ୍କ ଖୁଣ୍ଟିଗୋରା ପଞ୍ଚାୟତରେ ଜନଶୁଣାଣୀ ସମୟରେ ସରକାରୀ କର୍ମଚାରୀଙ୍କ ଅବହେଳା ଯୋଗୁଁ କଣ୍ଟାମାଳ ବ୍ଲକର ଜଣେ ଡିଇଓଙ୍କୁ ଜିଲ୍ଲାପାଳ ବରଖାସ୍ତ କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.