ETV Bharat / state

ଅଧାରେ ଅଟକିଛି ବିକାଶ ଗାଡି, ସରକାରୀ ଯୋଜନାରୁ ବଞ୍ଚିତ ମଲ୍ଲିକପଡା - boudh mallikapada village news

ଗମନାଗମନଠୁ ଆରମ୍ଭ କରି ଆବାସ ଯୋଜନା, ପାନୀୟ ଜଳ ଅନ୍ୟାନ୍ୟ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଟିକରପଡା ପଞ୍ଚାୟତ ମଲ୍ଲିକପଡା ଅଞ୍ଚଳବାସୀ । ଏହି ଦୁର୍ଗମ ଅଞ୍ଚଳରେ ବିକାଶ ଏବେବି ଅପହଞ୍ଚ । ଅଧିକ ପଢନ୍ତୁ

ଅଧାରେ ଅଟକିଛି ବିକାଶ ଗାଡି, ସରକାରୀ ଯୋଜନାରୁ ବଞ୍ଚିତ ମଲ୍ଲିକପଡାବାସୀ

author img

By

Published : Aug 25, 2022, 1:01 PM IST

ବୌଦ୍ଧ: ସରକାରୀ ଯୋଜନା ପାଲଟିଛି ସାତ ସପନ । ସରକାର ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା କରିଥିବା ବେଳେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଟିକରପଡା ପଞ୍ଚାୟତ ମଲ୍ଲିକପଡା ଅଞ୍ଚଳରେ ପହଁଞ୍ଚି ପାରି ନାହିଁ ସରକାରଙ୍କର ବିକାଶର ଗାଡି । ଏହି ଅଞ୍ଚଳକୁ ଦେଖିଲେ ଲାଗୁଛି ସରକାର ଯେମିତି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡିଛନ୍ତି ଆଉ ବିକାଶର ଗାଡିଟି ଅଧାରେ ଅଟକି ଯାଇଛି ।

ଅଧାରେ ଅଟକିଛି ବିକାଶ ଗାଡି, ସରକାରୀ ଯୋଜନାରୁ ବଞ୍ଚିତ ମଲ୍ଲିକପଡାବାସୀ

ନିର୍ବାଚନ ପରେ ନିର୍ବାଚନ ଯାଇଛି । ନେତା ପରେ ନେତା ଏଠାକୁ ଆସିଛନ୍ତି ଆଉ ଯାଇଛନ୍ତି । ପ୍ରତିଶ୍ରୁତିର ପାହାଡ ଲଦାଯାଇ ଜନତାଙ୍କ ପାଖରୁ ନେଇଛନ୍ତି ଭୋଟ । ହେଲେ ନିର୍ବାଚନ ପରେ ଯେମିତି ପ୍ରତିଶ୍ରୁତି ପାଣିର ଗାର ପାଲଟି ଯାଇଛି । ନା କୌଣସି ନେତାଙ୍କର ଏହି ଅଞ୍ଚଳରେ ପାଦ ପଡିଛି ନା ସରକାରଙ୍କର ବିକାଶର ଗାଡିଟି ଏହି ଅପହଞ୍ଚ ଇଲାକାରେ ପହଁଞ୍ଚିଛି । ଗମନାଗମନଠୁ ଆରମ୍ଭ କରି ଆବାସ ଯୋଜନା, ପାନୀୟ ଜଳ ଅନ୍ୟାନ୍ୟ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଟିକରପଡା ପଞ୍ଚାୟତ ମଲ୍ଲିକପଡା ଅଞ୍ଚଳବାସୀ । ଗୋଟିଏ ପଟେ ଯାତାୟତ ପାଇଁ ସବୁଦିନିଆ ରାସ୍ତାର ଅଭାବ ଥିବା ବେଳେ ଅନ୍ୟ ପଟରେ ପାହାଡି ଝରଣା ବାଧକ ସାଜୁଛି ।

ସରକାରୀ ଯୋଜନାର କୌଣସି ସ୍ବାଦ ଚାଖି ନାହାଁନ୍ତି ଏହି ଅଞ୍ଚଳବାସୀ । ଟିକରପଡା ପଞ୍ଚାୟତ ମଲ୍ଲିକପଡା ଅଞ୍ଚଳରେ ଦଶରୁ ଊର୍ଦ୍ଧ୍ବ ଆଦିବାସୀ ଅଧ୍ୟୁଷିତ ଗ୍ରାମ ରହିଛି । ଦମଣ୍ଡା, ନୂଆସାହି, ସାଲଦରଙ୍ଗା,ଗୁରୁଜୀମୁଣ୍ଡା, ଲେଙ୍ଗଡପାଜୁ ଭଳି ଗ୍ରାମ ଗୁଡିକ ଜଙ୍ଗଲ ଭିତରେ ରହିଥିବା ବେଳେ ଦମଣ୍ଡା ନାଳ ବର୍ଷ ତମାମ ଏହି ଅଞ୍ଚଳକୁ ବିଚ୍ଛିନ୍ନ କରି ରଖିଥାଏ । ଫଳରେ ଗମନାଗମନରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଅଞ୍ଚଳବାସୀ । ଆବାସ ଯୋଜନା ଠାରୁ ନେଇ, ବିଦ୍ୟୁତ, ପାନୀୟଜଳ, ସ୍ବାସ୍ଥ୍ୟ ସେବା ସବୁକିଛି ଯୋଜନା ଏସବୁ ଅଞ୍ଚଳରେ ପହଞ୍ଚି ପାରୁ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏହି ଦୁର୍ଗମ ଅଞ୍ଚଳରେ ବିକାଶ ଏବେବି ଅପହଞ୍ଚ ।

ଗୋଟିଏ ପଟେ ସରକାର ୫ଟି ସେବା ଲାଗୁ କରୁଥିବା ବେଳେ ମୋବାଇଲ ଟାୱାର ଏହି ଅଞ୍ଚଳ ପାଇଁ ସାତ ସପନ ହୋଇଯାଇଛି । କୌଣସି ରାସ୍ତାର ସୁବିଧା ନାହିଁ । ପକ୍କା ଘର ଆସିଥିଲେ ମଧ୍ୟ ସରପଞ୍ଚ ପକ୍କା ଘର ପାଇଁ ନାମ ଲେଖିନେବା ପରେ ସରପଞ୍ଚର ଆଉ ଦେଖାନଥାଏ । ଜରି ଲଗାଇ ଘରେ ରହିବାକୁ ପଡୁଛି । ଗାଁରେ ପକ୍କା ରାସ୍ତାଟିଏ ନଥିବାରୁ ବର୍ଷା ହେଲେ ରାସ୍ତା କାଦୁଅରେ ଭରି ଯାଉଛି । ଯେଉଁ କାରଣରୁ ବର୍ଷା ଦିନେ ଘରୁ ବାହାରିବା ମୁସ୍କିଲ ହୋଇପଡେ । ଏନେଇ ଅଧିକ ହଇରାଣ ହେଉଛନ୍ତି ସ୍କୁଲ ପିଲା । ବିଦ୍ୟାଳୟକୁ ଯିବାବେଳେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ବର୍ଷା ପାଣି କାଦୁଅ ଭର୍ତ୍ତି ରାସ୍ତାରେ ପିଲାମାନେ ଆହତ ହେବାର ଅନେକ ସମ୍ଭାବନା ରହିଛି । ସେହିପରି ସ୍ବାସ୍ଥ୍ୟବସ୍ଥା ପୁରା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଗର୍ଭବତୀ ମହିଳାମାନଙ୍କୁ ଖଟିଆରେ ବୁହା ହୋଇ ଡାକ୍ତରଖାନା ପର୍ଯ୍ୟନ୍ତ ନିଆଯାଉଛି । ବଣ ଭିତରେ ଯୁଗ ଯୁଗ ଧରି ରହିଛୁ । ଏହି ଅଞ୍ଚଳପାଇଁ କୌଣସି ସୁବିଧା ନାହିଁ । ନେତା ମନ୍ତ୍ରୀମାନେ ଆସୁଛନ୍ତି କେବଳ ପ୍ରତିଶ୍ରୁତି ଦେଇ ଚାଲିଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଏହି ଅପହଞ୍ଚ ଇଲାକାର ସ୍ଥାନୀୟ ବାସିନ୍ଦା । ଏନେଇ ଅଞ୍ଚଳବାସୀ ବାରମ୍ବାର ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.