ETV Bharat / state

ଦୂର ଦେବ ଚାଷୀଙ୍କ ସମସ୍ୟା, ଆରମ୍ଭ ହେବ ଝାଣ୍ଟିଝରଣ ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ

ଚାଷୀଙ୍କ ମୁହଁରେ ଫୁଟିବ ହସ । ଦୂର ହେବ ଚାଷ ସମସ୍ୟା । ଖୁବଶୀଘ୍ର ଆରମ୍ଭ ଝାଣ୍ଟିଝରଣ ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ

author img

By

Published : Apr 23, 2023, 1:12 PM IST

Jhantijharan check dam construction work to start soon
ଆରମ୍ଭ ହେବ ଝାଣ୍ଟିଝରଣ ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ

ବୌଦ୍ଧ: ଦୀର୍ଘ ବର୍ଷର ଦାବି ପୂରଣ ହେବାକୁ ଯାଉଛି । ଚାଷୀଙ୍କ ମୁହଁରେ ହସ ଫୁଟିବ । ଦୂର ହେବ ସେମାନଙ୍କ ଚାଷ ସମସ୍ୟା । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଦୀର୍ଘ ଦିନ ଧରି ପ୍ରସ୍ତାବିତ ଥିବା ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ । ଝାଣ୍ଟିଝରଣ ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଖବର ପ୍ରକାଶ ପାଇବା ପରେ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଝାଣ୍ଟିଝରଣ ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ବର୍ତ୍ତମାନ ଦୁଇଟି ପଞ୍ଚାୟତର 250 ଏକରରୁ ଉର୍ଦ୍ଧ୍ବ ଜମି ଜଳସେଚନ ହୋଇପାରିବ । କୃଷି ଭିତ୍ତିକ ଜିଲ୍ଲାର ବିଭିନ୍ନ ଜଳ ଉତ୍ସରେ ପର୍ଯ୍ୟାପ୍ତ ସଂଖ୍ୟାରେ ଚେକ ଡ୍ୟାମ ନଥିବାରୁ ଜଳସେଚନ ପାଇଁ ଅଞ୍ଚଳର ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଜିଲ୍ଲାରେ ଦୁଇ ଦୁଇଟି ସେଚ ପ୍ରକଳ୍ପ ରହିଥିବା ବେଳେ ଅନେକ ସ୍ଥାନରେ ଚେକ ଡ୍ୟାମ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ତେବେ ଦୀର୍ଘ କୋଡିଏ ବର୍ଷରୁ ଅଧିକ ସମୟ ହେବ ଏକ ଚେକ ଡ୍ୟାମ ନିର୍ମାଣ ପାଇଁ ପ୍ରଚେଷ୍ଟା କରାଯାଉଥିଲେ ମଧ୍ୟ ଏହା ନିର୍ମାଣ ହୋଇ ପାରୁନଥିଲା । କିନ୍ତୁ ବର୍ତ୍ତମାନ ଉକ୍ତ ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

କୃଷି ପ୍ରଧାନ ଜିଲ୍ଲା ବୌଦ୍ଧରେ ଅନେକ ଜଳସେଚନ ପ୍ରକଳ୍ପ ରହିଛି । ଅନେକ ପଞ୍ଚାୟତ ରହିଛି ଯେଉଁଠି ଜଳସେଚନ କାର୍ଯ୍ୟ ଆଦୌ ହୋଇପାରୁନାହିଁ । ଫଳରେ ଚାଷୀ କେବଳ ବର୍ଷା ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାଏ । ବୌଦ୍ଧ ଜିଲ୍ଲାରେ ବାଘ ସେଚ ପ୍ରକଳ୍ପ ଓ ସାଲୁଙ୍କୀ ସେଚ ପ୍ରକଳ୍ପ ମାଧ୍ୟମରେ ଅନେକ ଅଞ୍ଚଳକୁ ଜଳସେଚନ ହୋଇଥାଏ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପଞ୍ଚାୟତରେ ଜଳସେଚନର ଆଦୌ ବ୍ୟବସ୍ଥା ନାହିଁ । ତେଣୁ ବର୍ତ୍ତମାନ ଏଭଳି ଜଳ ଉତ୍ସ ସ୍ଥାନରେ କ୍ଷୁଦ୍ର ଜଳସେଚନ ବିଭାଗ ମାଧ୍ୟମରେ ଚେକ ଡ୍ୟାମ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶୁଣ୍ଢିପଦର ପଞ୍ଚାୟତର ଝାଣ୍ଟିଝରଣ ନାଳ ଉପରେ ଏକ ଚେକ ଡ୍ୟାମ ନିର୍ମାଣ ପାଇଁ ଗତ କୋଡିଏ ବର୍ଷରୁ ଉର୍ଦ୍ଧ୍ବ ହେଲା ପ୍ରସ୍ତାବ ରହିଥିଲା । ଚେକ ଡ୍ୟାମ ନଥିବାରୁ ସ୍ଥାନୀୟ ଚାଷୀ ମାନେ ନିଜସ୍ବ ଉଦ୍ୟମରେ ଏକ ପଥର ବନ୍ଧ ବାନ୍ଧି ସେଚ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ଉକ୍ତ ଶୁଣ୍ଢିପଦର ପଞ୍ଚାୟତର ପାଲଝିର ଠାରେ ପ୍ରବାହିତ ଝାଣ୍ଟିଝରଣ ଉପରେ ଏକ ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ।

ପ୍ରାୟ ଏକ କୋଟି 34 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଡ୍ୟାମ ବର୍ଷା ଦିନ ପୂର୍ବରୁ ସମ୍ପୂର୍ଣ୍ଣ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଡ୍ୟାମ ଦ୍ବାରା ଶୁଣ୍ଢିପଦର ପଞ୍ଚାୟତ ଓ ବରଗୋଛା ପଞ୍ଚାୟତର ପ୍ରାୟ 250 ଏକରରୁ ଊର୍ଦ୍ଧ୍ବ ଜମିକୁ ଜଳସେଚନ ହୋଇ ପାରିବ ବୋଲି ସୂଚନା ମିଳିଛି । ଶୁଣ୍ଢିପଦର ପଞ୍ଚାୟତ ଭଳି କଣ୍ଟାମାଳ ବ୍ଲକର ଉପାନ୍ତ ଉମା ପଞ୍ଚାୟତ ଠାରେ ମଧ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଏକ ଚେକ ଡ୍ୟାମ ନିର୍ମାଣ ହେବ । ଏହି ଡ୍ୟାମରୁ ଉଠାଜଳସେଚନ ପଏଣ୍ଟ ମାଧ୍ୟମରେ ଉମା ଓ ନାରାୟଣପ୍ରସାଦ ପଞ୍ଚାୟତ ର ଚାଷୀମାନେ ଉପକୃତ ହେବେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.