ETV Bharat / state

ସ୍ବାମୀ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କଲା ସ୍ତ୍ରୀ ଓ ପରିବାର

author img

By

Published : Nov 17, 2020, 8:58 PM IST

ସ୍ବାମୀ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ପତ୍ନୀ ଓ ପରିବାର ନ୍ୟାୟ ପାଇଁ ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କ ଦ୍ବାରସ୍ଥ । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଅଧିକ ପଢନ୍ତୁ...

family demand high leverl enquiry
ସ୍ବାମୀ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କଲା ସ୍ତ୍ରୀ ଓ ପରିବାର

ବୌଦ୍ଧ: ସ୍ବାମୀ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ପତ୍ନୀ ଓ ପରିବାର ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କ ଦ୍ବାରସ୍ଥ । ଏହି ମୃତ୍ୟୁ ଦୁର୍ଘଟଣା ନ ହୋଇ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ତିଲେଶ୍ବର ପଞ୍ଚାୟତ ଅନ୍ତର୍ଗତ ଟେଭାପଦର ଗ୍ରାମର ଅର୍ଜୁନ ପାତ୍ରଙ୍କ ମୃତଦେହ ମିଳିଥିଲା । ଗତ 30 ତାରିଖରେ ପୁରୁଣାକଟକ ଥାନା ଠାରୁ ମାତ୍ର କେଇ କିଲୋମିଟର ଦୂର ସିଙ୍ଗାଣିବେଡା 57 ନମ୍ବର ଜାତୀୟ ରାଜପଥ କଡରେ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଅର୍ଜୁନ ପାତ୍ରଙ୍କ ମୃତଦେହ ମିଳିଥିଲା । ତେବେ ପ୍ରାଥମିକ ଅବସ୍ଥାରେ ପୁରୁଣାକଟକ ପୋଲିସ ଏହାକୁ ଦୁର୍ଘଟଣା ଜନିତ ବୋଲି ଦର୍ଶାଇ ଥିବାବେଳେ ମୃତକଙ୍କ ପରିବାର ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ମୃତ୍ୟୁର 15 ଦିନରୁ ଊର୍ଦ୍ଧ୍ବ ସମୟ ବିତିଗଲା ପରେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଏଯାବତ ଆସିନାହିଁ । ଫଳରେ ସବୁକିଛି ଅନ୍ଧକାରରେ ରହିଛି ।

ତେବେ ଆଜି ମୃତକଙ୍କ ପରିବାର ପୁରୁଣାକଟକ ପୋଲିସ ତଦନ୍ତରେ ସହଯୋଗ କରୁନଥିବା ଅଭିଯୋଗ କରି ଏହି ମୃତ୍ୟୁର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଦାବି କରିଛନ୍ତି । ଏସପି ଭି ରଘୁନାଥ ରାଓ ନିଶ୍ଚିତ ଭାବରେ ପରିବାରର ଅଭିଯୋଗ ନେଇ ଅଧିକ ତଦନ୍ତ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.