ବୌଦ୍ଧ: ହୋମଗାର୍ଡଙ୍କ ଅଶ୍ଳୀଳ ଓ ଅଭଦ୍ରୋଚିତ୍ତ ବ୍ୟବହାରର ଅଡିଓ ଏବେ ସବୁଆଡେ ଭାଇରାଲ ହେବାରେ ଲାଗିଛି । ଏ ନେଇ ବୁଦ୍ଧିଜୀବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଉକ୍ତ ହୋମଗାର୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।
ବୌଦ୍ଧ ଜିଲ୍ଲା ପୋଲିସ ଅଧିନରେ କାର୍ଯ୍ୟ କରୁଥିବା ଜଣେ ଖାକି ପୋଷାକଧାରୀ ହୋମଗାର୍ଡଙ୍କ ଅଭଦ୍ରୋଚିତ୍ତ ଓ ଅଶ୍ଳୀଳ ବ୍ୟବହାରର ଏକ ଅଡିଓ ସବୁଆଡେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଆମଠାପଡା ଗ୍ରାମର ଜଣେ ଯୁବକ ବାଇକ ସଜାଡିବା ଟଙ୍କାକୁ ନେଇ ମାମଲା ଫାଣ୍ଡିକୁ ଯାଇଥିଲା । ସେଠାରେ ଗାଡିର କାଗଜପତ୍ର ଓ ଡିଏଲକୁ ନେଇ ଫାଣ୍ଡିର ଜଣେ ହୋମଗାର୍ଡଙ୍କ ସହ କଥାବାର୍ତ୍ତାର ଏକ ଅଡିଓରେ ହୋମଗାର୍ଡଙ୍କ ଅଶ୍ଳୀଳ ଭାଷା ସୀମା ବାହାର ହୋଇଯାଇଥିଲା । ଯାହାକୁ ସମ୍ପୂର୍ଣ୍ଣ ଶୁଣିବା ମଧ୍ୟ ଅତ୍ୟନ୍ତ ଲଜ୍ଜା କର ।
ସେପଟେ ସମ୍ପୃକ୍ତ ଯୁବକ ଜଣକ ହୋମଗାର୍ଡଙ୍କ ବାସଭବନକୁ ଯାଇ ପ୍ରଥମେ ଅଭଦ୍ରୋଚିତ୍ତ ବ୍ୟବହାର ଯୋଗୁଁ ସେ ଉତ୍ୟକ୍ତ ହୋଇ ଏଭଳି କହିଥିବା ହୋମଗାର୍ଡ କହିଛନ୍ତି । ଏହି ଅଡିଓ ସବୁଆଡେ ଭାଇରାଲ ହେବା ସହ ବୁଦ୍ଧିଜୀବୀ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ