ETV Bharat / state

ସେବା ମାଗୁଛି ଆୟୁର୍ବେଦିକ ସ୍ବାସ୍ଥ୍ୟସେବା, ଅବହେଳିତ ଡାକ୍ତରଖାନା

କେଉଁଠି ଯୋଜନା ଅପହଞ୍ଚ ତ କେଉଁଠି ଖତ ଖାଉଛି ଯୋଜନା। ମୋଳିକ ସୁବିଧା ଯୋଗାଇବାରେ ସରକାରଙ୍କ ମାଳମାଳ ଯୋଜନା ହେଲେ ଏଥିରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ବୌଦ୍ଧ ଜିଲ୍ଲା ଦିହ୍ୟା ଅଞ୍ଚଳରେ ଭୂତ କୋଠରୀ ପାଲଟିଛି ଆୟୁର୍ବେଦ ଚିକିତ୍ସାଳୟ।

author img

By

Published : Mar 25, 2019, 2:56 PM IST

Updated : Mar 26, 2019, 11:49 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ସରକାରଙ୍କ ମାଳମାଳ ଯୋଜନା। ସ୍ବାସ୍ଥ୍ୟ, ଗମନାଗମନ, ଶିକ୍ଷା, ଭଳି କାହିଁ କେତେ ଯୋଜନା। ହେଲେ ଏ ଯୋଜନା ଭିତରୁ କେତେକ ବାଟବଣା ହେଉଥିବା ବେଳେ ଆଉ କେତେକ ଖତ ଖାଉଛି। ଲୋକଙ୍କୁ ଆୟୁର୍ବେଦ ଚିକିତ୍ସା ଯୋଗାଇବା ଲାଗି ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଥିଲା ଆୟୁର୍ବେଦ ଚିକିତ୍ସାଳୟ। ହେଲେ ଏ ଚିକିତ୍ସାଳୟ ଏବେ ପାଲଟିଛି ଭୂତ କୋଠରୀ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଦହ୍ୟା ଠାରେ ଖୋଲାଯାଇଥିଲା ଆୟୁର୍ବେଦ ଡାକ୍ତରଖାନା। ହେଲେ ଏଠି ଏବେ ରାଜୁତି କରୁଛି ନିର୍ଜନତା। ଦିନଥିଲା ଏହି କେନ୍ଦ୍ର ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ କରିବାରୁ ଅଞ୍ଚଳରେ ନାଁ କରିଥିଲା କିନ୍ତୁ ଆଜିର ସତ୍ୟତା ଅଞ୍ଚଳବାସୀଙ୍କୁ ଦୁଃଖିତ କରି ପକାଇଛି।

ଅଞ୍ଚଳର ଏକମାତ୍ର ଏହି ଡାକ୍ତରଖାନାରେ ନା ଅଛନ୍ତି ଡାକ୍ତର ନା ଅଛନ୍ତି କର୍ମଚାରୀ। ଜଣେ ମାତ୍ର ରାତି ଜଗୁଆଳିଙ୍କ ଭରସାରେ ବଞ୍ଚିଛି ଏହି ମୃତ ପ୍ରାୟ ଅନୁଷ୍ଠାନ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଏପରି ଆୟୁର୍ବେଦ ଡାକ୍ତରଖାନା ନିମନ୍ତେ ମାତ୍ର ଜଣେ ଡାକ୍ତର ଅଛନ୍ତି। ସେ ପୁଣି ଦୟାକଲେ ରୋଗୀ ସେବା ଟିକକ ମିଳିବ।

ଏଭଳି ପରିସ୍ଥିତିରେ ଦହ୍ୟା ଅଞ୍ଚଳର ଗରିବ ରୋଗୀ ଭଗବାନଙ୍କ ଭରସାରେ ମୃତ୍ୟୁ ମୁଖକୁ ଠେଲିହୋଇ ଯାଆନ୍ତି। ଏଣୁ ଅତି ଶିଘ୍ର ଏହି ଜନକଲ୍ୟାଣକାରୀ ଅନୁଷ୍ଠାନକୁ ପୁନର୍ଜିବୀତ କରିବାକୁ ସାଧାରଣରେ ଦାବି ହୋଇଛି।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଧିନ ନରହରିପୁର ପଡ଼ିଆରେ ଗତ 15 ତାରିଖ ଜଣେ କଲେଜ ଛାତ୍ରୀଙ୍କ ବେକ କାଟି ହତ୍ୟା ଘଟଣାରେ ଏଯାଏ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଅସମର୍ଥ ହୋଇଛି। ଏହାକୁ ନେଇ ଛାତ୍ରୀଙ୍କ ପରିବାର ଲୋକଙ୍କ ସମେତ ଗ୍ରାମବାସୀମାନେ ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାରୋକ କରିଥିଲେ।

Body:ରେମୁଣା ବାଇପାସ ବାଙ୍ଗରଗାଁଠାରେ ଗ୍ରାମବାସୀ ରାସ୍ତାରୋକ କରାଯାଇଥିଲା। ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବି କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି ଅଟକିଥିବା ଦେଖିବାକୁ ମିଳିଥିଲା। ନାବାଳିକା ଛାତ୍ରୀଙ୍କୁ ପ୍ରଥମେ ସେହି ଗାଁର ଜଣେ ଯୁବକ ଅପହରଣ କରି ପରେ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଅପହରଣ ବେଳେ ରେମୁଣା ପୋଲିସ ପାଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ପ୍ରକାଶ ପାଇଛି। ପୋଲିସ ତଦନ୍ତ ବେଳେ ଉଭୟ ପୁଅ ଝିଅଙ୍କ ବହାଘର କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଗୋଟିଏ ଦିନ ପରେ ଝିଅର ମୃତଦେହ ପରିବାର ଲୋକେ ପାଇଥିଲେ। ଏହାକୁ ନେଇ ପୋଲିସ ନିଜ କାର୍ଯ୍ୟରେ ଅବହେଳା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Conclusion:ସୂଚନା ଯୋଗ୍ୟ ଯେ, ଗତ 15 ତାରିଖ ବାଙ୍ଗରଗାଁର ହରିଶ୍ଚନ୍ଦ୍ର ବେହରାଙ୍କ ନାବାଳିକା ଝିଅକୁ ବେକ କାଟି ହତ୍ୟା କରାଯାଇଥିଲା। ସେହି ଗାଁର ସତ୍ୟଜିତ ପୋଥାଳ ନାବାଳିକା ଝିଅକୁ ଅପହରଣ କରି ହତ୍ୟା କରିଥିବା ହରିଶ୍ଚନ୍ଦ୍ର ରେମୁଣା ଥାନାରେ ଅଭିଯୋଗ କରିଛନ୍ତି। ମାତ୍ର ପୋଲିସର ସ୍ଥାଣୁତା ପାଇଁ ପରିବାରକୁ ନ୍ୟାୟ ମିଳୁନି ବୋଲି ଗ୍ରାମବାସୀମାନେ କହିଛନ୍ତି।
ବାଇଟ1- ମୃତ ନାବଳିକାଙ୍କ ଖୁଡି
ବାଇଟ2- ହରିଶ୍ଚନ୍ଦ୍ର ବେହରା(ମୃତକଙ୍କ ବାପା)
Last Updated : Mar 26, 2019, 11:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.