ETV Bharat / state

ଘଣ୍ଟାପଡା ଫାଣ୍ଡି ପାଇଲା ଥାନା ମାନ୍ୟତା, 7 ପଞ୍ଚାୟତକୁ ଯୋଗାଇବ ସେବା - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁଣିଥରେ ଥାନାର ମାନ୍ୟତା ଫେରି ପାଇଲା ଫାଣ୍ଡି । ବୌଦ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଥିବା ପଞ୍ଚାୟତ ଗୁଡ଼ିକରେ ଆଇନ ଶୃଙ୍ଖଳା ବ୍ୟବସ୍ଥିତ କରିବାକୁ ଘଣ୍ଟାପଡ଼ା ଫାଣ୍ଡିକୁ ଥାନାର ମାନ୍ୟତା ଦିଆଯାଇଛି । ଅଧିକ ପଢ଼ନ୍ତୁ

ghantapada police station
ଘଣ୍ଟାପଡା ଥାନା
author img

By

Published : Jan 10, 2023, 11:06 AM IST

ଘଣ୍ଟାପଡା ଫାଣ୍ଡି ପାଇଲା ଥାନା ମାନ୍ୟତା

ବୌଦ୍ଧ: ଲୋକଙ୍କୁ ଉତ୍ତମ ସେବା ଯୋଗାଇବାକୁ ରାଜ୍ୟରେ ଆଉ 30ଟି ଥାନା ଖୋଲିଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଘଣ୍ଟାପଡା ଫାଣ୍ଡିକୁ ଥାନାରେ ପରିଣତ କରାଯାଇଛି । ଏହାକୁ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଥିବା ସାତ ଗୋଟି ପଞ୍ଚାୟତରେ ଆଇନ ଶୃଙ୍ଖଳାକୁ ଅଧିକ ବ୍ୟବସ୍ଥିତ କରିବା ନେଇ ଏହି ଫାଣ୍ଡିକୁ ଥାନାରେ ରୂପାନ୍ତରିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଜେଲ୍‌ ସଂସ୍କାର ମାମଲା: ଜେଲ୍‌ରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ବନ୍ଦୀକୁ ନେଇ ହାଇକୋର୍ଟଙ୍କ ଉଦବେଗ ପ୍ରକାଶ

ଗଡଜାତ ଶାସନ କାଳରେ ଘଣ୍ଟାପଡାରେ ଥାନା ପ୍ରତିଷ୍ଠା କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଏକ ଫାଣ୍ଡିରେ ସିମୀତ ରହିଥିଲା । ତେବେ ଦୀର୍ଘ 38 ବର୍ଷ ପରେ ପୁଣିଥରେ ଘଣ୍ଟାପଡା ଫାଣ୍ଡି ଥାନାର ମାନ୍ୟତା ପାଇଛି । କଣ୍ଟାମାଳ ବ୍ଲକ ଅନ୍ତର୍ଗତ ନାରାୟଣ ପ୍ରସାଦ, ଉମା, ଖୁଣ୍ଟିଗୋରା, ବରଗାଁ, ଖମନମୁଣ୍ଡା, ଆମ୍ବଗାଁ, କୁଳୁତାଯୋର ଭଳି ସାତ ଗୋଟି ପଞ୍ଚାୟତର ସୀମାକୁ ନେଇ ଘଣ୍ଟାପଡା ଥାନା ସୋମବାର ଉଦଘାଟନ ହୋଇଛି । ଅଞ୍ଚଳରେ ବେଆଇନ ଗଞ୍ଜେଇ କାରବାର ଓ ଅପରାଧିକ ମାମଲା ରୋକିବା ସହିତ ଆଇନ ଶୃଙ୍ଖଳାକୁ ଅଧିକ ବ୍ୟବସ୍ଥିତ କରାଯାଇ ପାରିବ ବୋଲି ଆଶା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: 23 ଜିଲ୍ଲାରେ ଖୋଲିଲା 30 ନୂଆ ଥାନା, ମୈତ୍ରିବିହାର ଥାନାରୁ ମୁଖ୍ୟମନ୍ତ୍ରୀଙ୍କ ଶୁଭାରମ୍ଭ

ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା, ଏସପି ପ୍ରହଲ୍ଲାଦ ସହାୟ ମୀନା, SDPO ଅରବିନ୍ଦ ଗୁରୁ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ଅଞ୍ଚଳର ନିର୍ବାଚିତ ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ । ସୂଚନା ଥାଉକି, ରାଜଧାନୀର ନୂଆ ଥାନା ମୈତ୍ରୀବିହାର ଥାନାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ 23 ଜିଲ୍ଲାରେ ଖୋଲିଛି 30ଟି ଥାନା । ଏଥିସହ ବାକି 5ଟି ଥାନାର ପରବର୍ତ୍ତୀ ପର୍ଯ୍ୟାୟରେ ଶୁଭାରମ୍ଭ ହେବ । ଗତବର୍ଷ 36ଟି ଥାନା ପାଇଁ ଓଡ଼ିଶା ସରକାର ସ୍ବୀକୃତି ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.