ବୌଦ୍ଧ: ଜିଲ୍ଲାରେ ଜାରି ରହିଛି ଗଡଜାତ ଲୋକ ମହୋତ୍ସବ । ଲୁପ୍ତ ପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବାକୁ ଲୋକ ଉତ୍ସବରେ ଭରପୁର ପ୍ରୟାସ କରାଯାଉଛି । ଲୋକକଳା ସହିତ ହାତ ତିଆରି ବିଭିନ୍ନ ସାମଗ୍ରୀ ଦର୍ଶକ ଓ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ରହିଛି ।
ଗଡଜାତ ଅଞ୍ଚଳର ଲୁପ୍ତ ପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବାକୁ ଗଡଜାତ ଲୋକ ମହୋତ୍ସବରେ ଭରପୁର ଉଦ୍ୟମ କରାଯାଇଛି । ବୌଦ୍ଧ ଜିଲ୍ଲା ବୀରନରସିଂପୁରରେ ଚାଲିଥିବା ଗଡଜାତ ଲୋକ ମହୋତ୍ସବରେ ସ୍ଥାନୀୟ ଲୋକକଳା ଓ ପାରମ୍ପରିକ ନୃତ୍ୟକୁ ପ୍ରାଧାନ୍ୟ ଦିଆଯାଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମହୋତ୍ସବ ମଞ୍ଚରେ ବୌଦ୍ଧ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନେ ଲୁପ୍ତ ପ୍ରାୟ ଲୋକକଳା ପ୍ରଦର୍ଶନ କରିଛନ୍ତି । ବିଶେଷ ଭାବରେ ଝାଲିଆ ଶବର, ପତର ଶଉରା, ଡାଲଖାଇ, ରସରକେଲୀ, ମାଏଲାଜଡ ଭଳି ଅନେକ ଲୋକକଳା ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖୁଛି ।
ଏହା ମଧ୍ୟ ପଢନ୍ତୁ: ଥାଇଲାଣ୍ଡରେ ବୁଡ଼ିଲା ଯୁଦ୍ଧ ଜାହାଜ, 33 ନିଖୋଜ
ଏଥିସହିତ ବିଭିନ୍ନ ଷ୍ଟଲରେ ହାତତିଆରି ସାମଗ୍ରୀ, ଶୀତ ବସ୍ତ୍ର, ପାରମ୍ପରିକ ଖାଦ୍ୟ ଦର୍ଶକ ଓ ପର୍ଯ୍ୟଟକ ଙ୍କୁ ଖୁବ ଆକର୍ଷିତ କରିଛି । ଆଖିରେ ପୁଟୁଳି ବାନ୍ଧି ଘଣ୍ଟା ଘଣ୍ଟା ଧରି ବିଭିନ୍ନ ପରିବା କଟାଳୀଙ୍କ ଅଦ୍ଭୁତ କଳା ପ୍ରମୁଖ ଆକର୍ଷଣ ସାଜିଛି । ତେବେ ଗଡଜାତ ଲୋକ ମହୋତ୍ସବରେ ଭରପୁର ମଜା ନେଉଥିବା କଥା କହିଛନ୍ତି ଦର୍ଶକ ।
ଇଟିଭି ଭାରତ, ବୌଦ୍ଧ