ETV Bharat / state

ବୌଦ୍ଧ ବନଖଣ୍ଡର ଚଢାଉ, 40 ଲକ୍ଷର ମୂଲ୍ୟବାନ କାଠପଟା ଜବତ - ବନଖଣ୍ଡ ବିଭାଗ

ବନଖଣ୍ଡ ବିଭାଗକୁ ବଡ ଧରଣର ସଫଳତା । ତିନୋଟି ପୃଥକ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇ 30-40 ଲକ୍ଷ ଟଙ୍କାର ମୂଲ୍ୟବାନ କାଠପଟା ଜବତ ସହ 2 ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ବୌଦ୍ଧ ବନଖଣ୍ଡର ବଡ ଧରଣର ଚଢାଉ, 40 ଲକ୍ଷର ମୂଲ୍ୟବାନ କାଠପଟା ଜବତ

author img

By

Published : May 21, 2021, 11:50 AM IST

ବୌଦ୍ଧ: ବନଖଣ୍ଡ ବିଭାଗକୁ ବଡ ଧରଣର ସଫଳତା । ତିନୋଟି ପୃଥକ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇ 30-40 ଲକ୍ଷ ଟଙ୍କାର ମୂଲ୍ୟବାନ କାଠପଟା ଜବତ ସହ 2 ଜଣଙ୍କୁ ଗିରଫ କରାଯାଇଛି । ତେବେ ଦୀର୍ଘ ବର୍ଷ ହେଲା ଚାଲିଥିଲା ବେଆଇନ କାଠ ପଟା କାରବାର । ଶେଷରେ ବନଖଣ୍ଡ ଅଧିକାରୀଙ୍କ ଯୋଜନା ଅନୁସାରେ ଏକକାଳୀନ ଚଢାଉରେ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ କାଠପଟା ଜବତ ହୋଇଛି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲର ବୃକ୍ଷ ଓ ବନ୍ୟଜନ୍ତୁ ଉପରେ ମାଫିଆଙ୍କ ଲୁଟ ଚାଲିଥିଲା । ତେବେ କିଛି ଦୁର୍ନୀତିଗ୍ରସ୍ତ ଜଙ୍ଗଲ କର୍ମଚାରୀଙ୍କ ପାଇଁ ମାଫିଆମାନେ ଜଙ୍ଗଲରୁ ଗଛକାଟି କାଠ ଚୋରା ଚାଲାଣ ସହ କାଠପଟାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ହଡପ କରିଚାଲିଥିଲେ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ବନଖଣ୍ଡ ଅଧିକାରୀ, ଜିଲ୍ଲା ପ୍ରଶାସନ, ପୋଲିସ ମିଳିତ ଭାବରେ ଗୁରୁବାର କଣ୍ଟାମାଳ ବ୍ଲକର 3ଟି ପୃଥକ ସ୍ଥାନରେ ଚଢ଼ାଉ କରି 171-9 cft କାଠପଟା ଜବତ କରିଛନ୍ତି ।

ସମୁଦାୟ 72 ଜଣ ଜଙ୍ଗଲ ଓ ପୋଲିସ କର୍ମଚାରୀଙ୍କ ସ୍ବତନ୍ତ୍ର ସ୍କ୍ବାର୍ଡ 3 ଜଣ ଏସିଏଫ ଓ 3 ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କଣ୍ଟାମାଳ ବନାଞ୍ଚଳର ପଲସାଗୋରା, ମଲ୍ଲିକପଦର ଓ ଆମ୍ବପାଲି ଗ୍ରାମରେ ଚଢ଼ାଉ କରି ବ୍ୟାପକ ପରିମାଣରେ ଶାଳ ଓ ଶାଗୁଆନ କାଠ, ପଟା ଓ ଅଧାଗଢା ଫର୍ନିଚର ସାମଗ୍ରୀ ସହିତ ଏଥିରେ ବ୍ୟବହୃତ ହେଉଥିବା ବିଭିନ୍ନ ଯନ୍ତ୍ରପାତି ଜଙ୍ଗଲ ବିଭାଗ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ବନଖଣ୍ଡ ଅଧିକାରୀ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିବା ବେଳେ ବୁଦ୍ଧିଜୀବୀ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.