ETV Bharat / state

ନିଆଣ୍ଟିଆ ବର୍ଷାରୁ ପଡିଆ ପଡିଛି ଜମି, ଚିନ୍ତାରେ ଚାଷୀ

author img

By

Published : Aug 7, 2022, 1:31 PM IST

ବୌଦ୍ଧରେ ନିଅଣ୍ଟିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ । ଜିଲ୍ଲାକୁ ବିଭିନ୍ନ ନଦୀ ନାଳ ଘେରି ରହିଥିଲେ ମଧ୍ୟ ପାଣି ଅଭାବକୁ ନେଇ ପ୍ରଶାସନକୁ ଦାୟୀ କଲେ ଲୋକେ । ଅଧିକ ପଢନ୍ତୁ

ସ୍ବଳ୍ପବର୍ଷା ଓ ତଳ ମୁଣ୍ଡକୁ ପାଣି ପହଞ୍ଚି ପାରୁନଥିବାରୁ ପଡିଆ ପଡିଛି ଜମି, ଚିନ୍ତାରେ ଚାଷୀ

ବୌଦ୍ଧ: ଜିଲ୍ଲାରେ ନିଅଣ୍ଟିଆ ବର୍ଷା ତଥା କେନାଲରେ ତଳ ମୁଣ୍ଡକୁ ପାଣି ପହଞ୍ଚି ପାରୁନଥିବା କାରଣରୁ ଅନେକ ଜମି ପଡିଆ ପଡିଛି । ଯେଉଁଠି ଚାଷ ହୋଇଛି ସେଠାରେ ପାଣି ଅଭାବରୁ ମାଟି ଫାଟି ଆଁ କରିବା ସହିତ ଧାନ ତଳି ପୋଡିବାକୁ ବସିଛି । ଅଗଷ୍ଟ ମାସର ପ୍ରଥମ ସପ୍ତାହ ପରେ ମଧ୍ୟ ବର୍ଷାର ମାତ୍ରା କମ ରହିଥିବାରୁ ଚିନ୍ତାରେ ଚାଷୀ ।

ବୌଦ୍ଧ ଜିଲ୍ଲା ଦେଇ ମହାନଦୀ ସମେତ ତେଲନଦୀ, ସାଲୁଙ୍କୀ, ବାଘନଦୀ ଭଳି ଅନେକ ନଦୀନାଳ ପ୍ରବାହିତ ହେଉଥିଲେ ମଧ୍ୟ ଚାଷ ସମୟରେ ଦେଖାଦେଉଛି ପାଣି ସମସ୍ୟା । ଉଭୟ ବାଘ ଜଳସେଚନ ଓ ସାଲୁଙ୍କୀ ଜଳସେଚନ ପ୍ରକଳ୍ପରୁ ଚାଷୀକୂଳ ଉପକୃତ ହେଉଥିବା ବେଳେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ କେନାଲର ତଳ ମୁଣ୍ଡକୁ ପାଣି ପହଞ୍ଚି ପାରୁନାହିଁ । ଶନିବାର ଅପରାହ୍ନରେ ଓ ରବିବାର ବୌଦ୍ଧ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ବୃଷ୍ଟିପାତ ହୋଇଥିଲେ ମଧ୍ୟ ତାହା ଚାଷ ପାଇଁ ପର୍ଯ୍ୟାପ୍ତ ହୋଇନଥିବା ସୂଚନା ମିଳିଛି ।

ସେପଟେ ତଳ ମୁଣ୍ଡରେ ପାଣି ପହଞ୍ଚି ପାରିନଥିବାରୁ ଅନେକ ସ୍ଥାନରେ ଜମି ପଡିଆ ପଡିଛି । ଯେଉଁ କେତେକ ସ୍ଥାନରେ ଚାଷ ହୋଇଛି ସେଠାରେ ପାଣି ଅଭାବରୁ ମାଟି ଫାଟି ଆଁ କରିବା ସହିତ ଧାନ ତଳି ପୋଡିବାକୁ ବସିଛି । ଜିଲ୍ଲା କୃଷି ବିଭାଗ ଓ ଜଳସେଚନ ବିଭାଗ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । କେନାଲର ସଫେଇ କାର୍ଯ୍ୟ ମଧ୍ୟ ଅଧିକାଂଶ ସ୍ଥାନରେ ହୋଇନଥିବା ଚାଷୀ ଅଭିଯୋଗ କରିବା ସହ ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.