ବୌଦ୍ଧ: ସମସ୍ୟା ଘେରରେ ଧାନ ଚାଷୀ। ଖରିଫ ଧାନ ବିକ୍ରି ସମୟରେ ଯେଉଁ ସବୁ ସମସ୍ୟା ସୃଷ୍ଟି ହୋଇଥିଲା, ବର୍ତ୍ତମାନ ପୁଣି ରବି ଧାନ ବିକ୍ରିରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଛି । ବୌଦ୍ଧ ଜିଲ୍ଲାର 23 ଗୋଟି ସମବାୟ ସମିତିର 24 ଗୋଟି ରବି ଧାନକ୍ରୟ ବ୍ୟବସ୍ଥା ଥିଲେ ମଧ୍ୟ ଟାର୍ଗେଟ ଅଭାବରୁ ସମସ୍ତ ଧାନ ମଣ୍ଡି ଆଗରେ ଚାଷୀର ଧାନ ସବୁ ପଡି ରହିଛି ।
ବର୍ତ୍ତମାନ ମୌସୁମୀ ବର୍ଷା ଆରମ୍ଭ ହୋଇ ସାରିଥିବାରୁ ପ୍ରାୟ ସମସ୍ତ ଧାନ ମଣ୍ଡିରେ ବର୍ଷା ଯୋଗୁଁ ଧାନ ସବୁ ଭିଜିବାରେ ଲାଗିଛି । ବୁଧବାର ଏହାର ପ୍ରତିକାର ପାଇଁ ବୌଦ୍ଧ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଚାଷୀଙ୍କ ଟୋକନକୁ 15 ଦିନ ବଦଳରେ ମାସିକିଆ ବ୍ୟବସ୍ଥା ସହ କଟନୀ ଛଟନୀ ଉଚ୍ଛେଦ କରି ତୁରନ୍ତ ଚାଷୀଙ୍କ ଧାନକ୍ରୟ କରିବାକୁ କିଷାନ କଂଗ୍ରେସ ଦାବି କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ