ETV Bharat / state

ବାଇଶ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ନଷ୍ଟ କଲା ଅବକାରୀ ବିଭାଗ

author img

By

Published : Dec 9, 2020, 10:22 PM IST

ଗଞ୍ଜେଇ ଚାଷ ଦମନ ଅଭିଯାନରେ ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା । ବୁଧବାର ମିଳିତ ଚଢାଉରେ ପ୍ରାୟ ବାଇଶ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବା ସୂଚନା ମିଳିଛି ।

ବାଇଶ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ନଷ୍ଟ କଲା ଅବକାରୀ ବିଭାଗ
ବାଇଶ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ନଷ୍ଟ କଲା ଅବକାରୀ ବିଭାଗ

ବୌଦ୍ଧ: ଗଞ୍ଜେଇ ଚାଷ ଦମନ ଅଭିଯାନରେ ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା । ବୁଧବାର ମିଳିତ ଚଢାଉରେ ପ୍ରାୟ ବାଇଶ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବା ସୂଚନା ମିଳିଛି ।

ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାରେ ଲାଗିଛନ୍ତି ଉଭୟ ଜିଲ୍ଲା ଅବକାରୀ ବିଭାଗ ଓ ପୋଲିସ ବିଭାଗ । ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗତ ମାସ ଠାରୁ ଆରମ୍ଭ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ ଅଭିଯାନରେ ବ୍ୟାପକ ସଫଳତା ମିଳିଛି ।

ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ଉପାନ୍ତ ଜଙ୍ଗଲରେ ଏହି ସବୁଜ ଜହରର ଚାଷ ହୋଇଥାଏ । ତେବେ ଚଳିତ ବର୍ଷ ଜିଲ୍ଲା ଅବକାରୀ ବିଭାଗକୁ ବୁଧବାର ବଡ ଧରଣର ସଫଳତା ମିଳିଛି ।

ବୁଧବାର ଅବକାରୀ ବିଭାଗ ପୋଲିସ ଓ ଜଙ୍ଗଲ ବିଭାଗ ସହାୟତାରେ ଟିକରପଡା ପଞ୍ଚାୟତର ଦମଣ୍ଡା ଓ ବରପଦର ଗ୍ରାମ୍ୟ ଜଙ୍ଗଲର ପ୍ରାୟ 76 ଏକରରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ 22 କୋଟି 88 ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.