ETV Bharat / state

ସାତ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ସାତ ସପନ ସରକାରୀ ଯୋଜନା - ସରକାରୀ ଯୋଜନାରୁ ବଞ୍ଚିତ ବୌଦ୍ଧର ଉପାନ୍ତ ଅଞ୍ଚଳ

ସାତ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ସାତ ସପନ ପାଲଟିଛି ସରକାରୀ ଯୋଜନା । ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରୁ ବାଦ ପଡିଛନ୍ତି ଶତାଧିକ ଆଦିବାସୀ ପରିବାର । ଅଧିକ ପଢ଼ନ୍ତୁ

government facilities will not arrive at remote area of boudh
ସାତ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ସାତ ସପନ ସରକାରୀ ଯୋଜନା
author img

By

Published : May 28, 2022, 2:08 PM IST

ବୌଦ୍ଧ: ସାତ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ସାତ ସପନ ପାଲଟିଛି ସରକାରୀ ଯୋଜନା । ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରୁ ବାଦ ପଡିଛନ୍ତି ଶତାଧିକ ଆଦିବାସୀ ପରିବାର । ବୌଦ୍ଧ ଜିଲ୍ଲା ଦୁର୍ଗମ ଅଞ୍ଚଳ ହରଭଙ୍ଗା ବ୍ଲକ ଆଢେଣୀଗଡ ପଞ୍ଚାୟତର ଅନେକ ଗ୍ରାମରେ ବିକାଶର ଆଲୋକ ଆଜି ଯାଏ ପହଞ୍ଚି ପାରିନାହିଁ ।

ସାତ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ସାତ ସପନ ସରକାରୀ ଯୋଜନା

ଆଢେଣୀଗଡ ପଞ୍ଚାୟତ ଅନ୍ତର୍ଗତ କୁମ୍ଭୀଦରହ ନିକଟସ୍ଥ ଘଞ୍ଚ ଜଙ୍ଗଲ ମଧ୍ୟରେ ବାଲେଜୁ, ରହସାହି, ଛତ୍ରପଡା, ମାଣ୍ଡେଲି, ଲେଙ୍ଗେରପାଜୁ, ସୁଲଗାଁ ଭଳି ସାତ ଖଣ୍ଡ ଆଦିବାସୀ ଅଧ୍ୟୁଷିତ ଗ୍ରାମ ରହିଛି । କିନ୍ତୁ ଗ୍ରାମରେ ଆଜି ପର୍ଯ୍ୟନ୍ତ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି । ଶିକ୍ଷା ଠାରୁ ଆରମ୍ଭ କରି ପାନୀୟଜଳ ପର୍ଯ୍ୟନ୍ତ ଓ ଆବାସ ଠାରୁ ନେଇ ସ୍ବାସ୍ଥ୍ୟ ସେବା ପର୍ଯ୍ୟନ୍ତ ସବୁକିଛି ଅପହଞ୍ଚ ହୋଇ ରହିଛି । ଗମନାଗମନର ସମସ୍ୟା ଏହି ସମସ୍ତ ସୁବିଧାର ମୁଖ୍ୟ ବାଧକ ସାଜିଛି । ପକ୍କା ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ଜଙ୍ଗଲ ମଧ୍ୟ ଦେଇ ଯିବାଆସିବା କରୁଛନ୍ତି ।

ଏନେଇ ଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ କହିଛନ୍ତି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ସରକାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ସେମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.