ETV Bharat / state

6 ମାସ ପରେ ସ୍ବାଭାବିକ ବୌଦ୍ଧ ସହର, ରାତି 10 ଯାଏଁ ଖୋଲିଲା ଦୋକାନ

author img

By

Published : Sep 3, 2020, 12:23 PM IST

ଅନଲକ-4 ନେଇ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିବା ପରେ ସାରା ଦେଶରେ ଦୀର୍ଘ ଦିନର ବ୍ୟବଧାନ ପରେ କୋହଳ ହୋଇଛି ଅନେକ ନିୟମ । ସମାନ ଭାବେ ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରାତି 10ଟା ଯାଏଁ ଦୋକାନ ବଜାର ଖୋଲିବା ପାଇଁ ମଧ୍ୟ ଅନୁମତି ମିଳିଛି ।

unlock-4, unlock-4 in boudh, boudh latest news, shops reopen in boudh, ଅନଲକ-4, ବୌଦ୍ଧରେ ଅନଲକ-4, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧରେ ଖୋଲିଲା ଦୋକାନ ବଜାର
6 ମାସ ପରେ ସ୍ବାଭାବିକ ବୌଦ୍ଧ ସହର, ରାତି 10 ଯାଏଁ ଖୋଲିଲା ଦୋକାନ

ବୌଦ୍ଧ: ଅନଲକ-4 ନେଇ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିବା ପରେ ସାରା ଦେଶରେ ଦୀର୍ଘ ଦିନର ବ୍ୟବଧାନ ପରେ କୋହଳ ହୋଇଛି ଅନେକ ନିୟମ । ସମାନ ଭାବେ ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରାତି 10ଟା ଯାଏଁ ଦୋକାନ ବଜାର ଖୋଲିବା ପାଇଁ ମଧ୍ୟ ଅନୁମତି ମିଳିଛି । ଏନେଇ ଦୀର୍ଘ 6 ମାସର କଟକଣା ପରେ ରାତି 10ଟା ଯାଏଁ ବୌଦ୍ଧ ସହରର ଦୋକାନ ବଜାର ଖୋଲିଥିବା ଦେଖିବାକୁ ମିଳିଥିଲା ।

ଗୋଟିଏ ପଟେ ସହରରେ କଟକଣା କୋହଳ ହେବାରେ ଲାଗିଥିବା ବେଳେ ଅନ୍ୟପଟେ ଗତ 24 ଘଣ୍ଟା ମଧ୍ୟରେ ଜିଲ୍ଲାରେ 36 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 654ରେ ପହଞ୍ଚିଛି । ତଥାପି କୋରୋନା ମଧ୍ୟରେ ଜନଜୀବନ ସଜାଡିବା ପାଇଁ ଚେଷ୍ଟା ଆରମ୍ଭ ହୋଇଛି । ଏନେଇ ନୂଆ ନିୟମ ଅନୁଯାୟୀ ବୌଦ୍ଧ ପୌରାଞ୍ଚଳର ଦୈନିକ ବଜାର, ଗାନ୍ଧୀ ଛକ, ଏନଏସି ଛକ, ପୋଡାପୋଡା ଛକ, କଚେରୀ ଛକ ଓ ବୁଟୁପାଲିର ଦୋକାନ ସବୁ ବୁଧବାର ଖୋଲା ରହିଥିଲା ।

ପ୍ରଥମ ଦିନରେ ବଜାରରେ ଏତେ ଗହଳି ଚହଳି ପରିଲକ୍ଷିତ ହୋଇ ନଥିଲେ ମଧ୍ୟ ବ୍ୟବସାୟୀ ଓ ବୁଦ୍ଧିଜୀବୀଙ୍କ ମହଲରେ ଏହି ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.