ବୌଦ୍ଧ: ଜିଲ୍ଲାରେ ପର୍ଯ୍ୟଟନର ରହିଛି ବିରାଟ ସମ୍ଭାବନା । ବୌଦ୍ଧ ଜିଲ୍ଲାର କୋଣ ଅନୁକୋଣରେ ଭରି ରହିଛି ପର୍ଯ୍ୟଟନର ସମ୍ଭାର । ଜିଲ୍ଲାର କଣ୍ଟାମାଳ, ହରଭଙ୍ଗା ଓ ବୌଦ୍ଧ ବ୍ଲକରେ ମହାନଦୀ ସମେତ ତେଲନଦୀ, ବାଘନଦୀ, ସାଲୁଙ୍କିନଦୀର ଅପରୂପ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରିଥାଏ ।
ମହାନଦୀ ଗର୍ଭରେ ଥିବା ମର୍ଜାକୁଦ ଦ୍ବୀପ ସମେତ ପଦ୍ମତୋଳା ଅଭୟାରଣ୍ୟ, ମହାନଦୀ ଅଭୟାରଣ୍ୟ ଭଳି ଅନେକ ରମଣୀୟ ସ୍ଥାନ ରହିଛି ।
![ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧ: ପର୍ଯ୍ୟଟନର ବିରାଟ ସମ୍ଭାବନା](https://etvbharatimages.akamaized.net/etvbharat/prod-images/od-boud-01-satya-tourisim-spl-od10020_27092021123522_2709f_1632726322_528.jpg)
![ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧ: ପର୍ଯ୍ୟଟନର ବିରାଟ ସମ୍ଭାବନା](https://etvbharatimages.akamaized.net/etvbharat/prod-images/od-boud-01-satya-tourisim-spl-od10020_27092021123522_2709f_1632726322_619.jpg)
ଜିଲ୍ଲାର ଡମକୁଚ, ବୀରାମୁଣ୍ଡା, କନପା, କୁମ୍ଭୀଦରହ ଭଳି ଅନେକ ସ୍ଥାନ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ରହିଆସିଛି । ବର୍ତ୍ତମାନ ସମୟରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଅକ୍ସି ଟୁରିଜିମର ପରିକଳ୍ପନା ଆରମ୍ଭ କରିଥିବାବେଳେ ବୀରନରସିଂପୁର ପଞ୍ଚାୟତରେ ପ୍ରାୟ ପନ୍ଦର ଶହ ଏକର ପରିମିତ ଅଞ୍ଚଳରେ ଓଡ଼ିଶାର ପ୍ରଥମ ନନ୍ଦନବନ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି ।
![ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧ: ପର୍ଯ୍ୟଟନର ବିରାଟ ସମ୍ଭାବନା](https://etvbharatimages.akamaized.net/etvbharat/prod-images/od-boud-01-satya-tourisim-spl-od10020_27092021123522_2709f_1632726322_687.jpg)
![ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧ: ପର୍ଯ୍ୟଟନର ବିରାଟ ସମ୍ଭାବନା](https://etvbharatimages.akamaized.net/etvbharat/prod-images/od-boud-01-satya-tourisim-spl-od10020_27092021123522_2709f_1632726322_476.jpg)
ଜିଲ୍ଲାର ନାମରୁ ହିଁ ଏହି ଅଞ୍ଚଳରେ ବୁଦ୍ଧ ଓ ବୌଦ୍ଧ ଧର୍ମକୁ ନେଇ ଅନେକ ସ୍ଥାନ ରହିଥିବାବେଳେ ରାମେଶ୍ୱର ମନ୍ଦିର ସମୂହ ଓ ଗନ୍ଧରାଡିର ହରିହର ମନ୍ଦିର ବିଶ୍ୱ ଇତିହାସରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିପାରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ