ETV Bharat / state

ବର୍ଦ୍ଧିତ ବିଦ୍ୟୁତ ଦର ହ୍ରାସ ଦାବିରେ ବୌଦ୍ଧ କଂଗ୍ରେସର ବିକ୍ଷୋଭ

author img

By

Published : Apr 5, 2021, 4:59 PM IST

ବିଦ୍ୟୁତ୍ ସରବରାହ ସଂସ୍ଥାକୁ କମ୍ପାନୀ ହାତରେ ଟେକି ଦେବା ପ୍ରତିବାଦରେ ତଥା ବର୍ଦ୍ଧିତ ବିଦ୍ୟୁତ ଦର ହ୍ରାସ ଦାବିରେ ଜିଲ୍ଲା କଂଗ୍ରେସର ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ବର୍ଦ୍ଧିତ ବିଦ୍ୟୁତ ଦର ହ୍ରାସ ଦାବିରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ: ବିଦ୍ୟୁତ୍ ସରବରାହ ସଂସ୍ଥାକୁ କମ୍ପାନୀ ହାତରେ ଟେକି ଦେବା ପ୍ରତିବାଦରେ ତଥା ବର୍ଦ୍ଧିତ ବିଦ୍ୟୁତ ଦର ହ୍ରାସ ଦାବିରେ ଜିଲ୍ଲା କଂଗ୍ରେସର ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ । କୋରୋନା ସମୟରେ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଭୁଷୁଡି ପଡିଥିବା ସମୟରେ ବିଦ୍ୟୁତ ଦର ବୃଦ୍ଧି ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି । ଏହି ବର୍ଦ୍ଧିତ ବିଦ୍ୟୁତ ଦର ହ୍ରାସ ପାଇଁ ରାଜ୍ୟ କଂଗ୍ରେସର ଆହ୍ବାନ କ୍ରମେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ବୌଦ୍ଧ ଟିପିସିଏଲ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ବହୁ ବରିଷ୍ଠ ନେତା ଓ କର୍ମୀ ଧାରଣାରେ ବସିଥିଲେ । ତୁରନ୍ତ ବର୍ଦ୍ଧିତ ବିଦ୍ୟୁତ୍ ଦର ହ୍ରାସ ପାଇଁ ଦାବି କରି କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦିନ 11 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିବାବେଳେ ଦାବିପତ୍ର ଗ୍ରହଣ ପାଇଁ ବିଦ୍ୟୁତ ବିଭାଗର କୌଣସି ଅଧିକାରୀ ନ ଆସିବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.