ETV Bharat / state

ଭିନ୍ନକ୍ଷମ ବେବିକୁ ବୌଦ୍ଧ ଜିଲ୍ଲା ପ୍ରଶାସନର ସହାୟତା - ପ୍ରଶାସନର ସହାୟତା

ନାରାୟଣ ନଗର ଗ୍ରାମର ଭିନ୍ନକ୍ଷମ ଝିଅ ବେବିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସହାୟତା ସହିତ ଏକ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Aug 19, 2019, 8:10 PM IST

ବୌଦ୍ଧ: ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମର ଭିନ୍ନକ୍ଷମ ଝିଅ ବେବିଙ୍କୁ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢାଇଛି । ଏହି କ୍ରମରେ ପ୍ରଶାସନ ପକ୍ଷରୁ ବେବିଙ୍କୁ ଆର୍ଥିକ ସହାୟତା ସହିତ ଏକ ତିନି ଚକିଆ ସାଇକେଲ ପ୍ରଦାନ କରିଛି । ଏହି ଅବସରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପିଡି ସୂର୍ଯ୍ୟ ନାରାୟଣ ଦାସ ଓ ଅନ୍ୟ ଅଧିକାରୀମାନେ ବେବିର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନାଯୋଗ୍ୟ, ପିଲାବେଳୁ ଠିକଠାକ ଥିଲା ବେବି । କିନ୍ତୁ ଗତ ଚାରିବର୍ଷ ତଳେ ହଠାତ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶାରୀରିକ ଓ ମାନସିକ ସ୍ତରରେ ଗଭୀର ଆଘାତ ପାଇ ଆଉ ଚଳପ୍ରଚଳ କରିପାରିଲା ନାହିଁ । ଏପଟେ ପିତାମାତାଙ୍କ ଅର୍ଥାଭାବରୁ ବେବିର ଚିକିତ୍ସା ଠିକରେ ହୋଇପାରିଲା ନାହିଁ । ଏହାପରେ ବେବି ଓଠରୁ ହସ ହଜିଯାଇଥିଲା । ହେଲେ ପ୍ରଶାସନର ସାହାଯ୍ୟ ପରେ ପୁଣି ତା ମୁହଁରେ ହସ ଫୁଟିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଛୋଟ ପ୍ରୟାସ, ହେଲେ ଖୁସି ଅନେକ ।ଦୀର୍ଘ ଦିନର ଅଜଣା ଦୁଃଖ ଓ କୋହରେ ଥିବା ଭିନ୍ନକ୍ଷମ କୁନୀ ଝିଅ ମୁହଁରେ ଆଜି ହସ ଫୁଟିଛି ।ବୌଦ୍ଧ ଜିଲ୍ଲାର ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମର ଭିନ୍ନକ୍ଷମ ଝିଅ ବେବୀ(ଛଦ୍ମ ନାମ ) ।ଛୁଆଦିନରୁ ସବୁକିଛି ଠିକଠାକ ଥିଲା ।କିନ୍ତୁ ଗତ ପ୍ରାୟ ଚାରିବର୍ଷ ତଳେ ହଠାତ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବେବୀ ଶାରୀରିକ ଓ ମାନସିକ ସ୍ତରରେ ଗଭୀର ଆଘାତ ପାଇ ଆଉ ଚଳପ୍ରଚଳ ହୋଇପାରିଲା ନାହିଁ ।ଏପଟେ ପିତା ମାତାଙ୍କ ଅର୍ଥାଭାବରୁ ବେବୀର ଠିକରେ ଚିକିତ୍ସା ମଧ୍ୟ ହୋଇପାରିଲା ନାହିଁ ।ଦୁଃଖ ଓ ବେଦନା ଜଡ଼ିତ ଜୀବନରେ ପେଶୀ ହୋଇ ବେବୀ ଓଠରୁ ହସ ସତେ ଯେପରି ହଜିଗଲା ।ସୋମବାର ବେବୀକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଆର୍ଥିକ ସହାୟତା ସହିତ ଏକ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଛି ।ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପିଡି ସୂର୍ଯ୍ୟ ନାରାୟଣ ଦାସ ଓ ଅନ୍ୟ ଅଧିକାରୀ ବେବୀର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ।ଦୀର୍ଘ ପ୍ରାୟ ଚାରିବର୍ଷ ପରେ ଆଜି ବେବୀ ମୁହଁରେ ହସ ଦେଖି ତାର ମା ମଧ୍ୟ ବେଶ ଆନନ୍ଦିତ ।ଆଜି ବେବୀ ମୁହଁରେ ହସ ହିଁ ବୟାନ କରୁଥିଲା ସେ କେତେ ଖୁସି ।ପ୍ରକୃତରେ ଆମ ଛୋଟ ସାହାଯ୍ୟ ଜଣେ ଅସହାୟ କୁ କେତେ ଯେ ଆନନ୍ଦ ପ୍ରଦାନ କରିଥାଏ ତାହା ଆଜି ବେବୀର କାହାଣୀ ରୁ ଜଣାପଡୁଛି ।

Body:ଛୋଟ ପ୍ରୟାସ , ବଡ ଖୁସି ଭିନ୍ନକ୍ଷମ ବେବୀ

Conclusion:ବାଇଟ-୧-ସୁବାସିନୀ ବେହେରା, ଭିନ୍ନକ୍ଷମ ବେବୀର ମା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.