ETV Bharat / state

ଫୁଟିଲା ହସ, ଅସହାୟ ଦମ୍ପତିଙ୍କୁ ସହାୟତା ହାତ ବଢାଇଲା ଜିଲ୍ଲା ପ୍ରଶାସନ - ବୌଦ୍ଧ ଖବର

ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ ଅସହାୟ ଦମ୍ପତିଙ୍କୁ ସହାୟତା ହାତ ବଢାଇଲା ବୌଦ୍ଧ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

administration gave assistance to poor couple
ଅସହାୟ ଦମ୍ପତିଙ୍କୁ ବଢିଲା ସହୟତା ହାତ
author img

By

Published : May 24, 2023, 1:04 PM IST

ଅସହାୟ ଦମ୍ପତିଙ୍କୁ ବଢିଲା ସହୟତା ହାତ

ବୌଦ୍ଧ: ଅସହାୟ ଗରିବ ଦମ୍ପତିଙ୍କୁ ସହାୟତାର ହାତ ବଢାଇଛି ଜିଲ୍ଲା ପ୍ରଶାସନ । ଶାରୀରିକ ଓ ମାନସିକ ସ୍ତରରେ ମଧ୍ୟ ଏହି ଦମ୍ପତି ଅସୁସ୍ଥ । ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି । ଦମ୍ପତିଙ୍କ ଦୁଃଖ ଭରା ଜୀବନ କାହାଣୀ ସମ୍ମୁଖକୁ ଆସିଲେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସରକାରୀ ଯୋଜନା ମୁତାବକ ସହାୟତା ଯୋଗାଇ ଦିଆଯାଉଛି ।

ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଆମ୍ବଝରୀ ପଞ୍ଚାୟତ । ଜିଲ୍ଲାର ଅନ୍ୟତମ ପଛୁଆ ପଞ୍ଚାୟତ ଭାବରେ ପରିଚିତ ଏହି ଆମ୍ବଝରୀ ପଞ୍ଚାୟତର ଏଭଳି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠି ସରକାରଙ୍କ ବିକାଶ ମୂଳକ ଯୋଜନା ଠିକରେ ପହଞ୍ଚି ପାରିନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏଠାରେ ବସବାସ କରୁଥିବା କନ୍ଧ ସଂପ୍ରଦାୟର ଅଧିବାସୀ ଆଦିବାସୀ ତାଲିକାରୁ ବାଦ ପଡିଥିବାରୁ ଏମାନେ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି । ଏହାଛଡା ଅନେକ ସ୍ଥାନରେ ପାନୀୟଜଳ, ରାସନ ଓ ସାମାଜିକ ସୁରକ୍ଷା ଯୋଜନା ରେ ମଧ୍ୟ ବ୍ୟାପକ ସମସ୍ୟା ରହି ଆସିଛି । ଏଭଳି ଏକ ଦୁଃଖଦ ଘଟଣା ବର୍ତ୍ତମାନ ସମ୍ମୁଖକୁ ଆସିଛି । ଆମ୍ବଝରୀ ପଞ୍ଚାୟତ ସଦର ଗ୍ରାମରେ ଦୀର୍ଘ ଦିନ ହେଲା ଜଣେ ଦମ୍ପତି ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହିଆସୁଥିଲେ । ମାତ୍ର ଏମାନଙ୍କ ଜୀବନର କରୁଣ କାହାଣୀ ସାମ୍ନାକୁ ଆସିବା ପରେ ଅସହାୟ ଦମ୍ପତିଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯାଇଛି ।

ଉଭୟ ସ୍ବାମୀ ସ୍ତ୍ରୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଥିଲେ । ସ୍ବାମୀ ପ୍ରେମ ମାଝୀ ଓ ସ୍ତ୍ରୀ କଇତା ମାଝୀ ଉଭୟେ ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଦୁଇ ଓଳା ଖାଦ୍ୟ ପାଇଁ ସଂଘର୍ଷ କରିବାକୁ ପଡୁଛି । ମୁଣ୍ଡ ଉପରେ ଚାଳ ନଥିବା ବେଳେ ଚଳିବା ପାଇଁ କାଣି କଉଡି ଟିଏ ପାଖରେ ସ୍ବପ୍ନ । ତେବେ ଏଭଳି ସ୍ଥିତିରେ ମଧ୍ୟ ଉଭୟ ସ୍ବାମୀ ସ୍ତ୍ରୀ କେବେ ହାତ ଛଡାଛଡି ହୋଇ ନାହାନ୍ତି । ଅର୍ଥାଭାବରୁ ଚିକିତ୍ସା ହୋଇ ନପାରି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଥିଲେ । ବୌଦ୍ଧ ଜିଲ୍ଲା ପ୍ରଶାସନ ଆମ୍ବଝରୀ ନିକଟସ୍ଥ ଗୁନ୍ଦୁଳିଆ ପଞ୍ଚାୟତରେ ଜନଶୁଣାଣୀର ଆୟୋଜନ କରିଥିବା ବେଳେ ସେଠାରେ ଅସହାୟ ଦମ୍ପତିଙ୍କ ସମ୍ପର୍କରେ ତାଙ୍କ କରୁଣ କାହାଣୀ ନେଇ ପ୍ରଶାସନ ଜାଣିବାକୁ ପାଇଥିଲା । ତୁରନ୍ତ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନମୋହନ ପାତ୍ର ସ୍ବାମୀ ପ୍ରେମଙ୍କୁ ସରକାରୀ ଯୋଜନା ମୁତାବକ ସହାୟତା ଯୋଗାଇ ଦେଇଥିଲେ । ତେବେ କେତେକ ସମସ୍ୟା ଯୋଗୁଁ ପତ୍ନୀ କଇତା ସହାୟତା ପାଇବାରୁ ବଞ୍ଚିତ ଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ମଧ୍ୟ ସରକାରୀ ସହାୟତା ସହିତ ଅନ୍ୟାନ୍ୟ ଯୋଜନାରେ ସାମିଲ କରାଯିବ ବୋଲି ସୂଚନା ମିଳିଛି । ସହାୟତା ପାଇବା ପରେ ଉଭୟଙ୍କ ମୁହଁରେ ହସ ଫୁଟିିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.