ETV Bharat / state

ଧାରଣାରେ ଦୁଗ୍ଧ ଫାର୍ମ କର୍ମଚାରୀ, ସଙ୍କଟରେ ଗୋ-ସମ୍ପଦ - ଦୁଗ୍ଧ ଫାର୍ମରେ ଅଚଳାବସ୍ଥା

ବାରମ୍ବାର ଏହି କର୍ମଚାରୀମାନେ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଉପରିସ୍ଥ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଗୁହାରୀ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ଗତ ଦୁଇ ତାରିଖରୁ ଏମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ।

ଧାରଣାରେ ଦୁଗ୍ଧ ଫାର୍ମ କର୍ମଚାରୀ: ସଙ୍କଟରେ ଗୋ ସମ୍ପଦ

author img

By

Published : Dec 5, 2019, 2:57 PM IST

ବୌଦ୍ଧ: ଚାରି ଦିନ ହେବ କର୍ମଚାରୀଙ୍କ ଧାରଣା ଯୋଗୁଁ ଦୁଗ୍ଧ ଫାର୍ମରେ ଅଚଳାବସ୍ଥା । ଯାହାକୁ ନେଇ ସହ ସଙ୍କଟରେ ଗୋ-ସମ୍ପଦ । ସ୍ଥାୟୀ ନିଯୁକ୍ତି ଦାବିରେ ଚାରିଦିନ ହେଲାଣି ଧାରଣାରେ ବସିଛନ୍ତି ବୌଦ୍ଧ ଡାଏରୀ ଫାର୍ମରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ।

ବାରମ୍ବାର ଏହି କର୍ମଚାରୀମାନେ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଉପରିସ୍ଥ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଗୁହାରୀ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ଗତ ଦୁଇ ତାରିଖରୁ ଏମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ।

ଧାରଣାରେ ଦୁଗ୍ଧ ଫାର୍ମ କର୍ମଚାରୀ: ସଙ୍କଟରେ ଗୋ ସମ୍ପଦ

ଫାର୍ମରେ ଥିବା 66ଟି ଗାଈର ସେବା ଯତ୍ନ ସହିତ କ୍ଷୀର ସଂଗ୍ରହ ଏମାନଙ୍କ ମୁଖ୍ୟ କାର୍ଯ୍ୟ । କିନ୍ତୁ ଏମାନେ ଚାରିଦିନ ହେଲା ଧାରଣାରେ ବସିଥିବାରୁ ଦୈନିକ 125 ଲିଟର କ୍ଷୀର ଉତ୍ପାଦନ କରୁଥିବା ଫାର୍ମ ଚତୁର୍ଥ ଦିନରେ କ୍ଷୀର ଉତ୍ପାଦନ 59 ଲିଟରରେ ପହଞ୍ଚିଛି ।

ଅନ୍ୟପକ୍ଷରେ ଗୋଶାଳା ମଧ୍ୟ ଗୋବର ଓ ଅନ୍ୟ ଆବର୍ଜନାରେ ଏକ ଦୂଷିତ ପରିବେଶ ସୃଷ୍ଟି ଯୋଗୁଁ ଗାଈଙ୍କ ସ୍ବାସ୍ଥ୍ୟ ମଧ୍ୟ ସଙ୍କଟାପନ୍ନ ହୋଇପଡିଲାଣି । ଏନେଇ ତୁରନ୍ତ କୌଣସି ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଚାରି ଦିନ ହେଲାଣି କର୍ମଚାରୀଙ୍କ ଧାରଣା ଯୋଗୁଁ ଦୁଗ୍ଧ ଫାର୍ମ ରେ ଅଚଳାବସ୍ଥା ସହ ସଙ୍କଟରେ ଗୋ ସମ୍ପଦ ।
ସ୍ଥାୟୀ ନିଯୁକ୍ତି ଦାବୀରେ ଚାରିଦିନ ହେଲାଣି ଧାରଣାରେ ବସିଛନ୍ତି ବୌଦ୍ଧ ଡାଏରୀ ଫାର୍ମ ରେ କାର୍ଯ୍ୟ ଋତ ଚତୁର୍ଥ ଶ୍ରେଣୀ କର୍ମଚାରୀ ।ବାରମ୍ବାର ଏହି କର୍ମଚାରୀ ମାନେ ବିଭାଗୀୟ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ସ୍ଥାୟୀ ନିଯୁକ୍ତି ପାଇଁ ଗୁହାରୀ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ଗତ ଦୁଇ ତାରିଖରୁ ଏମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ।ଫାର୍ମରେ ଥିବା ୬୬ ଗୋଟି ଗାଇର ସେବା ଯତ୍ନ ସହିତ ଖିର ସଂଗ୍ରହ ଏମାନଙ୍କ ମୁଖ୍ୟ କାର୍ଯ୍ୟ ।କିନ୍ତୁ ଏମାନେ ଚାରିଦିନ ହେଲା ଧାରଣାରେ ବସିଥିବା ରୁ ଦୈନିକ ଶହେ ପଚିଶ ଲିଟର ଖିର ଉତ୍ପାଦନ କରୁଥିବା ଫାର୍ମ ଚତୁର୍ଥ ଦିନରେ ଖିର ଉତ୍ପାଦନ ଅଣଷଠି ଲିଟରରେ ପହଞ୍ଚିଛି ।ଅନ୍ୟ ପକ୍ଷରେ ଗୋଶାଳା ମଧ୍ୟ ଗୋବର ଓ ଅନ୍ୟ ଆବର୍ଜନା ରେ ଏକ ଦୂଷିତ ପରିବେଶ ସୃଷ୍ଟି ଯୋଗୁଁ ଗାଇ ମାନଙ୍କ ସ୍ବାସ୍ଥ୍ୟ ମଧ୍ୟ ଶଙ୍କଟାପନ୍ନ ହୋଇପଡିଲାଣି ।ଏନେଇ ତୁରନ୍ତ କୌଣସି ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

Body:ଧାରଣାରେ ଦୁଗ୍ଧ ଫାର୍ମ କର୍ମଚାରୀ।ସଙ୍କଟରେ ଗୋ ସମ୍ପଦ ।

Conclusion:ବାଇଟ-୧-ନକୁଳେଶ୍ବର ବଡମାଳୀ,ଦୁଗ୍ଧ ଫାର୍ମ କର୍ମଚାରୀ
ବାଇଟ-୨-ପ୍ରିୟବ୍ରତ ବେହେରା, ଫାର୍ମ ମ୍ୟାନେଜର
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.