ETV Bharat / state

ବୌଦ୍ଧରେ କପାର ଅଭାବି ବିକ୍ରି, ଚିନ୍ତାରେ କପା ଚାଷୀ

author img

By ETV Bharat Odisha Team

Published : Nov 26, 2023, 1:54 PM IST

ବୌଦ୍ଧ ଜିଲ୍ଲାରେ ଚିନ୍ତାରେ କପା ଚାଷୀ । କପା ମଣ୍ଡି ନଥିବାରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ବୌଦ୍ଧ: ଜିଲ୍ଲାରେ କପାଚାଷ ଉପରେ ନିର୍ଭର ହଜାର ହଜାର ପରିବାର । କପାଚାଷ କୁନେଇ ଏଠାରେ ରହିଛି ବିରାଟ ସମ୍ଭାବନା । ଜଙ୍ଗଲ ଅଞ୍ଚଳର ଧଳା ହୀରା ଭାବରେ ପରିଚିତ ଏହି କପା ଚାଷ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ପାଲଟିଥିବା ବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଜିଲ୍ଲାର ତିନୋଟି ବ୍ଲକରେ ହଜାର ହଜାର ଏକର ପଡ଼ିଆ ଓ ଜଙ୍ଗଲ ଅଞ୍ଚଳରେ ଏହି କପାଚାଷ ହେଉଛି । କିନ୍ତୁ କପା ମଣ୍ଡି ନଥିବାରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଜଳସେଚନ ଅଭାବରୁ କପା ଚାଷରେ ବ୍ୟାପକ କ୍ଷତି ହେବାର ଆଶଙ୍କା ରହିଥିବା ବେଳେ କପାର ଅଭାବି ବିକ୍ରି ଚାଷୀଙ୍କୁ ଚିନ୍ତାରେ ପକାଇଛି ।

ଶିଳ୍ପ ବିହୀନ ଜିଲ୍ଲାରେ ଏହି କପାଚାଷର ଏକ ବିରାଟ ସମ୍ଭାବନା ରହିଥିଲେ ମଧ୍ୟ ସ୍ଥାନୀୟ କପାଚାଷୀ ଶୋଷଣର ଶିକାର ହେଉଥିବା ତଥା ଅଭାବି ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଜଳବାୟୁରେ କପାଚାଷ ଏକ ସଫଳ ବ୍ୟବସାୟ ହୋଇଥିବା ବେଳେ ଗତ କିଛି ବର୍ଷ ପୂର୍ବେ ପଡ଼ିଆ ପଡୁଥିବା ଜମିରେ ବର୍ତ୍ତମାନ ବେଶ ଭଲ କପାଚାଷ ହେଉଛି । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ଏହି କପାଚାଷ ପର୍ଯ୍ୟାପ୍ତ ପରିମାଣରେ ହେଉଛି । ବିଶେଷ ଭାବରେ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଜୀବନ ଜୀବିକାର ମାଧ୍ୟମ ପାଲଟିଥିବା ଏହି କପାଚାଷରେ ସ୍ଥାନୀୟ ଚାଷୀ ଶୋଷଣର ଶିକାର ହେଉଛନ୍ତି । ରାଜ୍ୟ ବାହାରର ବିଶେଷ ଭାବରେ ଆନ୍ଧ୍ର କପା ବ୍ୟବସାୟୀଙ୍କ ଦ୍ଵାରା ସ୍ଥାନୀୟ ଗରିବ କପାଚାଷୀ ଶୋଷଣର ଶିକାର ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-କପା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ, କ୍ଷତି ସହୁଛନ୍ତି ଅନୁଗୋଳର ଚାଷୀ

ଆନ୍ଧ୍ର କପା ବ୍ୟବସାୟୀ ମାନେ ସ୍ଥାନୀୟ ଅଧିବାସୀଙ୍କଠାରୁ ଅତି ସ୍ବଳ୍ପ ମୂଲ୍ୟରେ ଜମିକୁ ହାତେଇବା ପରେ ନିକଟବର୍ତ୍ତୀ ସରକାରୀ ଏପରିକି ଜଙ୍ଗଲ ଜମିକୁ କବଜା କରି କପାଚାଷ କରୁଛନ୍ତି । ସେପଟେ ସ୍ଥାନୀୟ ଗରିବ କପାଚାଷୀ ନିଜ ପଡ଼ିଆ ଜମିରେ ବର୍ତ୍ତମାନ କପାଚାଷ କରି ଆର୍ଥିକ ସ୍ବାବଲମ୍ବୀ ହେବାକୁ ଚେଷ୍ଟା କରୁଥିବା ବେଳେ ବିଭିନ୍ନ କପା ଦଲାଲ ଓ ଆନ୍ଧ୍ରର ବ୍ୟବସାୟୀଙ୍କ ହାବୁଡ଼ରେ ପଡ଼ି କମ୍ ଦରରେ କପା ବିକ୍ରି କରିବାକୁ ବାଧ୍ୟ ହେଉଛି । ତିନୋଟି ବ୍ଲକରେ ହଜାର ହଜାର ଏକର ଜମିରେ କପାଚାଷ ହେଉଥିଲେ ମଧ୍ୟ ଜିଲ୍ଲାରେ କପା ମଣ୍ଡି ନଥିବାରୁ ବଲାଙ୍ଗୀର,ବରଗଡ଼ ଭଳି ବିଭିନ୍ନ ସ୍ଥାନରେ ଚାଷୀମାନେ କପା ବିକ୍ରି କରୁଛନ୍ତି । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ କପା ଉତ୍ପାଦନ ଆରମ୍ଭ ହୋଇଥିବା ବେଳେ କପାର ଦର ନଥିବା ହେତୁ କ୍ବିଣ୍ଟାଲ କ୍ବିଣ୍ଟାଲ କପା ବିକ୍ରି ନହୋଇ ପଡ଼ିରହିଛି ।

ସୂଚନା ମୁତାବକ ବର୍ତ୍ତମାନ କପା କିଲୋ ପ୍ରତି ୬୫ ରୁ ୬୭ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଗାଁ ଗାଁରେ କପା ଦଲାଲ ମାନେ ଗରିବ ଚାଷୀଙ୍କୁ ବିଭିନ୍ନ ଆଳରେ ଶୋଷଣ କରିବାରେ ଲାଗିପଡିଛନ୍ତି । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିନିଙ୍ଗ ମିଲରେ ଏଗ୍ରେଡ କପା କ୍ବିଣ୍ଟାଲ ପ୍ରତି ଦଶ ହଜାର ଟଙ୍କା ରହିଥିବା ବେଳେ ଦଲାଲ ମାନେ ବୌଦ୍ଧ ଜିଲ୍ଲାର କପାଚାଷୀଙ୍କଠାରୁ ମାତ୍ର ଚାରି ପାଞ୍ଚ ହଜାର ଟଙ୍କା ଦେଇ କପା କିଣୁଛନ୍ତି । ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଜଳସେଚନ ଅଭାବରୁ କପା ଚାଷରେ ବ୍ୟାପକ କ୍ଷତି ହେବାର ଆଶଙ୍କା ରହିଥିବା ସମୟରେ କପାର ଅଭାବି ବିକ୍ରି ଚାଷୀଙ୍କୁ ଚିନ୍ତାରେ ପକାଇଛି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ, କୃଷି ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ କପାଚାଷୀ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.