ETV Bharat / state

ସମବାୟ ସମିତି ନିର୍ବାଚନରେ ଆସନ ସଂରକ୍ଷଣକୁ ନେଇ ଅସନ୍ତୋଷ - ସମବାୟ ନିର୍ବାଚନ

ସମବାୟ ନିର୍ବାଚନରେ ଆସନ ସଂରକ୍ଷଣ କୁନେଇ ଅସନ୍ତୋଷ ପ୍ରକାଶ । ସାଧାରଣ ବର୍ଗଙ୍କୁ ଏହି ନିର୍ବାଚନରେ ଭାଗ ନେବାକୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ କରିବା ସହିତ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି । ଅଧିକ ପଢନ୍ତୁ

ସମବାୟ ନିର୍ବାଚନରେ ଆସନ ସଂରକ୍ଷଣକୁ ନେଇ ଅସନ୍ତୋଷ

author img

By

Published : Oct 17, 2022, 4:51 PM IST

ବୌଦ୍ଧ: ସମବାୟ ସମିତି ନିର୍ବାଚନରେ ଆସନ ସଂରକ୍ଷଣକୁ ନେଇ ଅସନ୍ତୋଷ । ସାଧାରଣ ବର୍ଗଙ୍କ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଛି ବିବାଦୀୟ ପରିସ୍ଥିତି । ଉଭୟ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଏକମାତ୍ର ସମବାୟ ବ୍ୟାଙ୍କ ବୌଦ୍ଧ କୋପରେଟିଭ କେନ୍ଦ୍ର ବ୍ୟାଙ୍କର ପରିଚାଳନା କମିଟିର ସଦସ୍ୟ ନିମନ୍ତେ ଆସନ୍ତା ୩୦ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।

ସମବାୟ ନିର୍ବାଚନରେ ଆସନ ସଂରକ୍ଷଣକୁ ନେଇ ଅସନ୍ତୋଷ

ଏଥିରେ ସମୁଦାୟ ୧୫ଟି ଜୋନ୍‌ ପାଇଁ ୨୩ ଜଣ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବାବେଳେ ୪ ଜଣ ସଦସ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି । ତେବେ ଚଳିତ ସମବାୟ ନିର୍ବାଚନରେ ସାଧାରଣ ବର୍ଗଙ୍କ ପାଇଁ ଆଦୌ ଆସନ ସଂରକ୍ଷଣ ହୋଇନଥିବାରୁ ଏନେଇ ଅନେକ ସମବାୟ ସମିତିର ପ୍ରତିନିଧିମାନେ ଏହି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ । ଫଳରେ ସେମାନଙ୍କ ରାଜନୈତିକ ଓ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ ହୋଇଛି ।

ବର୍ତ୍ତମାନ ଏଭଳି ଜଟିଳ ପରିସ୍ଥିତି ଉପୁଜିଥିବାବେଳେ ବୌଦ୍ଧ ସମବାୟ ସମିତିର ସଭାପତି ଏନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.