ETV Bharat / state

ଚାଷୀଙ୍କ ସମସ୍ୟାକୁ ନେଇ ଏଆରସିଏସକୁ ଦାୟୀକଲା ସମବାୟ ବ୍ୟାଙ୍କ

ବୌଦ୍ଧରେ ଧାନବିକ୍ରି ସରିବାକୁ ବସିଥିବା ସମୟରେ ଉଭୟ ଏଆରସିଏସ ବିଭାଗ ଓ ସମବାୟ ବ୍ୟାଙ୍କ ଚାଷୀଙ୍କ ସମସ୍ୟାକୁ ନେଇ ଟଣାଓଟରା । ସେପଟେ ନିଜ ବର୍ଷକର ଅମଳ ଧାନକୁ ବିକ୍ରି କରିନପାରି ଅତ୍ୟନ୍ତ ଅସହାୟ ଅବସ୍ଥାରେ ଚାଷୀ । ଅଧିକ ପଢନ୍ତୁ...

boudh cooperativ society on paddy procurement
ଚାଷୀଙ୍କ ସମସ୍ୟାକୁ ନେଇ ଏଆରସିଏସକୁ ଦାୟୀକଲା ସମବାୟ ବ୍ୟାଙ୍କ
author img

By

Published : Mar 20, 2021, 8:20 AM IST

ବୌଦ୍ଧ: ଧାନବିକ୍ରି ସରିବାକୁ ବସିଥିବା ସମୟରେ ଉଭୟ ଏଆରସିଏସ ବିଭାଗ ଓ ସମବାୟ ବ୍ୟାଙ୍କ ଚାଷୀଙ୍କ ସମସ୍ୟାକୁ ନେଇ ଟଣାଓଟରା ହୋଇଛନ୍ତି । ଶୁକ୍ରବାର ସମବାୟ ବିଭାଗର ବାର୍ଷିକ ସାଧାରଣ ବୈଠକରେ ଏହା ଧରାପଡିଥିବା ସୂଚନା ମିଳିଛି ।

ଚାଷୀଙ୍କ ସମସ୍ୟାକୁ ନେଇ ଏଆରସିଏସକୁ ଦାୟୀକଲା ସମବାୟ ବ୍ୟାଙ୍କ

ଚଳିତ ବର୍ଷ ଧାନବିକ୍ରିକୁ ନେଇ ଚାଷୀ ଗଭୀର ଦୁଃଖରେ ରହିଛି । ନିଜ ବର୍ଷକର ଅମଳ ଧାନକୁ ବିକ୍ରି କରିନପାରି ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହିଛି । ଚଳିତ ବର୍ଷର ଧାନକ୍ରୟ ସମ୍ପୂର୍ଣ୍ଣ ହେବାକୁ ବସିଛି । ସେପଟେ ଆଜି ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ବୈଠକରେ ଚଳିତ ବର୍ଷର ଧାନକ୍ରୟ ଓ ଚାଷୀଙ୍କ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇ ଫେରିବା ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଭାଗ ବିଭାଗ ମଧ୍ୟରେ କଥା କଟାକଟି ପରିଲକ୍ଷିତ ହୋଇଥିଲା । ସମବାୟ ବ୍ୟାଙ୍କ ଓ ଏଆରସିଏସ ବିଭାଗ ମଧ୍ୟରେ ଉତ୍ତମ ବୁଝାମଣା ଓ ତାଳମେଳ ରହୁ ନଥିବାରୁ ଚଳିତ ବର୍ଷ ଧାନକିଣାରେ ବ୍ୟାପକ ସମସ୍ୟା କଥା ପଦାକୁ ଆସିଥିଲା ।

ସେପଟେ ବୌଦ୍ଧ ସମବାୟ ବ୍ୟାଙ୍କର ଅଧିନରେ ଥିବା ବିଭିନ୍ନ ମିନି ବ୍ୟାଙ୍କ ଓ ଦୁଇଟି ବସ ବର୍ତ୍ତମାନ ଖତ ଖାଉଥିବା ବେଳେ ଏନେଇ ବ୍ୟାଙ୍କ ସଂପାଦକ ନିଜ ପ୍ରତିକ୍ରିୟା ରଖିଛନ୍ତି ।ଏହି ଅବସରରେ ଚାଷୀ ଙ୍କ ସମସ୍ୟାକୁ ନେଇ ସେ ଏଆରସିଏସ ବିଭାଗକୁ ଦାୟୀ କରିଥିଲେ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସମବାୟ ସମିତିରେ ହୋଇଥିବା ଚାଷୀ ପଞ୍ଜିକରଣ ଦୁର୍ନୀତିର ତଦନ୍ତ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଜିଲ୍ଲାପାଳ ଏହାର ତଦନ୍ତ ହେବ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.