ETV Bharat / state

ରାଜ୍ୟରେ ଆଦାନୀ ଝଡ଼, ମୋଦି ସରକାରଙ୍କ ଉପରେ ବର୍ଷିଲା ବୌଦ୍ଧ କଂଗ୍ରେସ

author img

By

Published : Feb 24, 2023, 10:15 AM IST

ମୋଦି-ଆଦାନୀ ସମ୍ପର୍କକୁ ନେଇ ରାଜ୍ୟରେ ଝଡ଼ । ଆଦାନୀ ସ୍କାମ ନେଇ ତୀବ୍ର ବିରୋଧ ଜାରି ରଖିଛି କଂଗ୍ରେସ । ଏସବିଆଇ, ଏଲଆଇସିକୁ ମାଧ୍ୟମ କରି ଗରିବ ଲୋକଙ୍କ ଟଙ୍କା ଲୁଟିବାରେ ବ୍ୟସ୍ତ ଆଦାନୀ ବୋଲି କହିଛି ଦଳ । ଅଧିକ ପଢ଼ନ୍ତୁ

ଆଦାନୀ ସ୍କାମ ନେଇ ତୀବ୍ର ବିରୋଧ ଜାରି ରଖିଛି କଂଗ୍ରେସ

ବୌଦ୍ଧ: କେନ୍ଦ୍ରର ମୋଦି ସରକାର ଓ ଆଦାନୀ ଗୃପର ସମ୍ପର୍କକୁ ନେଇ ତେଜୁଛି ରାଜନୀତି । ଗତକିଛି ଦିନ ହେଲା ଏହି ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରୁଛି ବିରୋଧି କଂଗ୍ରେସ । ପ୍ରଧାନମନ୍ତ୍ରୀ ଓ ଆଦାନୀ ମହାସ୍କାମ ହୋଇଥିବା ଅଭିଯୋଗ କରି ଗୁରୁବାର ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତଥା ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦିଆଯାଇଛି । ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ଆବାହକତ୍ବରେ ପିସିସି ପର୍ଯ୍ୟବେକ୍ଷକ ଜିତେନ କୁମାର ପଟ୍ଟନାୟକ ଏନେଇ ସୂଚନା ପ୍ରଦାନ କରିଥିଲେ ।

ସାଂପ୍ରତିକ ସମୟରେ ଦରଦାମ ବୃଦ୍ଧି, ଆର୍ଥିକ ବିଶୃଙ୍ଖଳା, ବେକାରୀ ସମସ୍ୟା, ନିମ୍ନ ଗାମୀ ଅର୍ଥନୀତି ପାଇଁ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଦାୟୀ କରାଯାଇଛି । ବିଶେଷ ଭାବରେ ବର୍ତ୍ତମାନ ଚର୍ଚ୍ଚାରେ ଥିବା ଗୌତମ ଆଦାନୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । 2014 ମସିହାରେ ଗୌତମ ଆଦାନୀ ବିଶ୍ୱର ଧନୀ ତାଲିକାରେ 609 ନମ୍ବରରେ ଥିବା ବେଳେ ଗତ 9ବର୍ଷ ମଧ୍ୟରେ ବର୍ତ୍ତମାନ ଆଦାନୀ ବିଶ୍ୱର ତୃତୀୟ ଧନୀ ତାଲିକାରେ ସ୍ଥାନ ପାଇଯାଇଛନ୍ତି ।

ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରର ବିଜେପି ସରକାର ନିର୍ଦ୍ଦିଷ୍ଟ କେତେକ ପୁଞ୍ଜିପତିଙ୍କ ହାତରେ ଦେଶର ଅର୍ଥ ବ୍ୟବସ୍ଥାକୁ ଟେକି ଦେଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଗତ ଜାନୁଆରୀ ମାସ ଚବିଶ ତାରିଖରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ସାରା ବିଶ୍ୱର ପୁଞ୍ଜି ବଜାର ଉପରେ ତଥା ବିଶେଷ ଭାବରେ ନିବେଶକମାନେ ଚିନ୍ତାରେ ପଡିଯାଇଛନ୍ତି ।

ହିଣ୍ଡେନବର୍ଗ ରିପୋର୍ଟରେ ଆଦାନୀ ଗୃପ ଅଫ କମ୍ପାନୀର ସେୟାରକୁ ଜାଣିଶୁଣି ବହୁମୂଲ୍ୟ ବଢାଇ ଦିଆଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଏପରିକି ଷ୍ଟେଟବ୍ୟାଙ୍କ ଭଳି ଜାତୀୟ ବ୍ୟାଙ୍କ ଗୁଡିକ ଆଦାନୀ ଗୃପରେ ଅଶୀ ହଜାର କୋଟି ଓ ଏଲ ଆଇସି 36 ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିଥିବା ସୂଚନା ମିଳିଛି । ଯଦ୍ବାରା ବର୍ତ୍ତମାନ ଆର୍ଥିକ ଦୁସ୍ଥିତି ସୃଷ୍ଟି ହୋଇଥିବା କଂଗ୍ରେସ ଅଭିଯୋଗ କରିଛି ।

ସଂସଦରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ପାଞ୍ଚଟି ପ୍ରଶ୍ନ ଏ ସମ୍ପର୍କରେ ପଚାରିବା ସହିତ ଜେପିସି ବା joint parliament committee ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି । ତେଣୁ ଏଆଇସିସି ଓ ପିସିସିର ନିଷ୍ପତ୍ତି କ୍ରମେ ଆଗାମୀ ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ତଥା 13 ତାରିଖରେ ରାଜଭବନ ଘେରାଉ ପାଇଁ କଂଗ୍ରେସ ଦଳ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.