ବୌଦ୍ଧ: ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ଘୋଟାଲା ମାମଲାରେ କଂଗ୍ରେସର ଜାତୀୟ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ED) ଜେରାକୁ କଂଗ୍ରେସ ତୀବ୍ର ବିରୋଧ କରିଛି । ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ସ୍ଥାନୀୟ ଏନଏସି ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ରର ବିଜେପି ସରକାର କେନ୍ଦ୍ରୀୟ ଏଜେନ୍ସି ଗୁଡିକର ରାଜନୀତିକରଣ କରୁଥିବା କଂଗ୍ରେସ ନେତା ଓ କର୍ମୀ କହିଛନ୍ତି ।
କେନ୍ଦ୍ର ଇଙ୍ଗିତରେ ED ବାରମ୍ବାର କଂଗ୍ରେସର ନେତୃବୃନ୍ଦଙ୍କୁ ହଇରାଣ କରୁଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ED ମାରାଥନ ଜେରା କରିଥିବାବେଳେ, ଏବେ ଅସୁସ୍ଥ ଥିବାସତ୍ତ୍ବେ ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରୁଛି । ଫଳରେ ରାଜ୍ୟର ସବୁ ଜିଲ୍ଲାରେ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଛି ।
ଇଟିଭି ଭାରତ, ବୌଦ୍ଧ