ବୌଦ୍ଧ: ଦେଶରେ କ୍ରମାଗତ ଭାବେ ବଢିଚାଲିଛି ତୈଳ ଦର । କୋରୋନା ସଙ୍କଟ ସମୟରେ ତୈଳ ଦରରେ ଅହେତୁକ ବୃଦ୍ଧିକୁ ନେଇ ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସୋମବାର ଏନେଇ ବୌଦ୍ଧ ଜିଲ୍ଲା କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରତିବାଦ କରିଛି । ଏଥିସହ ଏସମ୍ପର୍କିତ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ପ୍ରକାଶ ଥାଉ କି, ବର୍ତ୍ତମାନ ରାଜ୍ୟରେ ତୈଳ ଦର 80 ଟଙ୍କାରୁ ଊର୍ଦ୍ଧ୍ବ ଲିଟର ପିଛା ଥିବାବେଳେ ସାଧାରଣ ଲୋକେ ଏଥିପାଇଁ ପ୍ରଭାବିତ ହେଉଥିବା ଅଭିଯୋଗ କରିଛି କଂଗ୍ରେସ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ