ETV Bharat / state

ସ୍କୁଲକୁ ଅଚାନକ ଆସିଲେ ଜିଲ୍ଲାପାଳ, ପିଲାଙ୍କୁ ପଢାଇଲେ ନୈତିକତାର ପାଠ

author img

By

Published : Oct 28, 2022, 12:22 PM IST

ବୌଦ୍ଧ ଜିଲ୍ଲାପାଳ 5T ଅନ୍ତର୍ଗତ ଦୁଇଟି ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

boudh collector surprise visit to school
ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ

ବୌଦ୍ଧ: ସ୍କୁଲ ପରିଦର୍ଶନ କଲେ ଜିଲ୍ଲପାଳ । ବୌଦ୍ଧ ଜିଲ୍ଲା ସଦର ବ୍ଲକ ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ଓ ମେଣ୍ଢିମାଳ ହାଇସ୍କୁଲ ଗସ୍ତ କରି ଜିଲ୍ଲାପାଳ ପିଲାଙ୍କୁ ପାଠ ପଢ଼ାଇଲେ । ସ୍କୁଲର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପରିଦର୍ଶନ କରି ପିଲାଙ୍କ ସହ ଆଲୋଚନା କରିଛନ୍ତି ।

ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ

ବୌଦ୍ଧ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା ନେଇ ବାରମ୍ବାର ଅଭିଯୋଗ ଆସୁଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଅଚାନକ ସ୍କୁଲ ଗସ୍ତ କରି ବିଭିନ୍ନ ସମସ୍ୟା ଏବଂ ପାଠପଢା ନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ବୌଦ୍ଧର ନୂତନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଗୁରୁବାର ହଠାତ 5T ଅନ୍ତର୍ଗତ ଥିବା ବୌଦ୍ଧ ସଦର ବ୍ଲକ ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ଓ ମେଣ୍ଢିମାଳ ହାଇସ୍କୁଲରେ ପହଞ୍ଚିଥିଲେ । ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କୁ ନୈତିକ ଶିକ୍ଷାଦାନ କରିଥିଲେ । ବିଶେଷ ଭାବରେ କମ୍ପ୍ୟୁଟର ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ବୌଦ୍ଧରେ ମାଧ୍ୟାମିକ ଶିକ୍ଷା ହେଲା ସହଜ, ଉପାନ୍ତ ଅଞ୍ଚଳରେ ହାଇସ୍କୁଲ ସହ ସଂଲଗ୍ନ ହେଲା ଯୁକ୍ତଦୁଇ

ଏନେଇ ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ କହିଛନ୍ତି," ଜିଲ୍ଲାପାଳ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସ୍କୁଲରେ ହଷ୍ଟେଲ ନଥିବାରୁ ଦୂରଦୂରାନ୍ତର ପିଲାମାନେ ସମସ୍ୟା ଭୋଗୁଛନ୍ତି । ତେଣୁ ତୁରନ୍ତ ଏକ ହଷ୍ଟେଲ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 5T ଅନ୍ତର୍ଗତ ଯେଉଁ କାର୍ଯ୍ୟ ଗୁଡ଼ିକ ବାକି ରହିଛି ତାହା ଯଥାଶୀଘ୍ର ପୂରଣ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଦର୍ଶ ବିଦ୍ୟାଳୟ 5T ଅନ୍ତର୍ଗତ ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ଶୌଚାଳୟ, ଗଣିତ ଲ୍ୟାବ,କମ୍ପ୍ୟୁଟର ଶିକ୍ଷା, ସ୍ମାର୍ଟ ବୋର୍ଡ, ଖେଳପଡିଆ ଓ ଅସମ୍ପୂର୍ଣ୍ଣ ଛାତ୍ରୀ ନିବାସ ଯୋଗୁଁ ଜିଲ୍ଲାପାଳ ଅସନ୍ତେଷ ପ୍ରକାଶ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.