ETV Bharat / state

ସ୍ବେଚ୍ଛାସେବୀ ସଂଗଠନ ଗ୍ରାମାଞ୍ଚଳରେ ସହଯୋଗ କରିବାକୁ ଜିଲ୍ଲାପାଳଙ୍କ ଆହ୍ବାନ - ବୌଦ୍ଧ କୋରୋନା ନ୍ୟୁଜ

ବୌଦ୍ଧ ଜିଲ୍ଲାର ସମସ୍ତ ପଞ୍ଚାୟତ ସ୍ତରରେ କୋରୋନା ସମ୍ପର୍କରେ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି । କିନ୍ତୁ ଲୋକଙ୍କ ସହାୟତା ପାଇଁ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଆଗେଇ ଆସିବାକୁ ବୌଦ୍ଧ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି।

corona
ସ୍ବେଛାସେବୀ ସଙ୍ଗଠନ ଗ୍ରାମାଞ୍ଚଳରେ ସହଯୋଗ କରିବାକୁ ଜିଲ୍ଲାପାଳଙ୍କ ଆହ୍ବାନ
author img

By

Published : Apr 3, 2020, 10:37 AM IST

ବୌଦ୍ଧ: ଗ୍ରାମାଞ୍ଚଳରେ କୋରୋନା ସଂକ୍ରମଣର ଯୁଦ୍ଧରେ ସହାୟତା କରିବେ ଜିଲ୍ଲାର ସ୍ବେଚ୍ଛାସେବୀ ଅନୁଷ୍ଠାନ । ଏ ସମ୍ପର୍କରେ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି । ସେପଟେ ସାମାଜିକ ଦୂରତାକୁ ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ମିଳିଥିବା ଜଣାପଡିଛି ।

ସ୍ବେଛାସେବୀ ସଙ୍ଗଠନ ଗ୍ରାମାଞ୍ଚଳରେ ସହଯୋଗ କରିବାକୁ ଜିଲ୍ଲାପାଳଙ୍କ ଆହ୍ବାନ

ବୌଦ୍ଧ ଜିଲ୍ଲାର ସମସ୍ତ ପଞ୍ଚାୟତ ସ୍ତରରେ କୋରୋନା ସମ୍ପର୍କରେ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି । କିନ୍ତୁ ଲୋକଙ୍କ ସହାୟତା ପାଇଁ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଆଗେଇ ଆସିବାକୁ ବୌଦ୍ଧ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି। ଗୁରୁବାର ଏ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକର ବିଶେଷ ଭାବରେ ସ୍ବଚ୍ଛତା ଓ ସାମାଜିକ ଦୂରତା କିଭଳି ଭତ୍ତା ଓ ଖାଉଟି ସାମଗ୍ରୀ ଯୋଗାଣ ସମୟରେ ରହିପାରିବ ସେ ଉପରେ ଗୁରୁତ୍ବାରୋପ କରାଯାଇଥିଲା ।

ସେପଟେ ଜିଲ୍ଲାର ପଲସାଗୋରା ପଞ୍ଚାୟତର ଦପଲା ଗ୍ରାମରେ ଭତ୍ତା ପ୍ରଦାନ ସମୟରେ ଲୋକଙ୍କୁ ଏକତ୍ରିତ କରି ଭତ୍ତା ପ୍ରଦାନ କରି ନିୟମ ଉଲଙ୍ଘନ ଅଭିଯୋଗ ହୋଇଛି । ସେହିପରି କେତେକ ଡାକ୍ତରଖାନା ଓ କ୍ଲିନିକରେ ମଧ୍ୟ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ତେବେ ଜିଲ୍ଲାପାଳ ଲୋକଙ୍କୁ ଘରୁ ନବାହାରି ତଥା ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.