ETV Bharat / state

ଲୋକଙ୍କ ନିକଟରେ ପହଞ୍ଚି ଦୁଃଖ ଶୁଣିଲେ ଜିଲ୍ଲାପାଳ

author img

By

Published : Nov 16, 2022, 11:01 AM IST

ଅସହାୟ ଗରିବ ହିତାଧିକାରୀଙ୍କ ଦୁଃଖ ଶୁଣିବାକୁ ଲୋକଙ୍କ ନିକଟରେ ପହଞ୍ଚିଲେ ଜିଲ୍ଲାପାଳ । ହିତାଧିକାରୀଙ୍କ ଦୁଃଖ ଶୁଣିବା ସହିତ ତୁରନ୍ତ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ । ଅଧିକ ପଢ଼ନ୍ତୁ

ଲୋକଙ୍କ ନିକଟରେ ପହଞ୍ଚି ଦୁଃଖ ଶୁଣିଲେ ଜିଲ୍ଲାପାଳ
ଲୋକଙ୍କ ନିକଟରେ ପହଞ୍ଚି ଦୁଃଖ ଶୁଣିଲେ ଜିଲ୍ଲାପାଳ

ବୌଦ୍ଧ: ଅସହାୟ ଗରିବ ହିତାଧିକାରୀଙ୍କ ଦୁଃଖ ଶୁଣିବାକୁ ଲୋକଙ୍କ ନିକଟରେ ପହଞ୍ଚିଲେ ଜିଲ୍ଲାପାଳ । ହିତାଧିକାରୀଙ୍କ ଦୁଃଖ ଶୁଣିବା ସହିତ ତୁରନ୍ତ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ । ଲୋକଙ୍କ ଦୁଃଖ ଶୁଣିବାକୁ ଅଫିସ କିମ୍ବା ଜନଶୁଣାଣି କକ୍ଷର ଚେୟାରରେ ନବସି ଜିଲ୍ଲାପାଳ ଲୋକଙ୍କ ନିକଟରେ ପହଞ୍ଚିଥିଲେ । ଆଉ ଠିଆ ହୋଇ ଲୋକଙ୍କ ଦୁଃଖ ଶୁଣି ଆବଶ୍ୟକ ସହାୟତା ଯୋଗାଇ ଦେଲେ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଠାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ବୌଦ୍ଧ ଜିଲ୍ଲା ପ୍ରଶାସନ ନିକଟରେ ନିଜ ଦୁଃଖ ଗୁହାରି ଶୁଣାଇବାକୁ ପ୍ରବଳ ଭିଡ ହୋଇଥିଲା । ଅନେକ ଅସହାୟ, ବୃଦ୍ଧ, ଭିନ୍ନକ୍ଷମ ଖରାରେ ଅପେକ୍ଷା କରି ରହିଥିଲେ।

ଆଉ ଏଭଳି ଖବର ପାଇବା ପରେ ଜିଲ୍ଲାପାଳ, ଏସପି ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଜନଶୁଣାଣି କକ୍ଷରୁ ବାହାରକୁ ଆସି ପ୍ରତ୍ୟେକ ହିତାଧିକାରୀଙ୍କ ଦୁଃଖ ଶୁଣିବା ସହିତ ସେମାନଙ୍କୁ ଆବଶ୍ୟକ ମୁତାବକ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜନୈକ ପକ୍ଷାଘାତ ରୋଗୀ ଦୀର୍ଘ ସମୟ ଧରି ଏକ ଅଟୋ ଭିତରେ ଜିଲ୍ଲାପାଳଙ୍କୁ ଗୁହାରି ପାଇଁ ଅପେକ୍ଷା କରିଥିଲେ। ଏନେଇ ସୂଚନା ପାଇ ଖୋଦ ଜିଲ୍ଲାପାଳ ଉକ୍ତ ଅସହାୟ ପରିବାର ନିକଟରେ ପହଞ୍ଚି ସେମାନଙ୍କ ଅଭାବ ଅସୁବିଧା ଶୁଣିଥିଲେ ।

ଏହାସହିତ ସରକାରୀ ସହାୟତା ଯୋଗାଇ ଦେଇଥିଲେ । ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପ ଗରିବ ହିତାଧିକାରୀଙ୍କ ମୁହଁରେ ହସ ଫୁଟାଇ ପାରିଥିବା ବେଳେ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏ ସମ୍ପର୍କରେ ବାଘମୁଣ୍ଡାର ଜଣେ ଅସହାୟ ମହିଳା ପ୍ରେମ ନାଏକ କହିଛନ୍ତି, ''ଜିଲ୍ଲାପାଳ ମୋ ଗୁହାରି ଶୁଣିଲେ । ମୋତେ ଦୟା କରିଲେ । ଆଉ ଆର୍ଥିକ ସାହାଯ୍ୟ ବି କଲେ । ସେ ମୋ ପାଇଁ ମୋ ବାପା, ମାଆ, ମୋ ଭଗବାନ । ମୁଁ ମୋ ଘର ଲୋକର ଏବେ ଚିକିତ୍ସା ଭଲ ଭାବରେ କରିପାରିବି । ଜିଲ୍ଲାପାଳ ଆମ ପାଇଁ ଜୀବନ୍ତ ଭଗବାନ । ମୋ ସ୍ବାମୀ କିଛି କାମ କରିପାରୁନିଥିଲେ । ଆମେ ଖାଇବାକୁ ବି ପାଉନଥିଲୁ । ଭୋକ ଉପବାସରେ ଅନେକ ଦିନ କାଟିଛୁ । ଆଜି ଆଶା ନେଇ ଆସିଥିଲୁ ଜିଲ୍ଲାପାଳଙ୍କ ପାଖକୁ । ଆଉ ଜିଲ୍ଲାପାଳ ଆମକୁ ସାହାଯ୍ୟ କରିଛନ୍ତି । ୧୦ ହଜାର ଟଙ୍କା ବି ଦେଇଛନ୍ତି । ଆମର ସେ ଦେବତା। ତାଙ୍କ ମୁଁ କୋଟି କୋଟି ଜୁହାର କରୁଛି।''

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.