ETV Bharat / state

ସରକାରୀ ସହାୟତା ଅପେକ୍ଷାରେ ବାଉଁଶ କାରିଗର

ଜିଲ୍ଲାର ବିଭିନ୍ନ ସ୍ଥାନରେ ବାସ କରନ୍ତି ବେତେରା ନାମକ ସଂପ୍ରଦାୟ। ଏମାନେ ପୁରୁଷାନୁକ୍ରମେ ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ତିଆରି କରି ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ପରିବର୍ତ୍ତିତ ସମୟରେ ଏହି ବାଉଁଶର କାରିଗରମାନେ ଏବେ ଏହି କୌଳିକ ବୃତ୍ତିରୁ ମୁହଁ ଫେରାଇବା ଆରମ୍ଭ କଲେଣି ।

author img

By

Published : Mar 5, 2019, 3:52 AM IST

ଫଟୋ ସୌଜନ୍ୟ: ପ୍ରତିନିଧି.ବୌଦ୍ଧ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ବାସ କରନ୍ତି ବେତେରା ନାମକ ସଂପ୍ରଦାୟ। ଏମାନେ ପୁରୁଷାନୁକ୍ରମେ ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ତିଆରି କରି ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ପରିବର୍ତ୍ତିତ ସମୟରେ ଏହି ବାଉଁଶର କାରିଗରମାନେ ଏବେ ଏହି କୌଳିକ ବୃତ୍ତିରୁ ମୁହଁ ଫେରାଇବା ଆରମ୍ଭ କଲେଣି । ହେଲେ ଆଜି ମଧ୍ୟ ଏମାନଙ୍କ ହାତ ତିଆରି ସାମଗ୍ରୀର ରହିଛି ଯଥେଷ୍ଟ ଚାହିଦା ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ବୌଦ୍ଧ

ବାହାଘର, ବ୍ରତଘର ହେଉ କି କିମ୍ବା କୌଣସି ଶୁଭ କାର୍ଯ୍ୟ ହେଉ, ସବୁଠାରେ ବାଉଁଶ ତିଆରି କୁଲା, ଚାଙ୍ଗୁଡି, ଭୋଗା ଆଦିର ବ୍ୟବହାର ସୁନିଶ୍ଚିତ ହୋଇଥାଏ । ଏଣୁ ବିଶେଷତଃ ବାହାଘର ସମୟରେ ଏସବୁ ସାମଗ୍ରୀର ଯଥେଷ୍ଟ ଚାହିଦା ରହିଥାଏ । ଏହା ଛଡ଼ା ବାଉଁଶରୁ ପ୍ରସ୍ତୁତ କଣି, ଜାଲି, ଚାଲୁଣୀ, ଝାଡୁ ଆଦି ସାମଗ୍ରୀର ମଧ୍ୟ ବର୍ଷସାରା ଆବଶ୍ୟକତା ରହିଥାଏ ।

କିନ୍ତୁ ବର୍ତ୍ତମାନ ବାଉଁଶର ଦରବୃଦ୍ଧି ତଥା ସରକାରୀ ପ୍ରୋତ୍ସାହନ ଅଭାବରୁ ପରବର୍ତ୍ତୀ ପିଢି ଏହି ପୈତୃକ କଳା ପ୍ରତି ବିମୁଖ ହେଉଛନ୍ତି । ଏଣୁ ଏହି ବାଉଁଶ କାରିଗରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.