ETV Bharat / state

ଗଞ୍ଜେଇ ଚାଷ ଛାଡ଼ି ସରକାରୀ ଯୋଜନାର ଲାଭ ଉଠାଇବାକୁ ଜିଲ୍ଲାପାଳଙ୍କ ଆହ୍ବାନ - ବୌଦ୍ଧରେ ଗଞ୍ଜେଇ ଚାଷ

ଗଞ୍ଜେଇ ଚାଷ ଛାଡି ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ଆପଣାଇଵାକୁ ଜିଲ୍ଲା ପ୍ରଶାସନର ଆହ୍ବାନ । ଅଧିକ ପଢନ୍ତୁ

ଶାସନ ପକ୍ଷରୁ ଜିଲ୍ଲାରେ ଗଞ୍ଜେଇ ଚାଷ ଓ ବିକ୍ରୟକୁ ନେଇ ସଚେତନ ଶିବିର ଅନୁଷ୍ଠିତ

author img

By ETV Bharat Odisha Team

Published : Aug 30, 2023, 9:49 PM IST

ଶାସନ ପକ୍ଷରୁ ଜିଲ୍ଲାରେ ଗଞ୍ଜେଇ ଚାଷ ଓ ବିକ୍ରୟକୁ ନେଇ ସଚେତନ ଶିବିର ଅନୁଷ୍ଠିତ

ବୌଦ୍ଧ: ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଗଞ୍ଜେଇ ଚାଷ ଓ ବିକ୍ରୟକୁ ନେଇ ସଚେତନ ଶିବିର ଅନୁଷ୍ଠିତ । ଏହି ଶିବିରରେ ଜିଲ୍ଳାପାଳ ଓ ଏସପି ଯୋଗ ଦେଇ ଲୋକଙ୍କୁ ଗଞ୍ଜେଇ ଚାଷ ଓ ଚୋରା କାରବାରରେ ଲିପ୍ତ ନହେବା ପାଇଁ ଦେଲେ ପରାମର୍ଶ । ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ଆପଣାଇବାକୁ ଜିଲ୍ଲା ପ୍ରଶାସନର ଆହ୍ବାନ । ଏନେଇ ଆଜି ଗଞ୍ଜେଇ ପ୍ରବଣ ଅଞ୍ଚଳର ଚାରି ଗୋଟି ପଞ୍ଚାୟତର ଆଭ୍ୟନ୍ତରୀଣ ଗ୍ରାମବାସୀଙ୍କୁ ନେଇ ଜିଲ୍ଲା ପ୍ରଶାସନ ଜୀବନଜୀବିକା ପରିବର୍ତ୍ତନ ପାଇଁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲା ।

ଓଡ଼ିଶାର ଅନ୍ୟତମ ସର୍ବାଧିକ ଗଞ୍ଜେଇ ଚାଷ ହେଉଥିବା ଜିଲ୍ଲା ଭାବରେ ପରିଚିତ ବୌଦ୍ଧ । ବୌଦ୍ଧର ଆଭ୍ୟନ୍ତରୀଣ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ଗଞ୍ଜେଇ ମାଫିଆଙ୍କ ପ୍ରଲୋଭନରେ ଆସି ଗଞ୍ଜେଇ ଚାଷ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବେଆଇନ କାର୍ଯ୍ୟ ଛାଡି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସାମିଲ ହେବା ପାଇଁ ଆହ୍ବାନ ଦିଆଯାଇଛି ।

ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ କହିଛନ୍ତି, "ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ହଜାର ହଜାର ଏକର ଜଙ୍ଗଲ ସମ୍ପଦ ନଷ୍ଟ କରି ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମାଫିଆମାନେ ଗଞ୍ଜେଇ ଚାଷ କରୁଛନ୍ତି । ଏଭଳି ବେଆଇନ କାର୍ଯ୍ୟକଳାପ ସମୟରେ ପୋଲିସ ହାତରେ ଗରିବ ନିରିହ ଆଦିବାସୀ ଲୋକେ ଆଇନ ଅନୁଯାୟୀ ଦଣ୍ଡିତ ହେଉଛନ୍ତି । ବର୍ତ୍ତମାନ ଏଭଳି ବେଆଇନ ଗଞ୍ଜେଇ ଚାଷ ଛାଡ଼ି ସରକାରଙ୍କ ବିଭିନ୍ନ ଯୋଜନାର କିପରି ସୁଫଳ ଉଠାଇ ପରିବେ ସେନେଇ ସଚେତନ ଶିବିର ଅନୁଷ୍ଠିତ କରାଯାଇଥିଲା । ଲୋକଙ୍କୁ କୁକୁଡା ଚାଷ, ସରକାରୀ ପୋଖରୀ ଖନନ, ମାଛଚାଷ, ଗୋପାଳନ, ପନିପରିବା ଚାଷ, ବୟନ ଶିଳ୍ପରେ ମନୋନିବେଶ ପାଇଁ ପରାମର୍ଶ ଦିଆଯାଇଛି । ଲୋକଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ । ବିଭିନ୍ନ କାର୍ଯ୍ୟ ପାଇଁ ପ୍ରଶିକ୍ଷଣ ଶିବିର ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ।"

ଅଧିକ ପଢନ୍ତୁ...ରେଶମ ସହରରୁ ଲକ୍ଷାଧିକ ମୂଲ୍ୟର ବ୍ରାଉନ୍ସୁ‌ଗାର ଜବତ, ଦୁଇ ଗିରଫ

ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ, ପୋଲିସ ଏସ୍‌ପି ରାଜ ପ୍ରସାଦ, ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହି ଶିବିରରେ ଯୋଗ ଦେଇଥିଲେ । ଏହି ସଚେତନ ଶିବିରରେ ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡ଼ା, ଟିକରପଡା ଭଳି ଉପାନ୍ତ ପଞ୍ଚାୟତର ଅଞ୍ଚଳରେ ବସବାସ କରୁଥିବା ଶତାଧିକ ଲୋକ ଯୋଗ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.