ETV Bharat / state

ଚିନ୍ତା ବଢାଇଛି ବୌଦ୍ଧର 35 ନମ୍ବର ଆକ୍ରାନ୍ତ, ଗୋଷ୍ଠୀ ସଂକ୍ରମଣ ଆଶଙ୍କା - ବୌଦ୍ଧ

ଚିନ୍ତା ବଢାଇଛି ବୌଦ୍ଧର 35 ନମ୍ବର କୋରୋନା ଆକ୍ରାନ୍ତ । ଗୋଟିଏ ପଟେ 34 ନମ୍ବର ଆକ୍ରାନ୍ତ ଜଣଙ୍କୁ ଚିକିତ୍ସା ପରେ ନିଜ ଘରକୁ ପଠାଯାଇଥିବାବେଳେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।

_corona
ଚିନ୍ତା ବଢାଇଛି ବୌଦ୍ଧର 35 ନମ୍ବର କୋରୋନା ଆକ୍ରାନ୍ତ
author img

By

Published : Jun 10, 2020, 10:26 AM IST

Updated : Jun 10, 2020, 2:07 PM IST

ବୌଦ୍ଧ: ଚିନ୍ତା ବଢାଇଛି ବୌଦ୍ଧର 35 ନମ୍ବର କୋରୋନା ଆକ୍ରାନ୍ତ । ଗୋଟିଏ ପଟେ 34 ନମ୍ବର ଆକ୍ରାନ୍ତ ଜଣଙ୍କୁ ଚିକିତ୍ସା ପରେ ନିଜ ଘରକୁ ପଠାଯାଇଥିବାବେଳେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ଆରମ୍ଭ ହୋଇଛି ।

ଚିନ୍ତା ବଢାଇଛି ବୌଦ୍ଧର 35 ନମ୍ବର ଆକ୍ରାନ୍ତ, ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ସୂଚନା ଅନୁଯାୟୀ, ବୌଦ୍ଧ କୋଭିଡ କେୟାରରେ ଚିକିତ୍ସିତ ହେଉଥିବା 34ତମ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବୌଦ୍ଧ ଜିଲ୍ଲାର ସମସ୍ତ 34ଜଣ ଆକ୍ରାନ୍ତ କ୍ବାରେଣ୍ଟାଟିନ ସେଣ୍ଟରରୁ ଚିହ୍ନଟ ହୋଇ ସୁସ୍ଥ ହୋଇଥିଲେ । କିନ୍ତୁ ମଙ୍ଗଳବାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

କାରଣ ଏହି ନୂଆ ଆକ୍ରାନ୍ତ ଜଣଙ୍କ ସାଧାରଣରୁ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ ଜଣଙ୍କ ବୌଦ୍ଧ ଜିଲ୍ଲା ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ ସାପଦୋହଲି ଗ୍ରାମର ବାସିନ୍ଦା ବୋଲି ସୂଚନା ମିଳିଛି । ଗତ କିଛି ଦିନ ତଳେ ସେ ଅସୁସ୍ଥ ହୋଇ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ହେବା ସହିତ ବିଭିନ୍ନ ସ୍ଥାନରେ ବୁଲିଥିବା ସୂଚନା ମିଳିଛି ।

ବୌଦ୍ଧରେ ତାଙ୍କ ଦେହ ଭଲ ନହେବାରୁ ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ସେ କୋରୋନା ସଂକ୍ରମିତ ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ତାଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ଆରମ୍ଭ କରିବା ସହିତ ସମ୍ପୃକ୍ତ ଅଞ୍ଚଳକୁ ସିଲ କରିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jun 10, 2020, 2:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.