ETV Bharat / state

ଡାକ୍ତର କହିଲେ ପଜିଟିଭ, ରିପୋର୍ଟ ଆସିଲା ନେଗେଟିଭ

author img

By

Published : Jul 7, 2021, 9:45 AM IST

ଟିକାଦାନ କେନ୍ଦ୍ରରେ ଅସମ୍ଭାଳ ଭିଡକୁ ନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ପଦକ୍ଷେପ ନେଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ମଙ୍ଗଳବାରଠାରୁ ଟାଉନହଲଠାରେ ଆଉ ଏକ ଟିକାଦାନ କେନ୍ଦ୍ର ଖୋଲିଲା ସ୍ବାସ୍ଥ୍ୟବିଭାଗ । ସେପଟେ ଜଣେ ବ୍ୟକ୍ତିଙ୍କ କୋରୋନା ପରୀକ୍ଷା ପରେ ଦୁଇ ଦୁଇଟି ରିପୋର୍ଟକୁ ନେଇ ଦ୍ବନ୍ଦ ଦେଖାଦେଇଛି । ଅଧିକ ପଢନ୍ତୁ...

ଡାକ୍ତର କହିଲେ ପଜିଟିଭ, ନେଟରେ ରିପୋର୍ଟ ଆସିଲା ନେଗେଟିଭ

ବୌଦ୍ଧ: ଟିକାଦାନ କେନ୍ଦ୍ରରେ ଅସମ୍ଭାଳ ଭିଡକୁ ନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ପଦକ୍ଷେପ ନେଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଟିକା ଅଭାବରୁ ବୌଦ୍ଧ ଜିଲ୍ଲାରେ ପାଞ୍ଚ ଦିନ ଧରି ଟିକାଦାନ ବନ୍ଦ ରହି ସୋମବାର ଖୋଲାଯାଇଥିଲା । ବୌଦ୍ଧ କୋଭିଡ ସେଣ୍ଟର ସମ୍ମୁଖରେ ଥିବା ଟିକାଦାନ କେନ୍ଦ୍ରରେ ଶହ ଶହ ଲୋକ ଭିଡ କରି ଟିକା ଗ୍ରହଣ କରିବା ନେଇ ଖବର ପ୍ରସାରିତ ହେବା ପରେ ମଙ୍ଗଳବାର ଠାରୁ ଟାଉନହଲ ଠାରେ ଆଉ ଏକ ଟିକାଦାନ କେନ୍ଦ୍ର, ସ୍ବାସ୍ଥ୍ୟବିଭାଗ ଖୋଲିଥିଲା ।

ସେପଟେ ଜଣେ ବ୍ୟକ୍ତିଙ୍କ କୋରୋନା ପରୀକ୍ଷା ପରେ ଦୁଇ ଦୁଇଟି ରିପୋର୍ଟକୁ ନେଇ ଦ୍ବନ୍ଦ ଦେଖାଦେଇଛି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ମନମୁଣ୍ଡାଠାରେ ଜଣେ ଯୁବକ ନିଜ କୋରୋନା ପରୀକ୍ଷା ପରେ ତାଙ୍କଠାରେ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଡାକ୍ତର ସୂଚନା ଦେବାସହ କିଛି ଔଷଧ ଖାଇବାକୁ ଦେଇଥିଲେ । ଯୁବକ ଜଣକ ଘରେ ବାର ଦିନ ସଙ୍ଗରୋଧରେ ରହିଲା ପରେ ନେଟ ମାଧ୍ୟମରେ ନିଜର କୋରୋନା ରିପୋର୍ଟ ନେଗେଟିଭ ଥିବା ଜାଣିବାକୁ ପାଇଥିଲେ ।

ଏ ସମ୍ପର୍କରେ ଯୁବକ ଜଣକ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ଏନେଇ ସିଡିଏମଓ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବେ ବୋଲି ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.