ETV Bharat / state

ବୌଦ୍ଧରେ ବିଜେପି ରାଜ୍ୟ ସଭାପତି, କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର - ଦିନିକିଆ ବୌଦ୍ଧ ଗସ୍ତରେ ମନମୋହନ ସାମଲ

Odisha Bjp President Visit boudh: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଓ କର୍ମୀଙ୍କୁ ନିର୍ବାଚନ ପୂର୍ବରୁ ଦେଲେ ଗୁରୁମନ୍ତ୍ର । ଅଧିକ ପଢ଼ନ୍ତୁ

ବୌଦ୍ଧରେ ବିଜେପି ରାଜ୍ୟ ସଭାପତି
ବୌଦ୍ଧରେ ବିଜେପି ରାଜ୍ୟ ସଭାପତି
author img

By ETV Bharat Odisha Team

Published : Dec 20, 2023, 8:33 AM IST

Updated : Dec 20, 2023, 9:46 AM IST

bjp state president manmohan samal

ବୌଦ୍ଧ: ସାଧାରଣ ନିର୍ବାଚନ 2024କୁ ନେଇ ସରଗରମ ହେଲାଣି ରାଜନୀତି । ଓଡ଼ିଶାରୁ ଶଙ୍ଖ ହଟାଇ ପଦ୍ମ ଫୁଟାଇବାକୁ ପ୍ରୟାସ ଆରମ୍ଭ କଲାଣି ବିଜେପି । ଏହାରି ମଧ୍ୟରେ ବିଧାନସଭା ନିର୍ବାଚନରେ ତିନି ରାଜ୍ୟର ବିଜେପି କ୍ଷମତାକୁ ଆସିଥିବା ବେଳେ ଓଡିଶାରେ ଦଳର ମନୋବଳ ଆହୁରି ଦୃଢ଼ ହୋଇଛି । ତେବେ ଓଡିଶାରେ ମଧ୍ୟ ସରକାର ଗଢ଼ିବାକୁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଓ କର୍ମୀଙ୍କୁ ନିର୍ବାଚନ ପୂର୍ବରୁ ଗୁରୁ ମନ୍ତ୍ର ଦେଇଛନ୍ତି ।

ତେବେ ଗତକାଲି(ମଙ୍ଗଳବାର) ଅପରାହ୍ନରେ ମନମୋହନ ସାମଲ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଦଳୀୟ ନେତା ଓ କର୍ମୀଙ୍କ ସହିତ ଆଲୋଚନା କରିବା ସହିତ ଦଳୀୟ ରଣନୀତି ଉପରେ ବିଶଦ ଆଲୋଚନା କରିଥିଲେ । ସେହିପରି ସନ୍ଧ୍ୟାରେ ରାଜ୍ୟ ବିଜେପି ସଭାପତି ବୌଦ୍ଧ ଟାଉନ ହଲଠାରେ ବିଜେପି ଦଳର ନେତୃବୃନ୍ଦଙ୍କ ଉପସ୍ଥିତିରେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଗୁରୁମନ୍ତ୍ର ଦେଇଥିଲେ । ପ୍ରଥମେ ମନମୋହନ ସାମଲ ବୌଦ୍ଧର ରଘୁନାଥ ମନ୍ଦିର ଠାରେ ପହଞ୍ଚି ଠାକୁର ଦର୍ଶନ କରିଥିଲେ । ଏହାପରେ ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦଳୀୟ ରଣନୀତି ନିର୍ଦ୍ଧାରଣ କାର୍ଯ୍ୟକ୍ରମରେ ସାମଲ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍‌ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ବିଜେଡି ହାତରେ ନାହିଁ ମହିଳା ଭୋଟବ୍ୟାଙ୍କ, ରାଜ୍ୟରେ ସରକାର ଗଢ଼ିବ ବିଜେପି: ମନମୋହନ ସାମଲ

ଏହା ମଧ୍ୟ ପଢନ୍ତୁ- ଲୋକମାନେ ଚାହୁଁଛନ୍ତି ଓଡିଶାରେ ଡ଼ବଲ ଇଞ୍ଜିନ ସରକାର: ମନମୋହନ ସାମଲ

ବିଶେଷ ଭାବରେ ବର୍ତ୍ତମାନ ସମୟରେ ବହୁ ଚର୍ଚ୍ଚିତ ବିଡିପିଏଲ କମ୍ପାନୀରେ ଆଇଟି ରେଡ୍‌ରେ ରାଜନୈତିକ ଲିଙ୍କ୍‌, ଧାନ ବିକ୍ରି, ଚିଟ୍‌ଫଣ୍ଡ ଠକେଇ, ନାରୀ ନିର୍ଯାତନା ଭଳି ବିଭିନ୍ନ ପ୍ରସଙ୍ଗରେ ମନମୋହନ ସାମଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି ପ୍ରବଳ ବର୍ଷିଥିଲେ । ବିଜେପିର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ସଚ୍ଚିଦାନନ୍ଦ ଦଲାଲ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ, ସୁଶାନ୍ତ କୁମାର ପ୍ରଧାନ, ସୁକାନ୍ତ ପାଣିଗ୍ରାହୀ, ସଞ୍ଜୁକ୍ତା ନାଏକ ଓ ଅନ୍ୟାନ୍ୟ ବରିଷ୍ଠ ବିଜେପି ନେତା ମଞ୍ଚାସିନ ଥିବା ବେଳେ କାର୍ଯ୍ୟକ୍ରମରେ ଶହ ଶହ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

Last Updated : Dec 20, 2023, 9:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.