ETV Bharat / state

ଆସନ ସଂରକ୍ଷଣ ନେଇ ବିଜେପିର ବିକ୍ଷୋଭ ପ୍ରଦର୍ଶନ - ବୌଦ୍ଧରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଆସନ୍ତା ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ନେଇ ଅସନ୍ତୋଷ ଜୋର ଧରିବାରେ ଲାଗିଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂରକ୍ଷଣ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଅସନ୍ତୋଷ ଦେଖାଦେଇଛି । ଅଧିକ ପଢ଼ନ୍ତୁ

bjp protest for seat reservation in boudh
ଆସନ ସଂରକ୍ଷଣ ନେଇ ବିଜେପିର ବିକ୍ଷୋଭ ପ୍ରଦର୍ଶନ
author img

By

Published : Jan 4, 2022, 3:09 PM IST

ବୌଦ୍ଧ: ଆସନ୍ତା ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ନେଇ ଅସନ୍ତୋଷ ଜୋର ଧରିବାରେ ଲାଗିଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂରକ୍ଷଣ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଅସନ୍ତୋଷ ଦେଖା ଦେଇଛି।

ଆସନ ସଂରକ୍ଷଣ ନେଇ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ ଜିଲ୍ଲାରେ ନିର୍ବାଚନରେ ଅନୁସୂଚିତ ଜନଜାତିଙ୍କ ଆଦୌ ସଂରକ୍ଷଣ ନଥିବା ନେଇ ବିରୋଧ ଜୋର ଧରିଛି । ଏଥିସହ ଓବିସିଙ୍କ ପାଇଁ ମଧ୍ୟ ଆଦୌ ସଂରକ୍ଷଣ ଲାଗୁ ହୋଇନଥିବାରୁ ଜିଲ୍ଲା ବିଜେପି ଏହାର ତୀବ୍ର ପ୍ରତିବାଦ କରିଛି । ବୌଦ୍ଧ ଜିଲ୍ଲାର ମୋଟ 69ଟି ପଞ୍ଚାୟତ ରହିଛି । ତେବେ ଗୋଟିଏ ପଞ୍ଚାୟତରେ ମଧ୍ୟ ଅନୁସୂଚିତ ଜନଜାତିଙ୍କ ପାଇଁ ସରପଞ୍ଚ ଆସନ ସଂରକ୍ଷିତ ନାହିଁ । ତେଣୁ ଜିଲ୍ଲାର ବିଭିନ୍ନ ଆଦିବାସୀ ସମାଜ ପକ୍ଷରୁ ଏହାର ବିରୋଧ କରାଯାଉଥିବା ଦେଖା ଯାଉଛି । ଏବଂ ଆବଶ୍ୟକ ପଡିଲେ ଭୋଟ ବର୍ଜନ ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି। ସେହିପରି ଓବିସି ବର୍ଗଙ୍କ ପାଇଁ ଆଦୌ ଆସନ ସଂରକ୍ଷଣ ନଥିବାରୁ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛି ବିଜେପି । ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।

ଆସନ ସଂରକ୍ଷଣ ନେଇ ପ୍ରଶାସନ ପୁନର୍ବିଚାର ନକଲେ ଆଗାମୀ ଦିଗରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆସନ ସଂରକ୍ଷଣକୁ ନେଇ ଏବେ ରାଜନୀତି ସରଗରମ ହେବାରେ ଲାଗିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.