ETV Bharat / state

ଏସପି ଅଫିସ ସମ୍ମୁଖରେ ଗର୍ଜିଲା ବିଜେପି ଯୁବ ମୋର୍ଚ୍ଚା - ନବ ଦାସଙ୍କ ହତ୍ୟା ମାମଲା

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କୁନେଇ ବିଜେପି ଯୁବ ମୋର୍ଚ୍ଚାର ଗଣ ବିକ୍ଷୋଭ । ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ପରେ ଉପୁଜିଥିବା ପରିସ୍ଥିତି କୁନେଇ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା। ଅଧିକ ପଢ଼ନ୍ତୁ

ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜରାସ୍ତାରେ ବିଜେପି

author img

By

Published : Mar 4, 2023, 10:47 PM IST

ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜରାସ୍ତାରେ ବିଜେପି

ବୌଦ୍ଧ: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କୁନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି । ରାଜ୍ୟର ଜଣେ ବରିଷ୍ଠ ନେତା ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପରେ ବିଜେପି ପକ୍ଷରୁ ଶାସକ ଦଳକୁ ଘେରିବାକୁ ଚେଷ୍ଟା କରାଯାଇଛି । ଆଜି ସାରା ରାଜ୍ୟର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ ବିଜେପିର କର୍ମକର୍ତ୍ତା ମାନେ ବିକ୍ଷୋଭ ତଥା ଗଣଧାରଣା ପ୍ରଦାନ କରିଛନ୍ତି । ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାକାଣ୍ଡ ପରେ ତେଜିବାରେ ଲାଗିଛି ରାଜନୀତି ।

ଉଭୟ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଗତ ଫେବୃଆରୀ 28 ତାରିଖରେ ଭୁବନେଶ୍ୱର ଠାରେ ଯୁବ ବିଜେପି ର ବିକ୍ଷୋଭ ସମୟରେ ରାଜ୍ୟ ପୋଲିସର ବର୍ବରୋଚିତ୍ତ୍ କାର୍ଯ୍ୟାନୁଷ୍ଠାନ କୁନେଇ ଆଜି ସାରା ରାଜ୍ୟରେ ଯୁବ ବିଜେପି ର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ ସହିତ ଗଣଧାରଣା ପ୍ରଦାନ କରିଛନ୍ତି ।ଏହି ଧାରାରେ ବୌଦ୍ଧ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଦିନ ତମାମ ବିଜେପି ଯୁବ ମୋର୍ଚ୍ଚା ର କର୍ମକର୍ତ୍ତାମାନେ ଜିଲ୍ଲା ସଭାପତି ଅଟଳ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଗଣଧାରଣା ପ୍ରଦାନ କରିବା ସହିତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଥିଲେ ।

ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି କୁ ନେଇ ବିଜେପି ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛି। ବିଜେପି ବିଧାନସଭା ଘେରାଉ ବେଳେ ବିଜେପି କର୍ମୀଙ୍କୁ ହୋଇଥିବା ଆକ୍ରମଣ କୁ ନେଇ ବିଜେପି ପ୍ରଶ୍ନ କରିଛି। ଗତ 28 ତାରିଖରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ। ମାତ୍ର ଆଗଣତାନ୍ତ୍ରୀକ ଭାବେ ବିଜେପି କର୍ମକର୍ତ୍ତାଙ୍କୁ ପୋଲିସ ବାନ୍ଧୀ ନେଇଛି, ଯାହା ନନ୍ଦନୀୟ। ତାଙ୍କୁ ବିନା ସର୍ତ୍ତରେ ଛିଡିବା କୁ ଦାବି କରିଛନ୍ତି ବିଜେପି ଜିଲ୍ଲା ସଭାପତି। ଏହାସହ ନବ ଦାସଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି ।

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃତ୍ୟୁ ପରବର୍ତ୍ତୀ ସମୟରେ ଏହାର ନିରପେକ୍ଷ ତଦନ୍ତ ଦାବି ନେଇ ଭୁବନେଶ୍ୱର ରେ ବିଜେପି ଯୁବ ମୋର୍ଚ୍ଚା ର ନେତା ଓ କର୍ମୀ ଙ୍କ ଉପରେ ପୋଲିସର ବର୍ବୋଚିତ୍ତ କାର୍ଯ୍ୟାନୁଷ୍ଠାନ ବିରୋଧରେ ଆଜି ବୌଦ୍ଧ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ ମୋର୍ଚ୍ଚା ର କର୍ମୀ ମାନେ ଧାରଣାରେ ବସି ରହିଥିଲେ ।ଭୁବନେଶ୍ୱର ଘଟଣାରେ ବିଜେପି ଯୁବ ମୋର୍ଚ୍ଚା ର କର୍ମୀ ଙ୍କ ଉପରେ ଶାସକ ଦଳର ଇଙ୍ଗିତରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଥଳ ପକ୍ଷରୁ ଅଭିଯୋଗ କରାଯାଇଛି ।ଏହାଛଡା ପୋଲିସ ପକ୍ଷରୁ କେତେକ ବିଜେପି ନେତାଙ୍କୁ ଗିରଫଦାରୀ କରାଯାଇଛି ।ଯାହାକୁ ଦଳ ପକ୍ଷରୁ ନିନ୍ଦା କରାଯିବା ସହିତ ତୁରନ୍ତ ଏନେଇ ବିଚାର କରାନଗଲେ ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.